ଉତ୍କଳ ବିଶ୍ବବିଦ୍ୟାଳୟର ୭୯ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଇଥିଲେ ଧର୍ମେନ୍ଦ୍ର ପ୍ରଧାନ

ବିଶ୍ୱବିଦ୍ୟାଳୟ ପ୍ରତିଯୋଗୀତାମୂଳକ ହେଲେ ହିଁ ଏହାର ଉନ୍ନତି ହୋଇପାରିବ ବୋଲି ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ପ୍ରକାଶ କରିଥିଲେ ।

ଉତ୍କଳ ବିଶ୍ବବିଦ୍ୟାଳୟର ୭୯ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଇଥିଲେ ଧର୍ମେନ୍ଦ୍ର ପ୍ରଧାନ

ଉତ୍କଳ ବିଶ୍ବବିଦ୍ୟାଳୟର ୭୯ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଇଥିଲେ ଧର୍ମେନ୍ଦ୍ର ପ୍ରଧାନ

  • Share this:
News18 Odia Digital

ଭୁବନେଶ୍ବର: ପ୍ରଥମାଷ୍ଟମୀ ଦିନ ରାଜ୍ୟର ସର୍ବ ପୁରାତନ ଉତ୍କଳ ବିଶ୍ବବିଦ୍ୟାଳୟର ୭୯ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଶ୍ୱ ବିଦ୍ୟାଳୟ ଆଇନରେ ଥିବା ତ୍ରୁଟି ସଂଶୋଧନ କରିବାକୁ ରାଜ୍ୟ ସରକାରଙ୍କୁ ସେ ନିବେଦନ କରିଛନ୍ତି। ଏହା ସହ ଓଡ଼ିଆ ଜାତି ପ୍ରତି ଉତ୍କଳ ବିଶ୍ବବିଦ୍ୟାଳୟର ଭୂମିକାକୁ ପ୍ରଶଂସା କରିବା ସହ ଏହାର ଗଠନ ଦିଗରେ ଅନେକ ମହାପୁରୁଷଙ୍କ ନେତୃତ୍ବ ନେବାର ଦକ୍ଷତା ଉତ୍କଳ ବିଶ୍ବବିଦ୍ୟାଳୟ ଶିଖାଇଥିବା ସେ କହିଥିଲେ। ଏହା ସହ ଉତ୍କଳ ବିଶ୍ବବିଦ୍ୟାଳୟ NAACA ମାନ୍ୟତା ଦିଗରେ ପ୍ରୟାସ କରିବାକୁ କହିଛନ୍ତି । ସେହିପରି ରାଷ୍ଟ୍ରୀୟ ଶିକ୍ଷାନୀତିର ମହତ୍ତ୍ବ ସମ୍ପର୍କରେ ବଖାଣିଥିଲେ କେନ୍ଦ୍ର ମନ୍ତ୍ରୀ।

ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ‘‘ପ୍ରଥମାଷ୍ଟମୀରେ ରାଜ୍ୟର ପ୍ରଥମ ବିଶ୍ୱବିଦ୍ୟାଳୟର ୭୯ତମ ପ୍ରତିଷ୍ଠା ଦିବସରେ ମୁଁ ନିଜକୁ ସାମିଲ କରି ଗର୍ବିତ ଅନୁଭବ କରୁଛି। ବହୁ ମହାପୁରୁଷ ଏହି ବିଶ୍ୱବିଦ୍ୟାଳୟରୁ ଜନ୍ମ ଓ ଏହାକୁ ଆଗେଇ ନେବାରେ ଅନେକଙ୍କ ହାତ ମଧ୍ୟ ଅଛି। ଏଣୁ ଏହାର ସର୍ବାଙ୍ଗୀନ ଉନ୍ନତି କିଭଳି ହେବ ସେ ନେଇ ସମସ୍ତେ ଚିନ୍ତା କରିବା ଦରକାର। ଏହା ସହ ବିଶ୍ୱବିଦ୍ୟାଳୟ ନୂଆ ଆଇନ ଦିଗରେ ରାଜ୍ୟ ସରକାର ଆଉ ଥରେ ଚିନ୍ତା କରି ଏହାକୁ ପରିବର୍ତ୍ତନ କରିବାର ଆବଶ୍ୟକ ଅଛି ।’’

 ଉତ୍କଳ ବିଶ୍ବବିଦ୍ୟାଳୟର ୭୯ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ଏହି ଅବସରରେ ପଦ୍ମଶ୍ରୀ ରଜତ କରଙ୍କ ସମେତ ବିଶ୍ୱବିଦ୍ୟାଳୟ କୁଳପତି, କୁଳସଚିବ, ବିଶ୍ବବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତିଷ୍ଠା ଦିବସ ଅବସରରେ ୪୯ ଜଣଙ୍କୁ ପୁରସ୍କାର ମିଳିଥିବା ବେଳେ ୨୦୨୦ ଶିକ୍ଷାବର୍ଷ ପାଇଁ ୭ ଜଣ ଓ ୨୦୨୧ ଶିକ୍ଷାବର୍ଷ ପାଇଁ ୫ ଜଣକୁ ସ୍ୱର୍ଣ୍ଣ ପଦକ ଓ ୨ ଜଣଙ୍କୁ ଟ୍ରଫି ସହ ଅନ୍ୟ ମାନଙ୍କୁ ଅର୍ଥରାଶି ପ୍ରଦାନ କରାଯାଇଛି । ତେବେ ମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଆଗାମୀ ଦିନରେ ନାକ୍ ଟିମ ଆସୁଥିବାରୁ ବିଶ୍ବବିଦ୍ୟାଳୟ ପ୍ରସ୍ତୁତ ହେଉଥିବା ସହ ଭିତ୍ତିଭୂମି ସଜାଡ଼ିବାକୁ କହିଥିଲେ ବିଶ୍ବବିଦ୍ୟାଳୟ କୁଳପତି ।

ଡିଜିଟାଲ ଇନଫାଷ୍ଟ୍ରକ୍ଚର, ବାଉଣ୍ଡରି ୱଲ ଓ ଭିତ୍ତିଭୂମି ନେଇ ଆଗକୁ କିଭଳି ଆଉରି ଉନ୍ନତି ହୋଇପାରିବ ସେ ନେଇ କାମ ଆରମ୍ଭ ହେବ ବୋଲି କୁଳପତି କହିଥିଲେ।

ଉତ୍କଳ ବିଶ୍ବବିଦ୍ୟାଳୟ ସବିତା ଆଚାର୍ଯ୍ୟ, "ଆଜି ଆମ ବିଶ୍ୱବିଦ୍ୟାଳୟର ୭୯ତମ ପ୍ରତିଷ୍ଠା ଦିବସ। ଆଜି କେନ୍ଦ୍ର ମନ୍ତ୍ରୀ ଆମ ଗହଣରେ ସାମିଲ ହୋଇ ବିଶ୍ୱବିଦ୍ୟାଳୟର କିଭଳି ସର୍ବାଙ୍ଗୀନ ଉନ୍ନତି ହେବ ଓ କେଉଁ କେଉଁ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ଆଗେଇବା ଦରକାର ସେ ସବୁ ଦିଗରେ ମତ ପ୍ରଦାନ କରିଛନ୍ତି। ଏହା ସହିତ ଇନକ୍ୟୁବେଶନ ସେଣ୍ଟରର ଉଦଘାଟନ ମଧ୍ୟ କରିଛନ୍ତି।’’

ଉତ୍କଳ ବିଶ୍ବବିଦ୍ୟାଳୟର ୭୯ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଇଥିଲେ ଧର୍ମେନ୍ଦ୍ର ପ୍ରଧାନ


ତେବେ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଶେଷ ମୁହୂର୍ତ୍ତିରେ ନିମନ୍ତ୍ରଣ ଦିଆଯିବା ହେତୁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଅତିଥୀ ଯୋଗ ଦେଇନଥିଲେ। ସେପଟେ ଆଗାମୀ ଦିନରେ ବିଶ୍ବବିଦ୍ୟାଳୟର ଉନ୍ନତି ଦିଗରେ କର୍ତ୍ତୁପକ୍ଷଙ୍କ ପ୍ରୟାସ କେତେ ଦୂର ଆଗୋଉଛି ତାହାକୁ ଅପେକ୍ଷା ।
Published by:Lipina Das
First published:
)}