ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସମସ୍ୟା ଘେରରେ ଢେଙ୍କାନାଳର ଏକମାତ୍ର ସ୍ବୟଂ ଶାସିତ ମହାବିଦ୍ୟାଳୟ; ହଷ୍ଟେଲକୁ ନେଇ ନିରାଶ ଛାତ୍ରମାନେ

ସମସ୍ୟା ଘେରରେ ଢେଙ୍କାନାଳର ଏକମାତ୍ର ସ୍ବୟଂ ଶାସିତ ମହାବିଦ୍ୟାଳୟ; ହଷ୍ଟେଲକୁ ନେଇ ନିରାଶ ଛାତ୍ରମାନେ

ବିଭାଗୀୟ ଅଧିକାରୀଙ୍କ ଦୂର ଦୃଷ୍ଟିର ଅଭାବ ପାଇଁ ଖତ ଖାଇବାକୁ ବସିଲାଣି ଏହି ଛାତ୍ରାବାସ। ଛାତ୍ରାବାସରେ ବିଦ୍ୟୁତ ସଂଯୋଗ ଓ ପାଣି ବ୍ୟବସ୍ଥା ଏପରିକି ଷ୍ଟଡି ଟେବୁଲ ଓ ଶୋଇବା ବେଡ୍ ଭଳି ଜରୁରୀକାଳୀନ ଉପକରଣ ନଥିବାରୁ ଏହି ଛାତ୍ରାବାସରେ ତାଲା ଛୁଲୁଛି ।

ସମସ୍ୟା ଘେରରେ ଢେଙ୍କାନାଳର ଏକମାତ୍ର ସ୍ବୟଂ ଶାସିତ ମହାବିଦ୍ୟାଳୟ; ହଷ୍ଟେଲକୁ ନେଇ ନିରାଶ ଛାତ୍ରମାନେ
ସମସ୍ୟା ଘେରରେ ଢେଙ୍କାନାଳର ଏକମାତ୍ର ସ୍ବୟଂ ଶାସିତ ମହାବିଦ୍ୟାଳୟ
  • News18 Odia
  • Last Updated: November 15, 2021, 2:08 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଢେଙ୍କାନାଳ: ଢେଙ୍କାନାଳର ସ୍ବୟଂ ଶାସିତ ମହାବିଦ୍ୟାଳୟର ୩୦୦ ଶଯ୍ୟା ବିଶିଷ୍ଟ କପିଳାସ ପୁରୁଷ ଛାତ୍ରାବାସ ୨୮ ଜାନୁଆରୀ ୨୦୧୯ ମସିହାରେ ଲୋକାର୍ପିତ ହୋଇଥିଲା।ଏହାର ନିର୍ମାଣ ପାଇଁ ମୋଟ ୪ କୋଟି ୫୮ ଲକ୍ଷ ୯୧ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା।ଏହାର ନିର୍ମାଣ କାମ ପୂର୍ତ୍ତ ବିଭାଗ ଦ୍ୱାରା କରାଯାଇଥିଲା। ଆନୁସଙ୍ଗିକ ବ୍ୟବସ୍ଥା ନଥିବାରୁ ଛାତ୍ରାବାସ ଲୋକାର୍ପିତ ହେବା ଦିନ ଠାରୁ କିନ୍ତୁ କାମରେ ଆସି ପାରୁନାହିଁ। ଯେଉଁଥି ପାଇଁ ଛାତ୍ରମନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ବିଭାଗୀୟ ଅଧିକାରୀଙ୍କ ଦୂର ଦୃଷ୍ଟିର ଅଭାବ ପାଇଁ ଖତ ଖାଇବାକୁ ବସିଲାଣି ଏହି ଛାତ୍ରାବାସ। ଛାତ୍ରାବାସରେ ବିଦ୍ୟୁତ ସଂଯୋଗ ଓ ପାଣି ବ୍ୟବସ୍ଥା ଏପରିକି ଷ୍ଟଡି ଟେବୁଲ ଓ ଶୋଇବା ବେଡ୍ ଭଳି ଜରୁରୀକାଳୀନ ଉପକରଣ ନଥିବାରୁ ଏହି ଛାତ୍ରାବାସରେ ତାଲା ଛୁଲୁଛି । ଯେଉଁଥି ପାଇଁ ପାଖାପାଖି ୨୦୦ ଛାତ୍ର ବାଧ୍ୟ ହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ପୁରାତନ ଛାତ୍ରାବାସରେ ରହୁଛନ୍ତି।

ମହାମରୀ କରୋନା ପ୍ରକୋପ କମିବା ପରେ ସରକାର ଯୁକ୍ତ ଦୁଇ ଓ ଯୁକ୍ତ ତିନି ପାଠପଢ଼ା ପାଇଁ ଅଫଲାଇନ ବ୍ୟବସ୍ଥା ଆରମ୍ଭ କରି ସାରିଛନ୍ତି। ଜିଲ୍ଲା ବାହାରୁ ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଅଧ୍ୟୟନ ପାଇଁ ଆସୁଥିବା ଛାତ୍ରମାନେ ଏହି ଛାତ୍ରାବାସ ଉପରେ ନିର୍ଭର କରିଥାନ୍ତି। ପୁରାତନ କପିଳାସ ଛାତ୍ରାବାସଟି ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ଛାତ୍ରମାନେ ଏଠି ରହିବାକୁ ସୁରକ୍ଷିତ ମଣୁ ନାହାଁନ୍ତି। ବାଧ୍ୟ ହୋଇ ବୟବହୁଳ ଭଡ଼ା ଘର ନେଇ ରହୁଥିବା ଜଣାପଡ଼ିଛି।

ହଷ୍ଟେଲକୁ ନେଇ ନିରାଶ ଛାତ୍ରମାନେ


ବନ୍ଦ ହୋଇ ପଡ଼ିଥିବା ନୂଆ ଛାତ୍ରାବାସକୁ ଲାଗି ରହିଥିବା ପୁରାତନ ହଷ୍ଟେଲର ଛାତର ଉପର କାନ୍ଧରୁ ସିମେଣ୍ଟ ଛେଲା ଛାଡ଼ି ଅନ୍ତେବାସୀଙ୍କ ଉପରେ ପଡୁଥିବା ଅଭିଯୋଗ କରିଛନ୍ତି ଅଧିକାଂଶ ଛାତ୍ର। କବାଟ ଝରକା ଭାଙ୍ଗିରୁଜି ଯାଇଥିବାରୁ ବର୍ଷା ଦିନେ ଅନ୍ତେବାସୀ ରହୁଥିବା ଘର ଭିତରେ ପାଣି ମଧ୍ୟ ପଶି ଯାଉଥିବା କହିଛନ୍ତି ସମସ୍ତେ। କେବଳ ସେତିକି ନୁହେଁ ହଷ୍ଟେଲର ଲାଟ୍ରିନ ଓ ବାଥରୁମ ଅବସ୍ଥା ମଧ୍ୟ ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି।

ନୂଆ କପିଳାସ ଛାତ୍ରାବାସକୁ ଆବଶ୍ୟକ ଉପକରଣ ଯୋଗାଇ ଦେବା ସହ ପୁରାତନ ଛାତ୍ରାବାସକୁ ମରାମତି ପାଇଁ ଅନ୍ତେବାସୀ ଛାତ୍ରଙ୍କ ପକ୍ଷରୁ କଲେଜ ଅଧ୍ୟକ୍ଷଙ୍କୁ ବାରମ୍ବାର ଲିଖିତ ଭାବେ ଅବଗତ କରାଯାଇଛି। ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଏହାର କୌଣସି ସମାଧାନ ନ ହେବାରୁ ଏବେ ଅନ୍ତେବାସୀଙ୍କ ଭିତରେ ଅଶାନ୍ତି ଦେଖା ଦେଇଛି। ପୁରାତନ ଛାତ୍ରାବାସରେ ଅସ୍ବାସ୍ଥ ପରିବେଶରେ ପାଠପଢ଼ା ମଧ୍ୟ ବ୍ୟାଘାତ ହେଉଥିବା ଅଭିଯୋଗ କରିଛନ୍ତି ଅଧିକାଂଶ ଛାତ୍ର। ତେଣୁ ଖୁବ୍ ଶୀଘ୍ର ଏହାର ସମାଧାନ ପାଇଁ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି ଛାତ୍ରସଂଘର ସଦସ୍ୟ ସୁଧାକର ସାହୁ।

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜିତ କୁମାର ପ୍ରଧାନ କହିଛନ୍ତି, ‘‘ଦୀର୍ଘ ସାଢ଼େ ତିନି ବର୍ଷର ବ୍ୟବଧାନରେ କଲେଜ ପରିଚାଳନା ସମିତି ବୈଠକରେ ଏହି ପ୍ରସଙ୍ଗ ଉଠାଇ ଏହାର ସମାଧାନ କରିବାକୁ ସମସ୍ତଙ୍କର ପ୍ରଚେଷ୍ଟା କାମନା କରିଛନ୍ତି କଲେଜ ଅଧ୍ୟକ୍ଷ। ଏହି ଛାତ୍ରାବାସ ପାଇଁ ଆବଶ୍ୟକ ଫର୍ଣ୍ଣିଚର ବାବଦକୁ ଅତି କମରେ ୧୫ ଲକ୍ଷ ଟଙ୍କାର ଆବଶ୍ୟକତା ଥିବାବେଳେ ଏନେଇ ଜିଲ୍ଲାପାଳ, ସ୍ଥାନୀୟ ବିଧାୟକ, ସାଂସଦଙ୍କୁ ମଧ୍ୟ ଅବଗତ କରାଯାଇଛି। ଯଦି ସ୍ଥାନୀୟ ପ୍ରଶାସନ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ବିହିତ ପଦକ୍ଷେପ ନ ନିଆଯାଏ ତେବେ କଲେଜର ଜରୁରୀକାଳୀନ ପାଣ୍ଠିରୁ ଏହାର ଆସୁ ସମାଧାନ କରିବାକୁ ବ୍ୟବସ୍ଥା କରାଯିବ।"
Published by: Lipina Das
First published: November 15, 2021, 2:08 PM IST