ରାଜ୍ୟରେ କମୁଛି ମାଓ ଗତିବିଧି; ମାଓବାଦୀମାନେ ମୁଖ୍ୟ ଧାରାକୁ ଫେରି ଆସନ୍ତୁ: DGP ଅଭୟ

ମାଓବାଦଗ୍ରସ୍ତ ମାଲକାନଗିରି ଜିଲ୍ଲା ଗସ୍ତ କରିବା ପରେ ଡିଜିପି ଅଭୟ କହିଛନ୍ତି ଯେ ସେହି ଅଞ୍ଚଳରେ ମାଓ ଗତିବିଧି ଉପରେ ତୀକ୍ଷଣ୍ ନଜର ରଖାଯାଉଛି । ସ୍ଥାନୀୟ ଲୋକଙ୍କର ସରକାର ଓ ସୁରକ୍ଷା ବଳଙ୍କ ଉପରେ ବିଶ୍ବାସ ବଢୁଛି ବୋଲି ସେ କହିଛନ୍ତି ।

ରାଜ୍ୟରେ କମୁଛି ମାଓ ଗତିବିଧି; ମାଓବାଦୀମାନେ ମୁଖ୍ୟ ଧାରାକୁ ଫେରି ଆସନ୍ତୁ: DGP ଅଭୟ
ଡିଜିପି ଅଭୟ; (ଡାହାଣ) ମାଓବାଦୀଙ୍କର ଏକ ଫାଇଲ୍ ଫଟୋ
  • News18 Odia
  • Last Updated: November 8, 2020, 11:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମାଓବାଦଗ୍ରସ୍ତ ମାଲକାନଗିରି ଜିଲ୍ଲାର ବହୁଚର୍ଚ୍ଚିତ ସ୍ୱାଭିମାନ ଅଞ୍ଚଳ ଗସ୍ତ କରିବା ପରେ ରାଜ୍ୟ ପୋଲିସ ମୁଖିଆ ଅଭୟ କହିଛନ୍ତି ଯେ ସରକାରଙ୍କ ପ୍ରୟାସ ଯୋଗୁଁ ରାଜ୍ୟରେ ମାଓବାଦୀମାନଙ୍କ କାର୍ଯ୍ୟକଳାପ ଲଗାତର କମିଚାଲିଛି । ମାଓବାଦୀମାନଙ୍କୁ ହିଂସାର ପଥ ଛାଡ଼ି ସମାଜର ମୁଖ୍ୟ ସ୍ରୋତକୁ ଫେରିଆସିବା ପାଇଁ ସେ ପୁଣି ଥରେ ଅପୀଲ୍‌ କରିଛନ୍ତି ।

‘‘ମାଲକାନଗିରିର ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ସରକାର ଉଦ୍ୟମ କରୁଛନ୍ତି। ସ୍ଥାନୀୟ ଲୋକେ ବି ଏହି ଉଦ୍ୟମରେ ସହଯୋଗ କରୁଛନ୍ତି । କିନ୍ତୁ ମଝିରେ ମାଓବାଦୀମାନେ ବାଟ ଓଗାଲୁଛନ୍ତି । ଲୋକଙ୍କ ସ୍ୱାର୍ଥ ପାଇଁ ତଥା ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ମାଓବାଦୀମାନେ ମୁଖ୍ୟ ସ୍ରୋତରେ ସାମିଲ ହେବା ଉଚିତ। ହିଂସା ଛାଡ଼ି ସେମାନେ ସାଧାରଣ ଜୀବନକୁ ଫେରିବା ଦରକାର,’’ ମାଲକାନଗିରିରୁ ଫେରିବା ପରେ ଭୁବନେଶ୍ୱର ବିମାନ ବନ୍ଦରରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି କହିଛନ୍ତି ଡିଜିପି ଅଭୟ ।

ଏହା ବି ପଢ଼ନ୍ତୁ | ପରୀକ୍ଷା ଦେଇ ଫେରୁଥିବା ଛାତ୍ରୀଙ୍କୁ ରାସ୍ତାରେ ଗୁଳି କରି ହତ୍ୟା କଲା ଯୁବକ, ଗିରଫ ହେଲା - ଦେଖନ୍ତୁ VIDEO

ସେ କହିଛନ୍ତି ଯେ ବିକାଶକୁ ଗୁରୁତ୍ବ ଦେଇ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ‘‘ଏକଦା ବିଛିନ୍ନାଞ୍ଚଳ ଥିବା ଏହି ଅଞ୍ଚଳରେ ଯୋଗାଯୋଗରେ ବ୍ୟାପକ  ଉନ୍ନତି ହୋଇଛି । ପୂର୍ବରୁ ସ୍ୱାଭିମାନ ଅଞ୍ଚଳରେ କେବଳ  ଗୋଟିଏ ଟେଲିଫୋନ ଟାୱାର ଥିଲା । ଏବେ ସେହି ସଂଖା ପାଞ୍ଚକୁ ବୃଦ୍ଧି ପାଇଛି। ଆମ୍ବୁଲାନ୍ସ ବ୍ୟବସ୍ଥା ଓ ଅନ୍ୟ ଅତ୍ୟାବଶ୍ୟକ ବ୍ୟବସ୍ଥାରେ ମଧ୍ୟ ଉନ୍ନତି ପରିଲକ୍ଷିତ ହେଉଛି । ଏହି ଅଗ୍ରଗତିକୁ ନେଇ ଆମେ ସନ୍ତୁଷ୍ଟ ଓ ଉତ୍ସାହିତ,’’ ସେ କହିଛନ୍ତି ।

ଗତ କିଛି ବର୍ଷ ହେଲା ମାଓପ୍ରବଣ ଅଞ୍ଚଳରେ ଗମନାଗମନ ଓ ଟେଲି କମ୍ଯୁନିକେଶନ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ‘‘ଟେଲିଫୋନ ଟାୱାର ନିର୍ମାଣ ସହିତ ସେହି ଅଞ୍ଚଳରେ ୧୪ଟି ରାସ୍ତା ପାଇଁ ଟେଣ୍ଡର ଦିଆଯାଇଛି । ସାତଟି ସଂଯୋଗକାରୀ ରାସ୍ତା ନିର୍ମାଣ କାମ ଜାରି ରହିଛି । ବିଏସଏଫ, ସିଆରପିଏଫ ଓ ଓଡିଶା ପୋଲିସର ମିଳିତ ସହଯୋଗରେ ମାଓ ମୁକାବିଲା କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ ତ୍ୱରାନ୍ୱିତ କରାଯାଉଛି । ବିଭିନ୍ନ ସୁରକ୍ଷା ବଳ ମଧ୍ୟରେ ସମନ୍ୱୟ ପୂର୍ବ ଅପେକ୍ଷା ଭଲଭାବେ ସମ୍ପାଦିତ ହେଉଛି,’’ କହିଛନ୍ତି ଅଭୟ ।

ଏହା ବି ପଢ଼ନ୍ତୁ ଏହି ନେତାଙ୍କୁ ଗୁରୁ ମାନୁଥିଲେ ନରେନ୍ଦ୍ର ମୋଦୀ, ନିର୍ବାଚନ ଜିତିବା ପରେ ତାଙ୍କ ଆଶିର୍ବାଦ ନେଉଥିଲେ, ମିଠା ଖୁଆଉଥିଲେ

‘‘ସ୍ୱାଭିମାନ ଅଞ୍ଚଳରେ ମାଓ ଗତିବିଧି ଉପରେ ତୀକ୍ଷଣ୍ ନଜର ରଖାଯାଉଛି । ପୂର୍ବ ଅପେକ୍ଷା ସ୍ଥାନୀୟ ଲୋକଙ୍କର ସରକାର ଓ ସୁରକ୍ଷା ବଳଙ୍କ ଉପରେ ବିଶ୍ବାସ ବଢୁଛି । ତେଣୁ ମାଓବାଦୀଙ୍କ ଗତିବିଧି ବାବଦରେ ଆଗୁଆ ସୂଚନା ମିଳିପାରୁଛି । ମାଓ ଦମନ ଅପେକ୍ଷା ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ପ୍ରୟାସ କରାଯାଉଛି,’’ କହିଛନ୍ତି ଅଭୟ ।

ମାଓବାଦୀମାନଙ୍କୁ ବିକାଶର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ପୁଣି ଥରେ ଅପିଲ କରି ଡିଜିପି କହିଛନ୍ତି ଯେ ମାଓ କାର୍ଯ୍ୟକଳାପ ବନ୍ଦ ହେଲେ ହିଁ ଲୋକଙ୍କର ବିକାଶ ହୋଇପାରିବ । ‘‘ପୂର୍ବ ଅପେକ୍ଷା ମାଓପ୍ରବଣ ଜିଲ୍ଲା କୁହାଯାଉଥିବା କୋରାପୁଟ, ନୟାଗଡ଼ ତଥା ଅନ୍ୟ କିଛି ଜିଲ୍ଲାରେ ମାଓବାଦୀ ଗତିବିଧି କମ୍‌ ହେବାରେ ଲାଗିଛି । ଏହାର ଶ୍ରେୟ ଯିବ ସ୍ଥାନୀୟ ଲୋକଙ୍କ ସହଯୋଗକୁ । ଆଗକୁ ମଧ୍ୟ ଲୋକଙ୍କର ଏଭଳି ସହଯୋଗ ରହିବ ବୋଲି ଆଶା ଅଛି,’’ କହିଛନ୍ତି ଅଭୟ ।



ଢିଜିପିଙ୍କ ସ୍ୱାଭିମାନ ଅଞ୍ଚଳରେ ସ୍ଥିତି ସମୀକ୍ଷା ବୈଠକରେ ଏସଆଇବି ଓ ବିଏସଫର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
Published by: Anand Shankar Thankur Das
First published: November 8, 2020, 11:53 PM IST
corona virus btn
corona virus btn
Loading