ଧାମନଗର ଉପନିର୍ବାଚନ; ସିଏମ ନବୀନଙ୍କ ବୟାନକୁ ନେଇ ରାଜନୀତିକ ସମୀକ୍ଷକଙ୍କ ମତ କ'ଣ, ପଢନ୍ତୁ

ଆଗକୁ ପଦ୍ମପୁର ଉପନିର୍ବାଚନ ଓ ପରେ ସାଧାରଣ ନିର୍ବାଚନ । ଉପନିର୍ବାଚନ ବିଜୟ ଧାରାରେ ବ୍ରେକ ପରେ ବି ନବୀନଙ୍କ ଏଭଳି ନମ୍ର ଆଚରଣ ରାଜନୈତିକ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି ।

ଧାମନଗର ଉପନିର୍ବାଚନ; ସିଏମ ନବୀନଙ୍କ ବୟାନକୁ ନେଇ ରାଜନୀତିକ ସମୀକ୍ଷକଙ୍କ ମତ କ'ଣ, ପଢନ୍ତୁ

ଧାମନଗର ଉପନିର୍ବାଚନ; ସିଏମ ନବୀନଙ୍କ ବୟାନକୁ ନେଇ ରାଜନୀତିକ ସମୀକ୍ଷକଙ୍କ ମତ କ'ଣ, ପଢନ୍ତୁ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ଵର : ଧାମନଗର ଉପନିର୍ବାଚନ ଫଳାଫଳକୁ ନେଇ ଚାଲିଛି ତର୍ଜମା । ଏହି ସମୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବୟାନ ବି ରାଜ୍ୟ ରାଜନୀତିରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ନିର୍ବାଚନ ହାରଜିତକୁ ନେଇ ଦେଖିବାକୁ ମିଳିଛି ଆରୋପ ପ୍ରତ୍ୟାରୋପ ରାଜନୀତି । ବିରୋଧୀଙ୍କ ଆଟାକକୁ କାଉଣ୍ଟର ନ କରି ନିଜ ଚିରାଚରିତ ଢାଞ୍ଚାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ନବୀନ । ଧାମନଗର ପରି ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀର ଫଳାଫଳକୁ ନେଇ ଅଙ୍କକଷା ଚାଲିଥିବା ବେଳେ ନବୀନଙ୍କ ଏପରି ବୟାନ ରାଜନୀତିକ ସମୀକ୍ଷକଙ୍କୁ ବି ଆଶ୍ଚର୍ଯ୍ୟ କରି ଦେଇଛି । ଏହା ହିଁ ନବୀନଙ୍କ ଲୋକପ୍ରିୟତାର ମାପକାଠି ବୋଲି କୁହାଯାଉଛି । ନବୀନ ପ୍ରତିପକ୍ଷଙ୍କୁ ଆଟାକ ନା ଦୋଶାରୋପ କରିଛନ୍ତି । ବରଂ ଅତି ନମ୍ରତାର ସହ ଜନମତକୁ ସମ୍ମାନ ଦେଇ ଧାମନଗର ପରାଜୟକୁ ସ୍ବୀକାର କରିଛନ୍ତି ।

ଧାମନଗର ଫଳାଫଳ ନେଇ ଏକ ସାକ୍ଷାତକାରରେ ସିଏମ୍ ନବୀନ କହିଛନ୍ତି ବିଷ୍ଣୁ ସେଠୀ ଥିଲେ ଲୋକପ୍ରିୟ ନେତା । ବିଜେପି ତାଙ୍କ ପୁଅଙ୍କୁ ଟିକେଟ ଦେଇଥିଲେ, ସେ ଜିତିବା ସମ୍ଭାବନା ଥିଲା । ବିଜେପି ବିଜୟ ବିଜେଡି ବିଚଳିତ ନୁହେଁ । ଆଗକୁ ପଦ୍ମପୁର ଉପନିର୍ବାଚନ ଓ ପରେ ସାଧାରଣ ନିର୍ବାଚନ । ଉପନିର୍ବାଚନ ବିଜୟ ଧାରାରେ ବ୍ରେକ ପରେ ବି ନବୀନଙ୍କ ଏଭଳି ନମ୍ର ଆଚରଣ ରାଜନୈତିକ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି । ଅଳ୍ପ କଥା କହି ବିରୋଧୀଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରୁଥିବା ନବୀନଙ୍କ ଏଭଳି ମାପଚୁପ ବୟାନ ସମସ୍ତଙ୍କୁ ଚକିତ କରିଛି । ରାଜନୈତିକ ସମୀକ୍ଷକଙ୍କ ମତରେ ରାଜନୀତଜ୍ଞ ନୁହେଁ ବରଂ ରାଷ୍ଟ୍ରନୀତିଜ୍ଞ ବାସ୍ତବ କଥାକୁ ପରିପ୍ରକାଶ କରିଛନ୍ତି ନବୀନ ।

ବରିଷ୍ଠ ସାମ୍ବାଦିକ ପ୍ରଭୁ କଲ୍ୟାଣ ମହାପାତ୍ର କହିଛନ୍ତି, ଧାମନଗର ଉପନିର୍ବାଚନ ଫଳାଫଳ ନେଇ ନବୀନ ବାବୁଙ୍କ ପ୍ରତିକ୍ରିୟା ଅନେକଙ୍କୁ ବିସ୍ମିତ କରିଛି । ବିନା ସଙ୍କୋଚରେ ନିଃସ୍ଵାର୍ଥପର ଭାବେ ସେ ଏହି ମନ୍ତବ୍ୟ ଦେଇଛନ୍ତି । ଛଳନାତ୍ମକ ଭାବରେ ଦେଇଥିଲେ ରାଜ୍ୟ ବାସି ଏହାକୁ ହୁଏତ ଗ୍ରହଣ କରିନଥାନ୍ତେ ।ଯାହା କହିଲେ ରାଜନୀତିଜ୍ଞ ନୁହଁ ବରଂ ରାଷ୍ଟ୍ରନୀତିଜ୍ଞ ଭାବରେ କହିଛନ୍ତି । ବାସ୍ତବ ବସ୍ତୁନିଷ୍ଟ କଥାକୁ ପ୍ରକାଶ କରିଛନ୍ତି ।

ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି, ଏହା ହିଁ ନବୀନଙ୍କ ଲୋକପ୍ରିୟତାର ପରିଚୟ । କାହାକୁ ଆରୋପ ନ କରି ନିଜ ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । କୌଣସି ସମୟରେ ବି ସେ ବିରୋଧୀଙ୍କ ଉପରେ ଆକ୍ରମଣ କରିଥିବା ଦେଖିବାକୁ ମିଳିନାହିଁ । ଯାହାକି ତାଙ୍କ ଲୋକପ୍ରିୟତା ବଢ଼ାଇଥିବା ବେଳେ ଏହି ମନ୍ତବ୍ୟ ତାଙ୍କୁ ଅଧିକ ଲୋକ ପ୍ରିୟ କରିବ । କିନ୍ତୁ ଦଳର ମୁଖିଆ ଭାବେ ପରାଜୟର କାରଣ ଖୋଜିବା ଆବଶ୍ୟକ । ନଚେତ ଆଗକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ।
Published by:Soubhagya Mishra
First published: