ପଞ୍ଚାୟତ ନିର୍ବାଚନରେ OBC ସଂରକ୍ଷଣ: ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଣବ ଦାସଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହେଲା

War of words between Dharmendra Pradhan and Pranab Prakash Das over OBC reservation | ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନରେ ଓବିସିଙ୍କୁ ୪୦ ପ୍ରତିଶତ ସଂରକ୍ଷଣ ଦେବାକୁ ବିଜେଡି ପ୍ରତିଶୃତିବଦ୍ଧ ଓ ସରକାର ୫୦ ପ୍ରତିଶତ ସଂରକ୍ଷଣ ପର୍ଯ୍ୟନ୍ତ ମଧ୍ୟ ଯାଇପାରନ୍ତି ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ (ଡାହାଣ) ବିଜେଡି ନେତା ପ୍ରଣବ ପ୍ରକାଶ ଦାସ

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ (ଡାହାଣ) ବିଜେଡି ନେତା ପ୍ରଣବ ପ୍ରକାଶ ଦାସ

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ହେବାକୁ ଥିବା ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ​​ପଛୁଆ ବର୍ଗଙ୍କ (ବ୍ୟାକୱାର୍ଡ଼ କାଷ୍ଟ୍‌, ଓବିସି) ପାଇଁ କୌଣସି ସଂରକ୍ଷଣ ରହିବ ନାହିଁ ବୋଲି ହାଇ କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଏହି ମାମଲାରେ ସରକାରଙ୍କ ଆଭିମୁଖ୍ୟକୁ ବିରୋଧୀ ଦଳମାନେ କଡ଼ା ସମାଲୋଚନା କରିବା ଜାରି ରଖିଛନ୍ତି । ଏହି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡ଼ିଶାର ଶାସକ ଦଳ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ଟ୍ୱିଟରରେ ବାକ୍‌ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଦାସ କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନରେ ଓବିସିଙ୍କୁ ୪୦ ପ୍ରତିଶତ ସଂରକ୍ଷଣ ଦେବାକୁ ବିଜେଡି ପ୍ରତିଶୃତିବଦ୍ଧ ଓ ସରକାର ୫୦ ପ୍ରତିଶତ ସଂରକ୍ଷଣ ପର୍ଯ୍ୟନ୍ତ ମଧ୍ୟ ଯାଇପାରନ୍ତି ।

ସୁପ୍ରିମ କୋର୍ଟ ଏହି ମାସ ଦେଇଥିବା ଦୁଇଟି ରାୟକୁ ଆଧାର କରି ଓଡ଼ିଶା ହାଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନରେ ​​ପଛୁଆ ବର୍ଗଙ୍କ ପାଇଁ କୌଣସି ସଂରକ୍ଷଣ ରହିବ ନାହିଁ । ଓଡ଼ିଶାର ଗ୍ରାମାଞ୍ଚଳର ପଞ୍ଚାୟତ ପ୍ରତିନିଧିମାନଙ୍କ କାର୍ଯ୍ୟକାଳ ମାର୍ଚ୍ଚ ୧୦, ୨୦୨୨ରେ ସରୁଥିବାରୁ ଫେବୃଆରୀ ମାସରେ ପଞ୍ଚାୟତ ନିର୍ବାଚନ ହୋଇପାରେ । ହାଇ କୋର୍ଟ ନିଜ ଡିସେମ୍ବର ୨୨ର ରାୟରେ ଓଡ଼ିଶାରେ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ଖାରଜ କରି ରାଜ୍ୟ ସରକାରଙ୍କୁ ପଞ୍ଚାୟତ ନିର୍ବାଚନ ପାଇଁ ନୂଆ ବିଜ୍ଞପ୍ତି ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ | କମ୍ ଟଙ୍କା ଲଗାଇ ଘରର ଛାତରେ ଏହି ବ୍ୟବସାୟ ଆରମ୍ଭ କରନ୍ତୁ, ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବେ

ହାଇ କୋର୍ଟଙ୍କ ରାୟ ଆସିବା ପରେ ବିରୋଧୀ ଦଳ ବିଜେପି ଓ କଂଗ୍ରେସର ନେତାମାନେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାରଙ୍କର ଓବିସି ସଂରକ୍ଷଣକୁ ନେଇ ଥିବା ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି । ରାଜ୍ୟ ସରକାର ସଂରକ୍ଷଣ ବିରୋଧୀ ବୋଲି ଅଭିଯୋଗ କରି ଉଭୟ ବିରୋଧୀ ଦଳ ନିଜକୁ ଓବିସି ସଂରକ୍ଷଣର ବଡ଼ ସମର୍ଥକ ଭାବେ ପ୍ରମାଣିତ କରିବାକୁ ଚେଷ୍ଟା କରୁଛନ୍ତି । ଏହାରି ଭିତରେ ଡିସେମ୍ବର ୨୩ ରାତିରେ ଧର୍ମେନ୍ଦ୍ର ପ୍ରଧାନ କରିଥିବା କେତେକ ଟ୍ୱିଟର ଲମ୍ବାଚୌଡ଼ା ଜବାବ ଦେଇଛନ୍ତି ପ୍ରଣବ ପ୍ରକାଶ ଦାସ ।

ଓଡ଼ିଶା ହାଇ କୋର୍ଟଙ୍କ ରାୟ ଡିସେମ୍ବର ୨୨ରେ ଆସିଥିଲା ।


ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଯୌତୁକ ମୃତ୍ୟୁଅଭିଯୋଗ ପରେ ଆସିଲା ଏହି VIDEO; ପତ୍ନୀ ସ୍ୱାମୀଙ୍କୁ ପିଟୁଥିବା ଦେଖାଗଲା

‘‘ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଓବିସି ବର୍ଗଙ୍କ ସ୍ଥାନ ସଂରକ୍ଷଣ ନେଇ ଯେଉଁ ପ୍ରକାର ଘଟଣା ଘଟୁଛି, ଏଥିରୁ ରାଜ୍ୟ ସରକାର ଓବିସି ସଂରକ୍ଷଣ ବିରୋଧୀ ବୋଲି ସ୍ପଷ୍ଟ ମନେହେଉଛି । ମାନ୍ୟବର ହାଇ କୋର୍ଟରେ ଓଡ଼ିଶା ଆଡଭୋକେଟ୍ ଜେନେରାଲଙ୍କ ଏହି ପ୍ରସଙ୍ଗ ଉପରେ ଉପସ୍ଥାପନା ଓବିସି ବିରୋଧୀ ବୋଲି ସ୍ପଷ୍ଟ ଜଣାପଡ଼ୁଛି । ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା ମାଧ୍ୟମରେ ଓବିସି ବର୍ଗଙ୍କୁ ଲାଭ ଦେବା ପାଇଁ ରାଜ୍ୟ ସରକାରଙ୍କ ଆବେଦନ ମାନ୍ୟବର ସୁପ୍ରିମକୋର୍ଟରେ ଦୀର୍ଘ ଦିନ ଧରି ପଡ଼ି ରହିବା ପରେ ରାଜ୍ୟ ସରକାର ଏ ବିଷୟରେ ଚିନ୍ତା ନ କରିବା ଦୁଃଖଦାୟକ ଓ ଚିନ୍ତାଜନକ,’’ କହିଛନ୍ତି ପ୍ରଧାନ ।

ଏହା ବି ପଢ଼ନ୍ତୁ | ଗୋଟିଏ ଲିଟର୍ ପେଟ୍ରୋଲ୍ ଡିଜେଲ୍ ଦାମ୍ରୁ କେତେ ଟଙ୍କା ଆଦାୟ କରୁଛି କେନ୍ଦ୍ର ସରକାର? ଜାଣନ୍ତୁ

ସେ ଆହୁରି କହିଛନ୍ତି, ‘‘ଓବିସିମାନଙ୍କୁ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ଆଇନଗତ ଓ ଯୁକ୍ତିସଙ୍ଗତ ଦିଗରେ ଯିବା ଭଳି ମନେ ହେଉନାହିଁ ।’’ ଧର୍ମେନ୍ଦ୍ର ପ୍ରଧାନଙ୍କ ତିନୋଟି ଟ୍ୱିଟର କଡ଼ା ଜବାବ ଦେଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପ୍ରଧାନଙ୍କୁ ଭାଇ ସମ୍ବୋଧନ କରି ତାଙ୍କୁ ଜାତୀଗତ ପ୍ରସଙ୍ଗରେ ରାଜନୀତି ନ କରିବାକୁ ସେ ଅନୁରୋଧ କରିଛନ୍ତି ।

ଏହା ବି ପଢ଼ନ୍ତୁ | Gold ଅଳଙ୍କାର ବିକିବା ଏବେ ଜୁଏଲର୍ସମାନଙ୍କୁ ଭାରି ପଡ଼ିବ; ଦେଶର ୨୫୬ ସହରରେ ଲାଗୁ ହେଲା ଆଇନ

‘‘ଭାଇ, ଆପଣ ଜଣେ କେନ୍ଦ୍ର ମନ୍ତ୍ରୀ, ମଧ୍ୟ ପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ।ଆପଣଙ୍କ ଦଳ ସେଠାରେ କେତେ ବର୍ଷ ଧରି କ୍ଷମତାରେ ଅଛି? ସେଠାରେ କାହିଁକି ଓବିସି ସଂରକ୍ଷଣ ନିଶ୍ଚିତ କରିବାକୁ ଆପଣ ବିଫଳ ହେଲେ? ବର୍ତ୍ତମାନ ସୁପ୍ରିମ୍‌ କୋର୍ଟ ମତଦାନ ପାଇଁ ମଧ୍ୟ ପ୍ରଦେଶର ଓବିସି ସଂରକ୍ଷଣ ନୀତିକୁ ଅଗ୍ରାହ୍ୟ କରିଛନ୍ତି,’’ ନିଜ ଟ୍ୱିଟରେ ପ୍ରଧାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଦାସ ।

ଏହା ବି ପଢ଼ନ୍ତୁ | Women marriage legal age: ଝିଅମାନେ ଆଉ ୧୮ ବର୍ଷ ବୟସରେ ବିବାହ କରିପାରିବେନି; ବଦଳିବ ଆଇନ

ସେ ଆହୁରି ଲେଖିଛନ୍ତି, ‘‘ଭାଇ, ପଞ୍ଚାୟତ ନିର୍ବାଚନରେ ଓବିସିଙ୍କୁ ୪୦% ସଂରକ୍ଷଣ ଦେବାକୁ ବିଜେଡି ପ୍ରତିଶୃତିବଦ୍ଧ | ଆମେ ୫୦% ସଂରକ୍ଷଣ ପର୍ଯ୍ୟନ୍ତ ମଧ୍ୟ ଯାଇପାରୁ। ବିଜେଡିରେ ସଂରକ୍ଷିତ ଟିକଟ ପାଇଥିବା ଓବିସି ପ୍ରାର୍ଥୀଙ୍କ ନାମ ତାଲିକାକୁ ସର୍ବସାଧାରଣରେ ପ୍ରକାଶ କରିବୁ। ବିଜେପିରେ ମଧ୍ୟ ଏହି ପଦକ୍ଷେପ ନେବା ପାଇଁ ଆପଣଙ୍କୁ ନିବେଦନ କରୁଛି ।’’

ଏହା ବି ପଢ଼ନ୍ତୁ | CDS Bipin Rawat Death: ‘‘ବିପିନ ରାୱତ ବଞ୍ଚିଥିଲେ, ପାଣି ମାଗିଥିଲେ,’’ କହିଲେ ଜଣେ ପ୍ରତ୍ୟକ୍ଷଦର୍ଶୀ

‘‘ଭାଇ, ମୁଁ ଆପଣଙ୍କୁ ନମ୍ରତାର ସହିତ ଅନୁରୋଧ କରୁଛି, ରାଜନୀତି ନ କରି ଓବିସିଙ୍କ ପାଇଁ ନିର୍ବାଚନରେ ସଂରକ୍ଷଣ ନୀତିକୁ ନିଶ୍ଚିତ କରିବା ପାଇଁ ଆସନ୍ତୁ ଏକାଠି ପ୍ରୟାସ କରିବା । ମୁଁ ନିଶ୍ଚିତ ଯେ ଆପଣ ଓବିସି ସଶକ୍ତିକରଣ ପାଇଁ ସହଯୋଗର ହାତ ବଢ଼ାଇବେ,’’ ତୃତୀୟ ଟ୍ୱିଟରେ କହିଛନ୍ତି ଦାସ ।

ଏହା ବି ପଢ଼ନ୍ତୁ | ଜଣ ଯୁବତୀଙ୍କୁ ଏକା ସଙ୍ଗେ ପ୍ରେମ କରୁଥିଲା ବଙ୍ଗାଳୀ ଯୁବକ; ଜଣ ଯାକ ଘରକୁ ଆସିବାରୁ ବିଷ ପିଇଦେଲା

ଯାଜପୁରରୁ ତିନି ଥର ବିଧାୟକ ନିର୍ବାଚିତ ହୋଇଥିବା ପ୍ରଣବ ପ୍ରକାଶ ଦାସ ବିଜେଡିରେ ଜଣେ ଟାଣୁଆ ନେତା ଓ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟବର୍ତ୍ତୀ ଭାବେ ଜଣାଶୁଣା । ପଟ୍ଟନାୟକ ତାଙ୍କୁ ଦୁଇ ବର୍ଷ ତଳେ ଦଳର ସାଙ୍ଗଠନିକ ସଚିବ ନିଯୁକ୍ତ କରିଥିଲେ । ବିଜେଡିର ପରମ୍ପରା ଭାଙ୍ଗି ନିଜେ ମୁଖ୍ୟ ମନ୍ତ୍ରୀ ଏହି ନୂଆ ପଦରେ ଦାସଙ୍କ ନିଯୁକ୍ତିକୁ ଘୋଷଣା କରିଥିଲେ । କୁହାଯାଉଛି ଯେ ପଟ୍ଟନାୟକଙ୍କ ପରେ ‘‘ବବି ଦାସ’’ ଭାବେ ପରିଚିତ ପ୍ରଣବ ପ୍ରକାଶ ଦାସ ବିଜେଡିର ଦୁଇ ନମ୍ବର ନେତା । ତାଙ୍କର ଟ୍ୱିଟରରେ ୭୭.୮ ହଜାର ଫଲୋଅର୍ସ ଅଛନ୍ତି ।

ଏହା ବି ପଢ଼ନ୍ତୁ | 7th Pay Commission: ଜାନୁଆରୀ ମାସରେ ମୋଦି ସରକାର କର୍ମଚାରୀମାନଙ୍କର ଆଉ ଏକ ଭତ୍ତା ବଢ଼ାଇବେ

ଲଗାତର ଦୁଇ ଥର କେନ୍ଦ୍ର ମନ୍ତ୍ରୀ ରହିଥିବା ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ବର୍ତ୍ତମାନର ବିଜେପି ନେତାମାନଙ୍କ ମଧ୍ୟରେ ସର୍ବାଧିକ ଜଣାଶୁଣା ଓ ପ୍ରଭାବଶାଳୀ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟବର୍ତ୍ତୀ ନେତାମାନଙ୍କ ମଧ୍ୟରୁ ଅନ୍ୟତମ ଓ ନିଜେ ଓବିସି ବର୍ଗରୁ ଆସନ୍ତି । ଓଡ଼ିଶାରେ ବିଜେପି କେବେ ଶାସନକୁ ଆସିଲେ ମଖ୍ୟ ମନ୍ତ୍ରୀ ପଦ ପାଇଁ ପ୍ରଧାନଙ୍କ ଦାବି ସବୁଠୁ ଅଧିକ ହେବ ବୋଲି ଦଳୀୟ ନେତାମାନେ କହନ୍ତି । ଟ୍ୱିଟରରେ ତାଙ୍କର ୧୬ ଲକ୍ଷ ଫଲୋଅର୍ସ ଅଛନ୍ତି ।
Published by:Anand S.T. Das
First published:
)}