ହାତଘଣ୍ଟା ଖୋଲିବ ମୃତ୍ୟୁ ରହସ୍ୟ! ହାର୍ଡଡିସ୍କରୁ ସାମ୍ନାକୁ ଆସିବ ସୁଇସାଇଡ ସସପେନ୍ସ

ଧର୍ମେନ୍ଦ୍ରଙ୍କ ହାତଘଣ୍ଟା ସହ ମୋବାଇଲ ଓ ସିସିଟିଭି ଲିଙ୍କ ଥିଲା । ବିଭିନ୍ନ ସମୟରେ ନିଜର ଘଣ୍ଟାରୁ ଧର୍ମେନ୍ଦ୍ର ମେସେଜ କରିଥିବା ଜାଣିବାକୁ ପାଇଛି ପୋଲିସ।

ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲା

ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଗୋପ ୧୧ ଜୋନ ଜିଲ୍ଲାପରିଷଦ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାକୁ ନେଇ ଦିନ ଗଡ଼ି ଚାଲିଥିବା ବେଳେ ରହସ୍ୟ ମଧ୍ୟ ବଢ଼ିବାରେ ଲାଗିଛି। ଘଟଣାର ୪ ଦିନ ପରେ ମଧ୍ୟ ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଉପରୁ ହଟୁନି ପରଦା। କାହିଁକି  ଆତ୍ମହତ୍ୟା କଲେ ଧର୍ମେନ୍ଦ୍ର ପ୍ରଶ୍ନରେ ପୋଲିସ ବି ଚୁପ ।

ମଙ୍ଗଳବାର ପୁଣିଥରେ ପୋଲିସ ଧର୍ମେନ୍ଦ୍ରଙ୍କ ଘରକୁ ଆସି ପରିବାର ଲୋକଙ୍କୁ ପଚରାଉଚରା କରିଛି। ଧର୍ମେନ୍ଦ୍ରଙ୍କ ହାତ ଘଣ୍ଟା ଓ ହାର୍ଡଡିସ୍କକୁ ଯାଞ୍ଚ ପାଇଁ ଫରେନସିକ ଲାବକୁ ପଠାଇଛି କମିଶନରେଟ ପୋଲିସ। ଆଜି ସକାଳୁ  ଧର୍ମେନ୍ଦ୍ରଙ୍କ ଘଣ୍ଟା ଓ ଘରର ସିସିଟିଭିର ହାର୍ଡଡିସ୍କକୁ ଫରେନସିକ ଯାଞ୍ଚ ପାଇଁ ପଠାଯାଇଛି ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଧର୍ମେନ୍ଦ୍ରଙ୍କ ହାତଘଣ୍ଟା ସହ ମୋବାଇଲ ଓ ସିସିଟିଭି ଲିଙ୍କ ଥିଲା । ବିଭିନ୍ନ ସମୟରେ ନିଜର ଘଣ୍ଟାରୁ ଧର୍ମେନ୍ଦ୍ର ମେସେଜ କରିଥିବା ଜାଣିବାକୁ ପାଇଛି ପୋଲିସ। ଏଥିପାଇଁ ଘଣ୍ଟାକୁ ଯାଞ୍ଚ କରିବାକୁ ଫରେନସିକ ପଠାଯାଇଥିବା କୁହାଯାଉଛି । ସେହିଭଳି ଘରର ସବୁ ସିସିଟିଭି କ୍ୟାମେରାକୁ ନିଜର ଘଣ୍ଟା ଜରିଆରେ ଅପରେଟ କରୁଥିଲେ ଧର୍ମେନ୍ଦ୍ର, ତେଣୁ ଘଣ୍ଟାକୁ ଯାଞ୍ଚ କରିଲେ ଅନେକ ତଥ୍ୟ ମିଳିବ ପୋଲିସ ଆଶା ବାନ୍ଧିଛି ।

ସେପଟେ ତଦନ୍ତ ବେଳେ ସାମ୍ନାକୁ ଆସିଛି ନୂଆ ତଥ୍ୟ। ପରିବାର ଲୋକଙ୍କୁ ପଚରାଉଚରା ବେଳେ ଜଣା ପଡ଼ିଛି ବିଭିନ୍ନ ସମୟରେ ଘରୁ ୬ କୋଟିରୁ ଅଧିକ ଟଙ୍କା ନେଇଥିଲେ ଧର୍ମେନ୍ଦ୍ର । ଖୋର୍ଦ୍ଧାରେ ଥିବା  ୨କୋଟି ଟଙ୍କାର ଏକ କ୍ରସରକୁ ବିକି ଦେଇଥିଲେ ଧର୍ମେନ୍ଦ୍ର। ତେଣୁ ଏତେ ଟଙ୍କା କାହିଁକି ଓ କେଉଁଠି ଖର୍ଚ୍ଚ କରିଛନ୍ତି ଜାଣିବା ପାଇଁ ଆଜି ଧର୍ମେନ୍ଦ୍ରଙ୍କ ଡ୍ରାଇଭର  ଓ ସହକର୍ମୀଙ୍କୁ ପଚରାଉଚରା କରିଛି ତଦନ୍ତକାରୀ ଟିମ ।
Published by:Soumya Das
First published: