ଢେଙ୍କାନାଳ ATM ଲୁଟ୍: ଅଷ୍ଟମ ଯାଏଁ ପଢ଼ିଛି ବାଲେଶ୍ୱରର ଲୁଟେରା; ଲୁଟିଥିଲା ₹୨୬ ଲକ୍ଷ; ଧରାପଡ଼ିଲା
ବାଲେଶ୍ଵର ଜିଲ୍ଲାର ବାସିନ୍ଦା ଅଜୟ କୁମାର ମହାନ୍ତିକୁ ରାଜ୍ୟ ବାହାରୁ ଧରିଛି ଢେଙ୍କାନାଳ ପୋଲିସ । ସେ ଜଣେ ପେଶାଦାର ଏ.ଟି.ଏମ୍. ଲୁଟେରା । ତା’ ନାଁରେ ବାଲେଶ୍ବର ଜିଲ୍ଲାର ବିଭିନ୍ନ ଥାନାରେ ଛଅଟି ATM ଲୁଟ୍ ମାମଲା ରହିଛି ।

ଅଜୟ ମହାନ୍ତି ସହ ଢେଙ୍କାନାଳ SDPO ଶ୍ରୀହର୍ଷ ମିଶ୍ର ଓ (ଡାହାଣ) ତା’ ଠାରୁ ଜବତ ହୋଇଥିବା ଟଙ୍କା
- News18 Odia
- Last Updated: January 5, 2021, 10:01 PM IST
ଢେଙ୍କାନାଳ: ଡିସେମ୍ବର ୧୪ ତାରିଖ ବିଳମ୍ବିତ ରାତିରେ ଢେଙ୍କାନାଳରେ ଘଟିଥିବା ଏସ୍.ବି.ଆଇ. ଏ.ଟି.ଏମ୍. ଲୁଟ୍ ଘଟଣାରେ ମାଷ୍ଟରମାଇଣ୍ଡ ଥିବା ବାଲେଶ୍ଵର ଜିଲ୍ଲାର ଲୁଟେରା ଅଜୟ କୁମାର ମହାନ୍ତିକୁ ରାଜ୍ୟ ବାହାରୁ ଧରିଛି ପୋଲିସ । ଏହି ଘଟଣାରେ ସାମିଲ ଥିବା ଆଉ ଜଣେ ଲୁଟେରାକୁ ଧରିବା ପାଇଁ ପୋଲିସ କିଛି ସୁରାକ ପାଇଛି ଓ ଖୁବ ଶୀଘ୍ର ବାକି ଟଙ୍କା ବି ଜବତ କରିପାରେ ।
ଏହି ଲୁଟ୍ ଘଟଣା ଢେଙ୍କାନାଳ ମୋଟଙ୍ଗା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥରେ ଥିବା ନିମବାହାଳୀ ଛକ ନିକଟରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏ.ଟି.ଏମ୍.ରେ ଘଟିଥିଲା । ଅପରାଧୀମାନେ ଏ.ଟି.ଏମ୍. ତାଡ଼ି ମୋ’ଟ ୨୬ ଲକ୍ଷ ୫୬ ହଜାର ଟଙ୍କା ଲୁଟି ନେଇଥିଲେ । ମୋଟଙ୍ଗା ଥାନା ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା । ଏହି ଲୁଟରେ ମୋ’ଟ ଛଅ ଜଣ ଲୁଟେରାଙ୍କ ସମ୍ପୃକ୍ତି ଥିବା ଜଣା ପଡ଼ିଥିଲା ।
ଏହା ବି ପଢ଼ନ୍ତୁ | ଝିଅକୁ ଅନଲାଇନ୍ କ୍ଲାସ୍ ପାଇଁ ବାପା ନିଜ ଫୋନ୍ ଦେଇଥିଲେ; ସେଥିରୁ ଅନ୍ୟ ଜଣେ ମହିଳାଙ୍କ ସହ ତାଙ୍କ ସମ୍ପର୍କ ଧରାପଡ଼ିଗଲା

ଅଭିଯୁକ୍ତ ଅଜୟ କୁମାର ମହାନ୍ତି ଜଣେ ପେଶାଦାର ଏ.ଟି.ଏମ୍. ଲୁଟେରା ।
ଅଜୟ କୁମାର ମହାନ୍ତି ଠାରୁ ଦୁଇଟି ଏ.ଟି.ଏମ୍. କାର୍ଡ଼, ଗୋଟିଏ ଦାମୀ ଆପଲ୍ କମ୍ପାନୀର ମୋବାଇଲ ଫୋନ ଓ ଲୁଟରେ ବ୍ୟବହାର କରାଯାଇଥିବା ଗୋଟିଏ ସାମସଙ୍ଗ ଫୋନ, ୨୫,୦୦୦ ଟଙ୍କାର ଗୋଟିଏ ଚେକ୍ ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବ୍ୟାଙ୍କରେ ସେ ଜମା ରଖିଥିବା ୨ ଲକ୍ଷ ୮୦ ହଜାର ଟଙ୍କାକୁ ମିଶାଇ ମୋଟ ୪ ଲକ୍ଷ ୨୫ ହଜାର ଟଙ୍କା ଜବତ କରିଛି ପୋଲିସ ।
ଏହା ବି ପଢ଼ନ୍ତୁ | ‘‘ମା’ ଦେଖ୍, ମୁଁ ଶିକାର କରିଛି!’’ ହରିଣର ବେକକୁ ଧରିଥିବା ଚିତା ବାଘ ଛୁଆର VIDEO ଭାଇରାଲ୍ ହେଲା
‘‘ଅଜୟ ନାଁରେ ପୂର୍ବରୁ ବାଲେଶ୍ବର ଜିଲ୍ଲାର ବିଭିନ୍ନ ଥାନାରେ ଛଅଟି ଏ.ଟି.ଏମ୍.ଲୁଟ୍ ମାମଲା ରହିଥିବା ଆମେ ଜାଣିବାକୁ ପାଇଛୁ । ସେ ଜଣେ ପେଶାଦାର ଏ.ଟି.ଏମ୍. ଲୁଟେରା । ସେ ମାତ୍ର ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛି,’’ କହିଛନ୍ତି ଢେଙ୍କାନାଳ ସଦର ଏସ୍.ଡି.ପି.ଓ. ଶ୍ରୀହର୍ଷ ମିଶ୍ର ।
ଏହା ବି ପଢ଼ନ୍ତୁ | ଟାଇଗର୍ ଶ୍ରଫଙ୍କ ଭଉଣୀ କୃଷ୍ଣା ଶ୍ରଫ ନିଜ ପ୍ରେମିକ ସହ ସମ୍ପର୍କ ଭାଙ୍ଗିଲେ; ଏବେ ନିଜ ମୁହଁ ଖୋଲିଲେ
ଲୁଟେରା ଅଜୟ କୁମାର ମହାନ୍ତି ବିଭିନ୍ନ ବେସରକାରୀ କମ୍ପାନୀରେ କାମ କରେ ଓ ତା’ସହିତ ରାଜ୍ୟ ବାହାରର କିଛି ପେଶାଦାର ଏ.ଟି.ଏମ୍. ଲୁଟେରାଙ୍କ ଲିଙ୍କ ରହିଥାଇ ପାରେ ବୋଲି ଅନୁମାନ କରୁଛି ଢେଙ୍କାନାଳ ପୋଲିସ । ତାକୁ ଦୁଇ ଦିନିଆ ରିମାଣ୍ଡରେ ନେବା ପାଇଁ ଢେଙ୍କାନାଳ ପୋଲିସ କୋର୍ଟରେ ଆବେଦନ କରିବ । ରିମାଣ୍ଡରେ ନେବା ପରେ ତା’ଠାରୁ ଫେରାର ଥିବା ଅନ୍ୟ ଲୁଟେରାଙ୍କ ସମ୍ପର୍କରେ ତଥ୍ୟ ମିଳିବ ବୋଲି କହିଛନ୍ତି ମିଶ୍ର ।
ଏହା ବି ପଢ଼ନ୍ତୁ | ବାବା ଭେଙ୍ଗାଙ୍କ ଭବିଷ୍ୟତ ବାଣୀ: ୨୦୨୧ରେ ବିଶ୍ୱ ପ୍ରଳୟର ସାମନା କରିବ; ଟ୍ରମ୍ପ୍ କାଲ ହୋଇଯିବେ
ଏ.ଟି.ଏମ୍. ଲୁଟ୍ ଘଟଣାରେ ସାମିଲ୍ ଥିବା ଅନ୍ୟ ଅପରାଧୀଙ୍କୁ ଧରିବା ପାଇଁ ଢେଙ୍କାନାଳ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି । ଏହି ଟିମରେ ରହିଛନ୍ତି ମୋଟଙ୍ଗା ଥାନା ଆଇଆଇସି ସରୋଜିନୀ ସମାଡ଼ୋ, ରାସୋଳ ଥାନା ଆଇଆଇସି ବିଜୟ ହାଇବୁରୁ ଓ ପୋଲିସ ଇନ୍ସପେକ୍ଟର ବିଷ୍ଣୁ ବାରିକ ।
‘‘ଏହି ମାମଲାରେ ଫେରାର ଥିବା ଲୁଟେରା ସମ୍ପର୍କରେ ଆମକୁ ତଥ୍ୟ ମିଳି ସାରିଛି । ଆମେ ଖୁବ୍ ଶୀଘ୍ର ତାକୁ ଧରିବାରେ ସକ୍ଷମ ହେବୁ,’’ କହିଛନ୍ତି ମୋଟଙ୍ଗା ଥାନା ଆଇଆଇସି ସରୋଜିନୀ ସମାଡ଼ୋ ।