କାହିଁକି ଏଭଳି ଘଟିଲା ତାହା କେବଳ ମହାପ୍ରଭୁ ଜଗନ୍ନାଥଙ୍କୁ ଜଣା: ଡିଜିପି

Naba Das Death Case: ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣା ଉପରୁ ହଟୁନି ପରଦା। ଘଟଣାର ୬ ଦିନ ପରେ ଆଜି ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ ପୋଲିସ ଡ଼ିଜି। 

ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଡିଜି

ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଡିଜି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣା ଉପରୁ ହଟୁନି ପରଦା। ଅଭିଯୁକ୍ତ ଗୋପାଳ କାହିଁକି ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କଲା କାରଣର ଖୋଜି ପାଉନି ଓଡିଶା ପୋଲିସ।  ସେପଟେ ଘଟଣାର ୬ ଦିନ ପରେ ଆଜି ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ପୋଲିସ ଡ଼ିଜି।

କାହିଁକି ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କଲା ଗୋପାଳ ? ଗୁଳିକାଣ୍ଡ ପଛରେ କାରଣ କଣ ? ବ୍ୟକ୍ତିଗତ ଶତ୍ରୁତା ନା ଲୁଚି ରହିଚି ସିକ୍ରେଟ ମିସନ। ହାତ ଲେଖା ଚିଠିରେ କଣ ଲେଖିଥିଲେ ଗୋପାଳ ? ସାମ୍ନାକୁ ଆସିବ କି ହତ୍ୟାକାଣ୍ଡ ର ପ୍ରକୃତ କାରଣ ? ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିବା ଘଟଣାକୁ ଏହାରି ମଧ୍ୟରେ ୬ ଦିନ ବିତିଲା।  ହେଲେ ପର୍ଦ୍ଦା ଫାସ ହେଲାନାହିଁ ହତ୍ୟାକାଣ୍ଡ ପଛର କାରଣ। ଗିରଫ ହୋଇ ରିମାଣ୍ଡ ରେ ଆସିଛି  ଗୁଳି କରିଥିବା ଅଭିଯୁକ୍ତ ଏ.ଏସ .ଆଇ ଗୋପାଳ ଦାସ । ହେଲା ହତ୍ୟାକାଣ୍ଡ ପଛର କାରଣ କଣ ସ୍ପଷ୍ଟ କରୁନି ପୋଲିସ ।

ପ୍ରଥମେ ପାଇଖାନା ଟାଙ୍କିରୁ; ଏବେ ଜବତ ଗାଡିରୁ ମିଳିଲା ଲାଲି କାଗଜ!

ଘଟଣାର ୬ ଦିନ ପରେ ଆଜି ଗଣମାଧ୍ୟମ ଆଗକୁ ଆସିଛନ୍ତି ପୋଲିସ ଡ଼ିଜି ସୁନୀଲ ବଂଶଲ। ସେ କହିଛନ୍ତି, ତଦନ୍ତ ଚାଲିଛି  l ତଦନ୍ତ ନ ସରିବା  ପର୍ଯ୍ୟନ୍ତ କୌଣସି ନିର୍ଦ୍ଧିଷ୍ଟ ନିଷ୍କର୍ସ କହିହେବନି l PSOଙ୍କ ବିରୁଦ୍ଧରେ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ତଦନ୍ତ ପରେ ନିଆଯିବ। ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। କାହିଁକି ସେ ଗୁଳି କଲା ଜଣା ପଡିନି। ଏଭଳି ସମ୍ବେଦନଶୀଳ ଘଟଣା ୨ /୪ ଦିନରେ ସ୍ପଷ୍ଟ କରିହେବ ନାହିଁ ।

ପରୀ କେସରେ ପୋଖରୀ ଶୁଖାଯାଇଥିଲା; ନବ ଦାସଙ୍କ କେସରେ ପାଇଖାନା ଟାଙ୍କି !

ସେପଟେ ଏଭଳି ଘଟଣା ଯେଭଳି ପୁନର୍ବାର ନ ଘଟିବ ସେଥିପାଇଁ ଆଗୁଆ ସଚେତନ ହୋଇଛି ଓଡିଶା ପୋଲିସ।  ଏଥିପାଇଁ ସେଣ୍ଟ୍ରାଲ ପ୍ରୋଟେକ୍ସନ ଗ୍ରୁପ ବା SPG ର ସୁରକ୍ଷା କବଜକୁ ଆଗକୁ ଫଲୋ କରିବ ଓଡିଶା ପୋଲିସ। ପୋଲିସ ଡ଼ିଜି କହିଛନ୍ତି, ଆମେ SPG ସହ ଆଲୋଚନା କରୁଚୁ। ସେହି ଅନୁସାରେ ଆମେ SOP ପ୍ରସ୍ତୁତ କରିବୁ। ତେବେ ଜଣେ ମନ୍ତ୍ରୀଙ୍କ ପାଇଁ ଯେଉଁଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଏ, ଠିକ ସେମିତିକା ଗତ ୨୯ ତାରିଖରେ ମନ୍ତ୍ରୀ ନବ ଦାସଙ୍କ ପାଇଁ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ଏବେ ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ କରୁଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । କେନ୍ଦ୍ର ଗୃହ ବିଭାଗ ସହ  ଯୋଗାଯୋଗ କରି central forensic teamର ସାହାଯ୍ୟ ନିଆଯାଉଛି  l କେନ୍ଦ୍ର ଗୃହ ବିଭାଗର  କୌଣସି ସାହାଯ୍ୟ ଦରକାର ପଡିଲେ  ନିଆଯିବ
Published by:Soumya Das
First published: