ଧାମନଗର ରାଜନିତୀ ସରଗରମ; ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ

ନିଜ ଦଳର ପ୍ରାର୍ଥୀ ପାଇଁ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ସାଂସଦ ମାନସ ମଙ୍ଗରାଜ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଧାମନଗର ରାଜନିତୀ ସରଗରମ; ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ

ଧାମନଗର ରାଜନିତୀ ସରଗରମ; ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଧାମନଗର ଉପନିର୍ବାଚନ ପାଇଁ ସବୁ ଦଳର ପ୍ରାର୍ଥୀ ଏବେ ପ୍ରଚାରପ୍ରସାର  ଚଳାଇଛନ୍ତି । ଷ୍ଟାର୍ ପ୍ରଚାରକମାନେ ମଧ୍ୟ ନିଜ ଦଳୀୟ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭରପୁର ପ୍ରୟାସ ଆରମ୍ଭ କରିଦେଲେଣି । ତେବେ ଏସବୁ ଭିତରେ ଆଉ ଏକ ଖବର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତାହା ହେଉଛି ନିଜ ଦଳର ପ୍ରାର୍ଥୀ ପାଇଁ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଡିଜିଟାଲ ମୋଡରେ ପ୍ରାର୍ଥିନୀ ଅବନ୍ତୀ ଦାସଙ୍କ ପାଇଁ ଖୋଦ ମୁଖ୍ୟମନ୍ତ୍ରୀ ପ୍ରଚାର କରିବେ । ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ନିର୍ବାଚନ ପ୍ରଚାର ବେଳେ ଶାସକ ଦଳକୁ ବିରୋଧି ମାନେ ଟାର୍ଗେଟ୍ କରି ମିଥ୍ୟା କଥା କହି ଦଳକୁ ବଦନାମ କରିବାକୁ ଅପଚେଷ୍ଟା କରୁଛନ୍ତି ବୋଲି ଶାସକ ଦଳର ନେତା ପ୍ରଣବ ବଳବନ୍ତରାୟ କହିଛନ୍ତି । ଏହା ମଧ୍ୟ ଦଳ ତରଫରୁ କୁହାଯାଇଛି ଯେ, ବିରୋଧୀ ଦଳଙ୍କ କୌଣସି ଫର୍ମୁଲା ଧାମନଗରରେ କାମ କରିବ ନାହିଁ । ଅଞ୍ଚଳବାସୀ ଜାଣିଛନ୍ତି ବିକାଶ ପାଇଁ ଶାସକ ଦଳ ସେଠାରେ କେଉଁ ପଦକ୍ଷପ ମାନ ହାତକୁ ନେଇଛି । ତେଣୁ ଜନତାଙ୍କ ଆଶୀର୍ବାଦ ଓ ଭଲ ପାଇବା ବିଜେଡି ପ୍ରତି ଅଛି । ତେଣୁ ଦଳ ନିଶ୍ଚେ ଜିତିବ ବୋଲି ଆଶା ରହିଛି ।

ସେପଟେ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ମଧ୍ୟ ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭରପୁର ଉଦ୍ୟମ ଜାରି ରଖିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ପାଇଁ ପ୍ରଚାରର ମଙ୍ଗ ଧରିବେ । ଏହାସହ ରେଳମନ୍ତ୍ରୀ ଅଶ୍ୱିନ୍ ବୈଷ୍ଣବ ମଧ୍ୟ ପ୍ରଚାର କରିବେ । ବିଶେଶ୍ୱର ଟୁଡୁ ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ମଧ୍ୟ ବିଭିନ୍ନ ସ୍ତରରେ ଚେଷ୍ଟା କରିବା ସହ ମୈଦାନକୁ ଓହ୍ଲାଇଛନ୍ତି ।

କଂଗ୍ରେସ ମଧ୍ୟ ପ୍ରଚାର କାର୍ଯ୍ୟରେ ପଛରେ ନାହିଁ । ବିରୋଧୀଙ୍କୁ ଟକ୍କର ଦେବାପାଇଁ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜେ ମୈଦାନକୁ ଓହ୍ଲାଇଛନ୍ତି । ଏହାସହ ଷ୍ଟାର୍ ପ୍ରଚାରକ ମଧ୍ୟରେ ସୁର ରାଉତରାୟ ମଧ୍ୟ ପ୍ରଚାର କାର୍ଯ୍ୟ କରିବେ । ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, କଂଗ୍ରେସ ପ୍ରଭାରୀ ଏ ଚେଲ୍ଲା କୁମାରଙ୍କ ସହ ଦଳର ବହୁ ନେତା କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।
Published by:Soubhagya Mishra
First published: