ଧାମନଗର ବାଜି: ଜାଣନ୍ତୁ କିଏ ଆଗରେ କିଏ ପଛରେ

୧ମ , ୨ୟ, ୩ୟ, ୪ର୍ଥ, ୫ମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ ରହିଥିବା ବେଳେ ଷଷ୍ଠ ରାଉଣ୍ଡରେ ବି ଆଗରେ ରହିଛନ୍ତି ।

ଧାମନଗର ଉପନିର୍ବାଚନ

ଧାମନଗର ଉପନିର୍ବାଚନ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ଭୁବନେଶ୍ୱର:  ଖୁବ୍ ଶିଘ୍ର ସାମ୍ନାକୁ ଆସିବ ଧାମନଗର ଉପ-ନିର୍ବାଚନ ଫଳାଫଳ। ୧ମ , ୨ୟ, ୩ୟ, ୪ର୍ଥ, ୫ମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ ରହିଥିବା ବେଳେ ଷଷ୍ଠ ରାଉଣ୍ଡରେ ବି ଆଗରେ ରହିଛନ୍ତି । ପ୍ରଥମ ରାଉଣ୍ଡରୁ ନିଜର ଦବ୍‌ଦବା ଜାରି ରଖିଛନ୍ତି ବିଜେପି ପ୍ରାର୍ଥୀ । ଷଷ୍ଠ ରାଉଣ୍ଡ ଭୋଟ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୪୩୯୨ ଖଣ୍ଡ ଭୋଟରେ ଆଗୁଆ ରହିଛି । ତା ପଛକୁ କଡ଼ା ଟକ୍କର ଦେଉଛନ୍ତି ବିଜେଡି ପ୍ରାର୍ଥୀ। ପଞ୍ଚମ ରାଉଣ୍ଡ ଭୋଟ ଗଣତି ଶେଷ ସୁଦ୍ଧା ମଧ୍ୟ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୩୫୭୨ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।

ପ୍ରଥମ ରାଉଣ୍ଡ, ଦ୍ୱିତୀୟ ରାଉଣ୍ଡ ଭଳି ତୃତୀୟ ରାଉଣ୍ଡରେ ବି ଆଗରେ ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ । ମୋଟ ୩ଟି ରାଉଣ୍ଡ ଭୋଟ ଗଣତି ଶେଷ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଠାରୁ ୨୦୩୩ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି ସୁରଜ ସୂର୍ଯ୍ୟବଂଶୀ ।
Published by:Soumyashree Mishra
First published: