ସରିଲା ଧାମନଗର ଉପନିର୍ବାଚନ; କାହାର ହେବ ବାଜିମାତ ?

ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ନିଜ ପଞ୍ଚାୟତରେ ମତଦାନ କରିଥିଲେ, ସେହିଭଳି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ନିଜ ଗାଁ କାଁପଡାରେ ଭୋଟ ଦେଇଛନ୍ତି । ହେଲେ ଭୋଟର ଲିଷ୍ଟରେ ନାଁ ନଥିବାରୁ ଭୋଟ ଦେଇ ପାରିନଥିଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ । ନିର୍ବାଚନରେ ୬୬.୬୩ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି ।

ସରିଲା ଧାମନଗର ଉପନିର୍ବାଚନ; କାହାର ହେବ ବାଜିମାତ ?

ସରିଲା ଧାମନଗର ଉପନିର୍ବାଚନ; କାହାର ହେବ ବାଜିମାତ ?

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଧାମନଗର: ସରିଲା ଧାମନଗର ଉପନିର୍ବାଚନ । ଭୋଟଦାନ ପାଇଁ ଆଜି ସକାଳୁ ବୁଥରେ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ସନ୍ଧ୍ୟା ଯାଏଁ ବିଭିନ୍ନ ବୁଥରେ ଲୋକେ ମତଦାନ ସାବ୍ୟସ୍ତ କରିଛନ୍ତି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଚାଲିଥିଲା । ପ୍ରଥମରୁ ତିନି ପ୍ରାର୍ଥୀ ନିଜର ମତ ସାବ୍ୟସ୍ତ କରିଥିଲେ । କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଧାମନଗର ଏନଏସିରେ ଭୋଟ ଦେଇଥିଲେ । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ନିଜ ପଞ୍ଚାୟତରେ ମତଦାନ କରିଥିଲେ, ସେହିଭଳି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ନିଜ ଗାଁ କାଁପଡାରେ ଭୋଟ ଦେଇଛନ୍ତି । ହେଲେ ଭୋଟର ଲିଷ୍ଟରେ ନାଁ ନଥିବାରୁ ଭୋଟ ଦେଇ ପାରିନଥିଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ । ନିର୍ବାଚନରେ ୬୬.୬୩ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି ।

ଗତ ସାଧାରଣ ନିର୍ବାଚନରୁ ଚଳିତ ଉପନିର୍ବାଚନରେ ଅଧିକ ମତଦାନ ହୋଇଛି । ୨୦୧୯ ସାଧାରଣ ନିର୍ବାଚନରେ ୭୧.୦୧ ପ୍ରତିଶତ ମତଦାନ ହୋଇଥିଲା ।  ତେବେ ଗୁଆମାଳ ପଞ୍ଚାୟତ ୩୯ନଂ ବୁଥ୍‌ରେ ଉତ୍ତେଜନା ଦେଖାଦେଇଥିଲା । ବିଜେଡିକୁ ଭୋଟ ନଦେବାରୁ କିଛି ବ୍ୟକ୍ତି ସଂଘବଦ୍ଧ ଭାବେ ଆକ୍ରମଣ କରି ଜଣେ ଯୁବକଙ୍କ ମୁଣ୍ଡ ଫଟାଇ ଦେଇଥିବା ଅଭିଯୋଗ ଆସିଥିଲା ।

ସେହିପରି ଧାମନଗର କଟସାହି ପଞ୍ଚାୟତର ଖଳାଗଡ଼ିଆରେ ସ୍କୁଲର ୨୨ ଓ ୨୩ ନମ୍ବର ବୁଥ୍‌ରେ ରିଗିଂ ହୋଇଥିବା ଅଭିଯୋଗ ହୋଇଛି । ବିଜେଡି କର୍ମୀ ରିଗିଂ କରିଥିବା ବିଜେପି କର୍ମୀ ଅଭିଯୋଗ କରିଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଜିଲ୍ଲାପାଳ,ସେକ୍ଟର ଅଫିସର ଓ ପୁଲିସ ପହଞ୍ଚିବା ପରେ ଉତ୍ତେଜନା ଥମିଥିଲା । ସେହିପରି ଧାମନଗରର ଡରାଙ୍ଗ ପଞ୍ଚାୟତର ରାମେଶ୍ୱରପୁର ୧୬୯ ଓ ୧୭୦ନଂ ବୁଥରେ ଉତ୍ତେଜନା ପ୍ରକାଶ ପାଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ହେବାରୁ ଗୋଟିଏ ଗୋଷ୍ଠୀର ୨ଜଣ ଆହତ ହୋଇଥିଲେ । ଉଭୟଙ୍କୁ ଧାମନଗର ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଧାମନଗର ଥାନାରେ ଏନେଇ ମାମଲା ମଧ୍ୟ ରୁଜୁ ହୋଇଛି ।
Published by:Soubhagya Mishra
First published: