ବିଜେପିର ଅନୁକମ୍ପା ମୂଳକ ଭୋଟ ନା ବିଜେଡିର ବିକାଶ ନାରା? କିଏ ଜିତିବ ବିଶ୍ୱାସ

ବିଜେପି ନିଜର ଟ୍ରାକ ରେକର୍ଡ ବଜାୟ ରଖିବ ନା ନିଜ ସିଟରେ ବ୍ୟାକ କରିବ ବିଜେପି। ଧାମନଗରବାସୀଙ୍କ ବିଶ୍ୱାସ କିଏ ଜିତିବ? କମେଣ୍ଟରେ ଜଣାନ୍ତୁ ଆପଣଙ୍କ ମତ।

କିଏ ଜିତିବ ବିଶ୍ୱାସ

କିଏ ଜିତିବ ବିଶ୍ୱାସ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଧାମନଗର: ଧାମନଗରକୁ ମିଳିବ କି ଅନୁକମ୍ପାମୂଳକ ଭୋଟ୍ ? ବିଷ୍ଣୁ ଚରଣ ସେଠୀଙ୍କ ପୁଅ ସୂରଜଙ୍କୁ ମିଳିବକି ଅନୁକମ୍ପାମୂଳକ ଭୋଟ୍..ନା ବିଜେଡିର ବିକାଶ ନାରା କାମ ଦେବ। ରାଜୁ ଦାସ ଧାମନଗରରେ ରାଜୁତି କରିବେ ନେଇ ଯେଉଁ ଖବର ଆସିଥିଲା ତାହା ମଳିନ ପଡିଯିବ କି ନା ଫଳାଫଳ ଘୋଷଣା ଆଗରୁ ପରାସ୍ତ ସ୍ୱୀକାର କରିବ କଂଗ୍ରେସ।ବିଜେପି ନିଜର ଟ୍ରାକ ରେକର୍ଡ ବଜାୟ ରଖିବ ନା ନିଜ ସିଟରେ ବ୍ୟାକ କରିବ ବିଜେପି।

ଚଳିତ ନିର୍ବାଚନରେ ୬୮.୯୮ ପ୍ରତିଶତ ମତଦାନ ହୋଇଛି। ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ମୋଟ ୧,୬୪,୪୬୫ ଭୋଟର ନିଜର ମତଦାନ ସାବ୍ୟସ୍ତ କରିଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ରହିଛି ୭୯.୦୧୧। ସେହିପରି ମହିଳା ଭୋଟରଙ୍କ ସଂଖ୍ୟା ରହିଛି ୮୫,୪୫୨। ୬ ତାରିଖରେ ଫଳାଫଳ ଆସିବାକୁ ଥିବା ବେଳେ ଏବେଠୁ ଆରମ୍ଭ ହୋଇଛି ଅଙ୍କକଷା। କିଏ ମାରିବ ଧାମନଗର ବାଜି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

କଂଗ୍ରେସ କିଛି ଚକମା ଦେଖାଇବ ନା ସ୍ଵାଧୀନ ପ୍ରାର୍ଥୀ ସବୁ ଅଙ୍କ ଗୋଳମାଳ କରିବେ। ଏମିତି କିଛି ଦିଗକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ବିଜେପି ଓ ବିଜେଡି ନିଜ ସପକ୍ଷରେ ଫଳାଫଳ ନେଇ ଦୃଢୋକ୍ତି କରିଛନ୍ତି।

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ କହିବାନୁସାରେ, ‘‘୨୦ ରୁ ୨୫ ହଜାର ଭୋଟ ବ୍ୟବଧାନରେ ବିଜେଡ଼ି ଜିତିବ। ମହିଳା, ଯୁବକ, ଛାତ୍ରଙ୍କ ଭୋଟ ବିଜେଡ଼ି ଖାତାକୁ ଆସିଛି। ମହିଳା ଅଧିକ ଭୋଟ ଦେଇଛନ୍ତି, ସବୁ ମହିଳା ଭୋଟ ବିଜେଡ଼ି ସପକ୍ଷରେ ଯିବ। ଲୋକ ଯେମିତି ପ୍ରତିଶୃତି ଦେଇଥିଲେ ସେମିତି ଭୋଟ ଆସିଛି।’’

ସେପଟେ ସ୍ଵାଧୀନ ପ୍ରାର୍ଥୀଙ୍କୁ କାହିଁକି ଲୋକ ଭୋଟ ଦେବେ ବୋଲି ପ୍ରଶ୍ନ କରିଛନ୍ତି। ରାଜୁ ଦାସ ଫ୍ୟାକ୍ଟର୍ କାମ ଦେଇନାହିଁ। ସରକାରୀ ଦଳକୁ ଭୋଟ ଦେଲେ ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କୁ ମିଳିବ ବୋଲି ସେ କହିଛନ୍ତି।

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ମତରେ,ଧାମନଗର ଉପନିର୍ବାଚନରେ ବିଜେପିର ବିଜୟ ସୁନିଶ୍ଚିତ। ସବୁ ବ୍ଲକରେ ଭଲ କରିଛି ବିଜେପି। ବିଜେପି ଧାମନଗର ଜିତିବା ଶତ ପ୍ରତିଶତ ସମ୍ଭାବନା କରୁଛି। ବିଜେଡି ଔଷଧ ବିକଳରେ ତାଟିଆ କାମୁଡି ଗଣ୍ଡଗୋଳ କରୁଛି। ଗଣତନ୍ତ୍ରକୁ ହତ୍ୟା କରିବାକୁ ପ୍ରୟାସ କରିଛି ବିଜେଡି। ବିଜେଡିର ସବୁ ପ୍ରୟାସ ସତ୍ତ୍ବେ ବି ଭଲ ବ୍ୟବଧାନରେ ଜିତି ବିଜୟ ଟିକା ପିନ୍ଧିବ ବିଜେପି। ଲମ୍ବା ସମୟର କୁଶାସନକୁ ପ୍ରତ୍ୟାଖାନ କରିବେ ଲୋକେ। ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ କରି ଗଣତନ୍ତ୍ର ପ୍ରିୟଙ୍କୁ ହତ୍ୟା କରିବାକୁ ପ୍ରୟାସ। ଲୋକେ କିପରି ଭୋଟ ନଦେବାକୁ ଯାଇପାରିବେ ସେଥିପାଇଁ ଭୟର ବାତାବରଣ ସୃଷ୍ଟି କଲା ବିଜେଡି। ତାହା ସତ୍ତ୍ବେ ବି ବିଜେପି ଜିତିବ।’’

ଧାମ ନଗର ନିର୍ବାଚନ ଫଳାଫଳ ପୂର୍ବରୁ ପରାଜୟ ସ୍ବୀକାର କରିଛି କଂଗ୍ରେସ। କଂଗ୍ରେସର ସ୍ଥାନ ତୃତୀୟ ସ୍ଥାନରେ ରହିବ ବୋଲି ଆକଳନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ପ୍ରଥମ ସ୍ଥାନରେ ବିଜେଡି ରହିବ, ଦ୍ୱିତୀୟ ସ୍ଥାନରେ ବିଜେପି ଓ ତୃତୀୟ ସ୍ଥାନରେ କଂଗ୍ରେସ ରହିବ। ଧାମନଗରରେ ଅର୍ଥ ବଳ ଓ ବାହୁବଳ ପ୍ରୟୋଗ କରିଛନ୍ତି ବିଜେଡି ଓ ବିଜେପି। ପ୍ରବଳ ଅର୍ଥ ଖର୍ଚ୍ଚ କରିଛି ବିଜେଡି। ବିଜେଡି ବିଜେପି ଆଗରେ ଆମେ କିଛି ନୁହେଁ। ତେଣୁ ଆମେ କେବଳ ନମସ୍କାର ହୋଇ ଭୋଟ ମାଗିଲୁ। ଭାବିଥିଲୁ ଭୋଟ ମିଳିବ। କିନ୍ତୁ ଭୋଟ ପୂର୍ବ ରାତିରେ ବିଜେଡି ଓ ବିଜେପି ଖେଳ କରିଦେଲେ ବୋଲି ସେ କହିଛନ୍ତି।
Published by:Soumya Das
First published: