ହେବ କାହାର ଧାମନଗର? ବିଜେଡି ପ୍ରାର୍ଥୀ ଅବନ୍ତି ଦାସ ଓ ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କ କଡ଼ା ଟକ୍କର

ଆସିଲା ଦ୍ୱିତୀୟ ରାଉଣ୍ଡ ଟ୍ରେଣ୍ଡ,ଏଥର ବି ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ଆଗୁଆ। ଦ୍ୱିତୀୟ ରାଉଣ୍ଡରେ ସୁରଜ ସୂର୍ଯ୍ୟବଂଶୀ ୩୯୮୮ ଭୋଟରେ ଆଗୁଆ ଅଛନ୍ତି।

ଆସିଲା ଦ୍ୱିତୀୟ ରାଉଣ୍ଡ ଟ୍ରେଣ୍ଡ

ଆସିଲା ଦ୍ୱିତୀୟ ରାଉଣ୍ଡ ଟ୍ରେଣ୍ଡ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ଭୁବନେଶ୍ୱର: ଆସିଲା ଦ୍ୱିତୀୟ ରାଉଣ୍ଡ ଟ୍ରେଣ୍ଡ,ଏଥର ବି ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ଆଗୁଆ। ଦ୍ୱିତୀୟ ରାଉଣ୍ଡରେ ସୁରଜ ସୂର୍ଯ୍ୟବଂଶୀ ୩୯୮୮ ଭୋଟରେ ଆଗୁଆ ଅଛନ୍ତି। ସେହିପରି ବିଜେଡ଼ି ଅବନ୍ତି ଦାସ ୩୩୭୮ ଭୋଟରେ ଆଗୁଆ ରହିଛନ୍ତି। ତେବେ ପ୍ରଥମ ରାଉଣ୍ଡରେ ମଧ୍ୟ ସୁରଜ ସୂର୍ଯ୍ୟବଂଶୀ ୪ହଜାର ୭୪୯ ଭୋଟରେ ଆଗୁଆ ରହିଛନ୍ତି । ସେହିପରି ବିଜେଡିର ଅବନ୍ତୀ ଦାସଙ୍କୁ ୩ହଜାର ୯୮୦ ଭୋଟରେ ଆଗୁଆ ରହିଛନ୍ତି । ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସ ୪୦୦ ଭୋଟରେ ଆଗୁଆ ରହିଛନ୍ତି । କଂଗ୍ରେସ ୨୧୬ଭୋଟରେ ଆଗୁଆ ରହିଛି।

ତେବେ ବିଜେଡିର ଅବନ୍ତୀ ଦାସଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇପାରନ୍ତି ରାଜୁ ଦାସ। ସମସ୍ତଙ୍କ ମନରେ ଗୋଟାଏ ପ୍ରଶ୍ନ ରହିଛି।ବିଦ୍ରୋହୀ ଭାବେ ମୈଦାନକୁ ଓହ୍ଲାଇ ଅଡୁଆ କରିଛନ୍ତି ରାଜୁ ଦାସ। ୨୦୦୯ରୁ ୧୪ ଧାମନଗରରୁ ବିଧାୟକ ଥିଲେ ରାଜୁ ଦାସ । ରାଜୁଙ୍କ ପାଖରେ ପ୍ରାୟ ୨୦ ହଜାର ପକେଟ୍ ଭୋଟ୍ ଥିବା କୁହାଯାଉଛି ।

ସୂଚନା ଅନୁଯାୟୀ ୨୦୦୦ରେ ମାନସ ରଂଜନ ମଲ୍ଲିକ ସ୍ୱାଧାନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିିଥିଲେ। ତେବେ ଆରପଟେ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଜେପିରୁ ଲଢିଥିଲେ ମନମୋହନ ସାମଲ। ମନମୋହନଙ୍କ ପାଇଁ ଅଟଳ ବିହାରୀ ବାଜପେୟୀ ପ୍ରଚାର କରିଥିଲେ । ବାଜପେୟୀଙ୍କ ପ୍ରଚାର ସତ୍ୱେ ମାନସ ମଲ୍ଲିକ ଜିତିଥିଲେ। ତେବେ ମାନସ ମଲ୍ଲିକଙ୍କ ଫଟୋକୁ ଧରି ରାଜୁ ଦାସ ପ୍ରଚାରକୁ ଓହ୍ଲାଇଥିଲେ। ଏବେ ମାନସ ମଲ୍ଲିକଙ୍କ ସଫଳତାକୁ ଦୋହରାଇବା ରାଜୁ ପୁଣିଥରେ ଲକ୍ଷ୍ୟରେ ଅଛନ୍ତି ।
Published by:Soumyashree Mishra
First published: