ଆଗେଇ ଚାଲିଛନ୍ତି ସୂର୍ଯ୍ଯ; ଚତୁର୍ଥ ରାଉଣ୍ଡ ସୁଧା ବିଜେପି ଆଗୁଆ

ଆଗରେ ସୂର୍ଯ୍ୟ, ପଛରେ ଶଙ୍ଖ....ଚତୁର୍ଥ ରାଉଣ୍ଡ ସୁଦ୍ଧା ୨୬୩୭ ଖଣ୍ଡ ଭୋଟ ରେ ମଧ୍ୟ ବିଜେପି ଆଗୁଆ

ଧାମନଗର ଉପନିର୍ବାଚନ; କାହାର ହେବ ବାଜିମାତ ?

ଧାମନଗର ଉପନିର୍ବାଚନ; କାହାର ହେବ ବାଜିମାତ ?

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ଭୁବନେଶ୍ୱର: ଖୁବ୍ ଶିଘ୍ର ସାମ୍ନାକୁ ଆସିବ ଧାମନଗର ଉପ-ନିର୍ବାଚନ ଫଳାଫଳ। ଖରାବେଳ ୨ଟା ସୁଦ୍ଧା ବାଇପୋଲ ଫଳାଫଳ ଘୋଷଣା କରାଯିବ ବୋଲି ଆଶା କରାଯାଉଛି। ପ୍ରଥମ ରାଉଣ୍ଡ, ଦ୍ୱିତୀୟ ରାଉଣ୍ଡ ଭଳି ତୃତୀୟ ରାଉଣ୍ଡରେ ବି ଆଗରେ ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ । ମୋଟ ୩ଟି ରାଉଣ୍ଡ ଭୋଟ ଗଣତି ଶେଷ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଠାରୁ ୨୦୩୩ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି ସୁରଜ ସୂର୍ଯ୍ୟବଂଶୀ । ଚତୁର୍ଥ ରାଉଣ୍ଡ ସୁଦ୍ଧା ସୂର୍ଯ୍ୟବଂଶୀ ସୁରଜ ୩୨୬୧ ଖଣ୍ଡ ଭୋଟ ରେ ମଧ୍ୟ ଆଗୁଆ।

ତୃତୀୟ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ୧୨୮୯୨ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ୧୦୮୫୯ ଭୋଟ ପାଇଛନ୍ତି । ସେହିଭଳି କଂଗ୍ରେସ ପ୍ରାର୍ଥୀ ୩୧୩ ଏବଂ ଅନ୍ୟାନ୍ୟ ୧୦୯୪ ଭୋଟ ପାଇଛନ୍ତି । ୧୪ଟି ଟେବୁଲରେ ଚାଲିଛି ଭୋଟ ଗଣତି । ବର୍ତ୍ତମାନ ସମସ୍ତଙ୍କ ନଜର ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଦଳ ବିଜେପି ଉପରେ ରହିଛି। ହୁଏତ ଧାମନଗର ନିର୍ବାଚନ ଫଳ ଆଉ ଏକ ନୂଆ ଇତିହାସ ରଚନା କରିବାକୁ ଯାଉଛି। ବିଜେପି ପ୍ରାର୍ଥୀ ଯଦି ବିଜୟୀ ହୁଅନ୍ତି, ତାହା ହେବ ଏକ ଚର୍ଚ୍ଚାର ବିଷୟ, ଯାହାକି ରାଜ୍ୟ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆଣିପାରେ। କାରଣ ବିଜେଡି ଶାସନ ସମୟରେ ଯେତେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଛି, ସେଥିରେ ବିଜେଡି କେବଳ ବିଜୟୀ ହୋଇଛି ।
Published by:Soumyashree Mishra
First published: