ଉପନିର୍ବାଚନ: ତିର୍ତ୍ତୋଲ ପାଇଁ ଭର୍ଚ୍ଚୁଆଲ ରାଲି ଜରିଆରେ ପ୍ରଚାର ମୈଦାନକୁ ଓହ୍ଲାଇଲେ ଧର୍ମେନ୍ଦ୍ର

ଓଡ଼ିଶାରେ ଭର୍ଚ୍ଚୁଆଲ ରାଲି ଜରିଆରେ ନିର୍ବାଚନୀ ପ୍ରଚାର ଆୟୋଜନର ଏହା ପ୍ରଥମ ଘଟଣା ବୋଲି ରାଜ୍ୟ ବିଜେପି କହିଛି । ପୂର୍ବରୁ ଧର୍ମେନ୍ଦ୍ରଙ୍କ ତିର୍ତ୍ତୋଲ ଗସ୍ତ ଧାର୍ଯ୍ୟ ହୋଇଥିଲା, ହେଲେ ବର୍ଷା କାରଣରୁ ଏହାକୁ ଭର୍ଚ୍ଚୁଆଲ ରାଲିରେ ସୀମିତ ରଖାଯାଇଥିଲା ।

ଉପନିର୍ବାଚନ: ତିର୍ତ୍ତୋଲ ପାଇଁ ଭର୍ଚ୍ଚୁଆଲ ରାଲି ଜରିଆରେ ପ୍ରଚାର ମୈଦାନକୁ ଓହ୍ଲାଇଲେ ଧର୍ମେନ୍ଦ୍ର
ଧର୍ମେନ୍ଦ୍ର ପ୍ରଧାନ ଓ (ଡାହାଣ) ରାଜ୍ୟ BJP ମୁଖ୍ୟାଳୟ
  • News18 Odia
  • Last Updated: October 23, 2020, 11:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଡ଼ିଶାରେ ହେଉଥିବା ଦୁଇଟି ବିଧାନ ସଭା ଉପନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ପ୍ରଥମ କରି ଭର୍ଚ୍ଚୁଆଲ ରାଲି ଜରିଆରେ ତିର୍ତ୍ତୋଲର ଭୋଟରମାନଙ୍କୁ ସେ ସମ୍ବୋଧିତ କରିଛନ୍ତି । ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା ।

ଭର୍ଚ୍ଚୁଆଲ ରାଲିରେ ଆରମ୍ଭରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ପ୍ରଧାନ ।  ତିର୍ତ୍ତୋଲ ମାଟିର ସ୍ୱତନ୍ତ୍ର ମହତ୍ତ୍ୱ ଅଛି ଓ ସେହି ମାଟିର ବରପୁତ୍ରମାନେ ରାଜ୍ୟକୁ ବିଶ୍ୱ ଦରବାରରେ ଗର୍ବିତ କରିଛନ୍ତି ବୋଲି କହି ସେ ରାଜ୍ୟ ସରକାର ରାଜ୍ୟର ଲୋକଙ୍କୁ ଠକି ଚାଲିଛନ୍ତି ବୋଲି କହିଥିଲେ ।

‘‘ଉପନିର୍ବାଚନର ଆବଶ୍ୟକତା ନ ପଡ଼ିଥିଲେ ଭଲ ହୋଇଥାନ୍ତା । କାରଣ ଆମ ଭିତରୁ ଜଣକୁ ଏ ମାଟି ହରାଇଲା । ବିଷ୍ଣୁ ଦାସଙ୍କ ଅବର୍ତ୍ତମାନରେ ଏହି ସ୍ଥିତି ଉପୁଜିଛି । ଲୋକଙ୍କୁ ନିର୍ବାଚନ ମଇଦାନରେ ବାରମ୍ବାର ପ୍ରତିଶ୍ରୁତି ଦେଇ ଠକିଛନ୍ତି ରାଜ୍ୟ ସରକାର। ଗତ ତିନୋଟି ଉପନିର୍ବାଚନରେ ରାଜ୍ୟ ସରକାର ଭୋଟରଙ୍କ ପାଖରେ ରଖିଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି । ଏଥର କିଭଳି ପୂରଣ କରିବେ ତାହା ସ୍ପଷ୍ଟ ହେଉଛି,’’ କହିଥିଲେ ପ୍ରଧାନ ।

ଏହା ବି ପଢ଼ନ୍ତୁ | ହାତରେ ଯଦି ଏମିତି ଚିହ୍ନ ଅଛି ତାହେଲେ ସାଧାରଣତଃ ପ୍ରେମିକ/ପ୍ରେମିକା ଠାରୁ ଧୋକା ମିଳେ

ଓଡ଼ିଶାରେ ଭର୍ଚ୍ଚୁଆଲ ରାଲି ଜରିଆରେ ନିର୍ବାଚନୀ ପ୍ରଚାର ଆୟୋଜନ କରାଯିବାର ଏହା ପ୍ରଥମ ଘଟଣା ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି । ପୂର୍ବରୁ ଧର୍ମେନ୍ଦ୍ରଙ୍କ ତିର୍ତ୍ତୋଲ ଗସ୍ତ ଧାର୍ଯ୍ୟ ହୋଇଥିଲେ ମଧ୍ଯ ବର୍ଷା କାରଣରୁ ଏହାକୁ ଭର୍ଚ୍ଚୁଆଲ ରାଲିରେ ସୀମିତ ରଖାଯାଇଥିଲା। ସେଥି ପାଇଁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ହୋଇଥିଲା ଆୟୋଜନ । ଏଥିରେ ଉପସ୍ଥିତ ଥିଲେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ଦଳର ଅନେକ ନେତା ।

ସେ ଆହୁରି କହିଥିଲେ, ‘‘ସବୁ କ୍ଷେତ୍ରରେ ତିର୍ତ୍ତୋଲର ବାସିନ୍ଦା ଉପେକ୍ଷିତ ହୋଇଛନ୍ତି । କିନ୍ତୁ ରାଜ୍ୟର ଲୋକଙ୍କ ପାଇଁ କେନ୍ଦ୍ର ସରକାର ଯତ୍ନଶୀଳ ଅଛନ୍ତି । କୋଭିଡ ସମୟରେ ଏ ନେଇ କେନ୍ଦ୍ର ସରକାର ଅନେକ ସହାୟତା କରିଛନ୍ତି । କୋଭିଡ ସମୟରେ ବାହାର ରାଜ୍ୟରେ ଫସିଥିବା ଓଡ଼ିଆଙ୍କୁ ସହାୟତାର ହାତ ବଢେଇଛନ୍ତି ନରେନ୍ଦ୍ର ମୋଦି ସରକାର ।  କିନ୍ତୁ ଓଡ଼ିଶାବାସୀଙ୍କ ପାଇଁ ରାଜ୍ୟ ସରକାର ସେତେ ସମ୍ବେଦନଶୀଳ ନୁହଁନ୍ତି । ଯଦି ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର ଲାଗୁ କରିଥାନ୍ତେ ତେବେ ରାଜ୍ୟ ଭିତରେ ଓ ବାହାରେ ଥିବା ଅନେକ ଓଡ଼ିଆ ଉପକୃତ ହୋଇଥାନ୍ତେ । ହେଲେ ସେଥି ପାଇଁ ରାଜ୍ୟ ସରକାରଙ୍କର ଆଗ୍ରହ ନାହିଁ।’’

ଏହା ବି ପଢ଼ନ୍ତୁ | ‘‘ଜା ସିମରନ୍ ଜା, ଜୀ ଲେ ଅପନୀ ଜିନ୍ଦେଗୀ…’’: ‘ଦିଲୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ୨୫ ପୂରିଲା; ଫିଲ୍ମର ଯାଦୁ ଏବେ ବି ସେମିତି ଅଛି!

‘‘ଏଠି ମିଛ ପ୍ରତିଶ୍ରୁତି ଦେଇ ରାଜ୍ୟ ସରକାର କେବଳ ଲୋକଙ୍କୁ ଠକି ଆସୁଛନ୍ତି। ରାଜ୍ୟରେ ଦୁର୍ନୀତି ବଢ଼ି ଚାଲିଛି । ଲୋକଙ୍କ ଉନ୍ନତି ହୋଇପାରୁ ନାହିଁ । ତେଣୁ ବିଜେପିକୁ ଏଥର ଭୋଟ ଦିଅନ୍ତୁ,’’ କହିଥିଲେ ପ୍ରଧାନ ।



ଏହି ଅବସରରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ବିଜେପି ରାଜ୍ୟ ସଭାପତି ସମୀରର ମହାନ୍ତି । ସେ କହିଥିଲେ, ’’ବାରମ୍ବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇ ବିଫଳ ହୋଇଥିବା ବିଜୁ ଜନତା ଦଳ ସରକାର ଏଥର ବି ସମାନ ପ୍ରତିଶୁତି ରଖିଛନ୍ତି । ଏହାକୁ ଭୋଟରମାନେ ଠିକ ଭାବେ ବୁଝିଯିବେ । ଦୁଇଟି ଯାକ ଉପନିର୍ବାଚନରେ ବିଜେପିକୁ ସଫଳତା ମିଳିବ ।’’
Published by: Anand Shankar Thankur Das
First published: October 23, 2020, 11:58 PM IST
corona virus btn
corona virus btn
Loading