ଶପଥ ନେଲେ ସୂର୍ଯ୍ୟବଂଶୀ ସୂରଜ; ବିଧାନସଭାରେ ଶପଥ ପାଠ କରାଇଲେ ବାଚସ୍ପତି ବିକ୍ରମ ସିଂ ଆରୁଖ

ଧାମନଗରର ବିଜେପିର ନୂଆ ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଆଜି ଶପଥପାଠ କରିଛନ୍ତି । ବିଧାନସଭାକୁ ଯିବା ପୂର୍ବରୁ ସୂରଜ ପ୍ରଥମେ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ବିଜେପିର କର୍ମୀ ଏବଂ ନେତାମାନେ ସୂରଜଙ୍କୁ ଶୁଭେଚ୍ଛା ଜଣାଥିଲେ ।

ଶପଥ ନେଲେ ସୂର୍ଯ୍ୟବଂଶୀ ସୂରଜ; ବିଧାନସଭାରେ ଶପଥ ପାଠ କରାଇଲେ ବାଚସ୍ପତି ବିକ୍ରମ ସିଂ ଆରୁଖ

ଶପଥ ନେଲେ ସୂର୍ଯ୍ୟବଂଶୀ ସୂରଜ; ବିଧାନସଭାରେ ଶପଥ ପାଠ କରାଇଲେ ବାଚସ୍ପତି ବିକ୍ରମ ସିଂ ଆରୁଖ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଧାମନଗରର ବିଜେପିର ନୂଆ ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଆଜି ଶପଥପାଠ କରିଛନ୍ତି । ବିଧାନସଭାରେ ବାଚସ୍ପତି ବିକ୍ରମ ସିଂ ଆରୁଖ ନବ ନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀଙ୍କୁ ଶପଥପାଠ କରାଇଛନ୍ତି । ବିଧାନସଭାକୁ ଯିବା ପୂର୍ବରୁ ସୂରଜ ପ୍ରଥମେ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ବିଜେପିର କର୍ମୀ ଏବଂ ନେତାମାନେ ସୂରଜଙ୍କୁ ଶୁଭେଚ୍ଛା ଜଣାଥିଲେ । ଦଳର ବରିଷ୍ଠ ନେତା ସୂରଜଙ୍କ ସହ ଆଲୋଚନା କରିଥିଲେ । ରାଜ୍ୟ ବାହାରୁ ବିଜେପିର ବରିଷ୍ଠ ନେତା ଭିଡିଓ କନଫରେନ୍ସିଂ ମାଧ୍ୟମରେ ନବନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଗୁରୁମନ୍ତ୍ର ଦେଇଥିଲେ ।

ଶପଥପାଠ କରିବା ଅବସରରେ ସୂର୍ଯ୍ୟବଂଶୀ କହିଛନ୍ତି ଯେ, ତାଙ୍କ ବିଜୟ ହେଉଛି ଧାମନଗର ବାସୀଙ୍କ ବିଜୟ, ଧାମନଗରର ଜନସାଧାରଣ ମତେ ପରିବାରର ସଦସ୍ୟ ବୋଲି ଭାବନ୍ତି । ମୁଁ କେବଳ ପାର୍ଥୀପତ୍ର ଦାଖଲ କରିଥିଲି ମତେ ଜିତାଇବା ପାଇଁ ସବୁ ଦାୟିତ୍ୱ ଧାମନଗରବାସୀ ନେଇଥିଲେ । ମୁଁ ଘରଘର ବୁଲି ପ୍ରଚାର କରିନାହିଁ କେବଳ ଆଶୀର୍ବାଦ ମାଗିଛି । ତେଣୁ ଏ ଶ୍ରେୟ ସମ୍ପୂର୍ଣ୍ଣ ଧାମନଗରବାସୀଙ୍କୁ ଯାଉଛି । ଦଳପାଇଁ ଗୁଣ୍ଡୁଚିମୂଷାଟିଏ ହୋଇ ଯାହା ଦାୟିତ୍ୱ ମିଳିବ ତାହାକୁ ନିଷ୍ଠାର ସହ ପାଳନ କରିବି । ଏଥିସହ ଧାମନଗରବାସୀଙ୍କ ସୁଖ, ଦୁଖର ସାଥି ହେବି । ଧାମନଗରର ଯାହା ସବୁ ସମସ୍ୟା ରହିଛି ତାହାକୁ ଉପସ୍ଥାପନ କରିବା ସହ ବନ୍ୟା ନିୟନ୍ତ୍ରଣ ଓ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱଦେବି ।





ସୂଚନାଯୋଗ୍ୟ, ଆଗକୁ ପଦ୍ମପୁର ଉପନିର୍ବାଚନ ରହିଛି । ନବନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଷ୍ଟାର୍ ପ୍ରଚାରକ ଭାବରେ ପଦ୍ମପୁର ନିର୍ବାଚନ ମଣ୍ଡଳୀକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
Published by:Soubhagya Mishra
First published: