ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»Dhanteras 2021: ଧନତେରସ୍ କେବେ ପଡୁଛି? ଜାଣନ୍ତୁ ତିଥି, ମହତ୍ତ୍ୱ, ପୂଜାର ଶୁଭ ମୁହୂର୍ତ୍ତ ଓ ପୂଜା ବିଧି

Dhanteras 2021: ଧନତେରସ୍ କେବେ ପଡୁଛି? ଜାଣନ୍ତୁ ତିଥି, ମହତ୍ତ୍ୱ, ପୂଜାର ଶୁଭ ମୁହୂର୍ତ୍ତ ଓ ପୂଜା ବିଧି

Dhanteras 2021: Know date, auspicious time and puja method | ଧାର୍ମିକ ବିଶ୍ୱାସ ଅନୁଯାୟୀ ଯେତେବେଳେ ଭଗବାନ ଧନ୍ୱନ୍ତରୀ ପ୍ରକଟ ହୋଇଥିଲେ, ତାଙ୍କ ହାତରେ ଅମୃତରେ ଭର୍ତ୍ତି ହୋଇଥିବା ଏକ କଳସ ଥିଲା । ଏହି ତିଥି ଧନ୍ୱନ୍ତରୀ ଜୟନ୍ତୀ ବା ଧନ ତ୍ରୟୋଦଶୀ ନାମରେ ବି ଜଣାଶୁଣା ।

Dhanteras 2021: ଧନତେରସ୍ କେବେ ପଡୁଛି? ଜାଣନ୍ତୁ ତିଥି, ମହତ୍ତ୍ୱ, ପୂଜାର ଶୁଭ ମୁହୂର୍ତ୍ତ ଓ ପୂଜା ବିଧି
ଏହି ଦିନ ଭଗବାନ ଧନ୍ୱନ୍ତରୀଙ୍କୁ ପୂଜା କରିବା ଅତି ଶୁଭ ବୋଲି ବିବେଚନା କରାଯାଏ ।
  • News18 Odia
  • Last Updated: September 28, 2021, 4:29 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ହିନ୍ଦୁ ଧର୍ମରେ ଦିପାବଳୀ ପର୍ବର ଏକ ବିଶେଷ ମହତ୍ତ୍ୱ ରହିଛି । ଦୀପାବଳି (Deepavali, Diwali) ପୂର୍ବରୁ ଧନତେରସ୍‌ ପର୍ବ (Dhanteras) ପାଳନ କରାଯାଏ । ହିନ୍ଦୁ କ୍ୟାଲେଣ୍ଡର୍‌ ଅନୁଯାୟୀ କାର୍ତ୍ତିକ ମାସର କୃଷ୍ଣ ପକ୍ଷର ତ୍ରୟୋଦଶୀରେ ଧନତେରସ୍‌ ପାଳନ କରାଯାଏ । ଏହି ବର୍ଷ ଧନତେରସ୍ ୨ ନଭେମ୍ବର ୨୦୨୧, ମଙ୍ଗଳବାର ଦିନ ପଡୁଛି ।

ଧାର୍ମିକ ବିଶ୍ୱାସ ଅନୁଯାୟୀ ଯେତେବେଳେ ଭଗବାନ ଧନ୍ୱନ୍ତରୀ ପ୍ରକଟ ହୋଇଥିଲେ, ତାଙ୍କ ହାତରେ ଅମୃତରେ ଭର୍ତ୍ତି ହୋଇଥିବା ଏକ କଳସ ଥିଲା । ଏହି ତିଥି ଧନ୍ୱନ୍ତରୀ ଜୟନ୍ତୀ ବା ଧନ ତ୍ରୟୋଦଶୀ ନାମରେ ବି ଜଣାଶୁଣା । ଏହି ଦିନ ଭଗବାନ ଧନ୍ୱନ୍ତରୀଙ୍କୁ ପୂଜା କରିବା ଅତି ଶୁଭ ବୋଲି ବିବେଚନା କରାଯାଏ । ବାସନ ଓ ଅଳଙ୍କାର ଇତ୍ୟାଦି ସପିଙ୍ଗ୍‌ କରିବା ପାଇଁ ଏହି ଦିନ ଅତି ଶୁଭ ବୋଲି ବିବେଚନା କରାଯାଏ ।

ଏହା ବି ପଢ଼ନ୍ତୁ | ଗଞ୍ଜାମରେ ବାତ୍ୟା ପରେ ମହିଳା ନବଜାତ ଝିଅଙ୍କ ନାଁ ରଖିଲେଗୁଲାବ’; ବାତ୍ୟାର ନାଁ କିଏ ଦେଇଥିଲା?

ମହାଲକ୍ଷ୍ମୀଙ୍କୁ କାହିଁକି ପୂଜା କରାଯାଏ?

କୁହାଯାଏ ଯେ ଧନତେରସ୍‌ ଦିନ ଭଗବାନ ଧନ୍ୱନ୍ତରୀ (Dhanwantari) ଓ ଦେବୀ ଲକ୍ଷ୍ମୀଙ୍କୁ (Goddess Lakshmi) ପୂଜା କଲେ ଜୀବନରେ ଅର୍ଥର କୌଣସି ଅଭାବ ହୁଏ ନାହିଁ । ଏହି ଦିନ ଭଗବାନ କୁବେରଙ୍କୁ ପୂଜା କରିବାର ବି ନିୟମ ମଧ୍ୟ ରହିଛି।

 ଏହା ବି ପଢ଼ନ୍ତୁ | ଇଞ୍ଜିନିୟରିଂ ପାଠ୍ୟକ୍ରମ ଓଡ଼ିଆ ଭାଷାରେ ଅନୁବାଦ ହେବ; AICTE ଓ ଭାଷା ବିଶେଷଜ୍ଞ ଆଲୋଚନା କଲେ

ଧନତେରସର (Dhanteras 2021) ଶୁଭ ସମୟ:

ଧନତେରସ୍‌ ନଭେମ୍ବର ୨, ୨୦୨୧, ମଙ୍ଗଳବାର ଦିନ ପଡୁଛି ।
ଧନ ତ୍ରୟୋଦଶୀ ପୂଜାର ଶୁଭ ସମୟ ହେଉଛି ସନ୍ଧ୍ୟା ୫ଟା ୨୫ରୁ ସନ୍ଧ୍ୟା ୬ଟା ମଧ୍ୟରେ ।
ପ୍ରଦୋଶ କାଳ ରହୁଛି ସନ୍ଧ୍ୟା ୫ଟା ୩୯ରୁ ସନ୍ଧ୍ୟା ୮ଟା ୧୪ ମଧ୍ୟରେ ।
ବୃଷଭ କାଳ ରହୁଛି ସନ୍ଧ୍ୟା ୬ଟା ୫୧ରୁ ସନ୍ଧ୍ୟା ୮ଟା ୪୭ ମଧ୍ୟରେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବରଗଡ଼ରେ ସ୍ତ୍ରୀର କୋହ: ‘‘ପୋଲିସ ମୋର୍ ବରକେ ମାରିଛନ୍ମୋ ନ୍ୟାୟ ଦରକାର, ଟଙ୍କା ନୁହେଁ’’

ଧନତେରସ୍ପୂଜା ପଦ୍ଧତି

୧. ସର୍ବ ପ୍ରଥମେ ଏକ ପିଢ଼ା ଉପରେ ନାଲି ରଙ୍ଗର ଗୋଟିଏ ଲୁଗା ବିଛାନ୍ତୁ ।

୨. ଏବେ ସେହି ସ୍ଥାନରେ ଗଙ୍ଗା ଜଳ ଛିଞ୍ଚି ଭଗବାନ ଧନ୍ୱନ୍ତରୀ, ମା’ ମହାଲକ୍ଷ୍ମୀ ଓ ଭଗବାନ କୁବେରଙ୍କ ପ୍ରତିମା କିମ୍ବା ଫଟୋ ସ୍ଥାପନ କରନ୍ତୁ ।
୩. ପ୍ରଭୁଙ୍କ ସାମ୍ନାରେ ଏକ ଦେଶୀ ଘିଅର ଦୀପ ଜଳାନ୍ତୁ । ଧୂପ ବି ଜାଳନ୍ତୁ ।

୪. ଏବେ ଦେବାଦେବୀମାନଙ୍କୁ ନାଲି ଫୁଲ ଅର୍ପଣ କରନ୍ତୁ ।
୫. ଏବେ ଆପଣ ଯେଉଁ ଧାତୁ ବା ବାସନ ବା ଅଳଙ୍କାର କିଣିଛନ୍ତି, ତାକୁ ପିଢ଼ା ଉପରେ ରଖନ୍ତୁ ।
୬. ଲକ୍ଷ୍ମୀ ସ୍ତୋତ୍ର, ଲକ୍ଷ୍ମୀ ଚାଳିସା, ଲକ୍ଷ୍ମୀ ଯନ୍ତ୍ର, କୁବେର ଯନ୍ତ୍ର ଓ କୁବେର ସ୍ତୋତ୍ର ପଢୁନ୍ତୁ ।
୭. ଧନତେରସ୍‌ ପୂଜା ସମୟରେ ଲକ୍ଷ୍ମୀ ମା’ଙ୍କର ମନ୍ତ୍ର ଜପ କରନ୍ତୁ ଓ ମିଠେଇ ଭୋଗ ଲଗାନ୍ତୁ ।
Published by: Anand S.T. Das
First published: September 27, 2021, 11:57 PM IST