ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା; ନବୀନ ନିବାସ ଘେରିବାକୁ ଉଦ୍ୟମ
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଓ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ । ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ପକ୍ଷ ଭୁକ୍ତ କରାଯାଉ । ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ସମୀର ଦାସ । ଏହା ସହିତ ମୁଖ୍ୟମନ୍ତ୍ରୀ ସମୀର ଦାସଙ୍କ ବିରୋଧ କାର୍ଯ୍ୟନୁଷ୍ଠାନ ଦାବି କରି ଛାତ୍ର କଂଗ୍ରେସ ଆଜି ରାଜରାସ୍ତାକୁ ଓହ୍ଲାଇଥିଲା ।

ଶୋଭଯାତ୍ରା କରି ନବୀନ ନିବାସ ଯାଉଥିବା ସମୟରେ ଫରେଷ୍ଟ ପାର୍କ ନିକଟରେ ପୋଲିସ ସେମାନଙ୍କୁ ଅଟକାଇଥିଲା । କିଛି ଛାତ କଂଗ୍ରେସ କର୍ମୀ ବ୍ୟାରିକେଡ ଡେଇଁ ନବୀନ ନିବାସ ସାମ୍ନାକୁ ଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଉକ୍ତ କର୍ମୀମାନଙ୍କୁ ଗିରଫ କରିଥିଲା । ପୋଲିସର ଏଭଳି ଆଚରଣ ଦେଖି ଛାତ୍ର କଂଗ୍ରେସ କର୍ମୀମାନେ ପୋଲିସ ଭ୍ୟାନର କାଚ ଭାଗିବା ସହିତ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ । କିଛି ସମୟ ପାଇଁ ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ । ଏପରି ପ୍ରତିବାଦ ପାଇଁ ଶତାଧିକ କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକ ରଖିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।