News18 Odia Digital
ପାରଳାଖେମୁଣ୍ଡି/ବାଲେଶ୍ୱର: ଯୁବ ବନ ବିଭାଗ ଅଧିକାରୀ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟମୟ ମୃତ୍ୟୁ ତଦନ୍ତରେ ପାରଳାଖେମୁଣ୍ଡିରେ ଆଠ ଦିନ ଘାଣ୍ଟିବା ପରେ କ୍ରାଇମ୍ ବ୍ରାଞ୍ଚ୍ ଟିମ୍ ଫେରି ଆସିଛି ମୁଖ୍ୟାଳୟକୁ । ଏହା ଭିତରେ ୧୪ ଜଣଙ୍କୁ ଜେରା କରି ସାରିବା ପରେ ଜେରାରୁ ସଂଗୃହୀତ ତଥ୍ୟର ତର୍ଜମା କରିବା ସହ ଖୁବ୍ ଶୀଘ୍ର ସୌମ୍ୟଙ୍କ ଅଭିଯୁକ୍ତା ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିବା ପାଇଁ କ୍ରାଇମ୍ ବ୍ରାଞ୍ଚ୍ ଯୋଜନା କରୁଥିବା ଜଣାଯାଇଛି ।
ଜୁଲାଇ ୧୨ ତାରିଖ ରାତିରେ ପାଲାଖେମୁଣ୍ଡିରେ ନିଜ ସରକାରୀ ବାସଭବନରେ ପତ୍ନୀ ବିଦ୍ୟାଭାରତୀଙ୍କ ଉପସ୍ଥିତିରେ ନିଆଁରେ ରହସ୍ୟମୟ ଢଙ୍ଗରେ ଜଳିଯାଇଥିଲେ ୩୨ ବର୍ଷୀୟ ସୌମ୍ୟରଞ୍ଜନ । ପର ଦିନ କଟକର ଏକ ଘରୋଇ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ସୌମ୍ୟଙ୍କ ବିବାହ ଏହାର ମାତ୍ର ଛଅ ମାସ ତଳେ ହୋଇଥିଲା । ସୌମ୍ୟଙ୍କ ପିତା ଅଭିରାମ ମହାପାତ୍ରଙ୍କ ଏତାଲା ଅନୁସାରେ ବିଦ୍ୟାଭାରତୀଙ୍କର ଡି.ଏଫ୍.ଓ. ସଂଗ୍ରାମ କେଶରୀ ବେହେରାଙ୍କ ସହ ଥିବା ଅନୈତିକ ସମ୍ପର୍କ ଯୋଗୁଁ ସୌମ୍ୟ ଓ ବିଦ୍ୟାଙ୍କ ମଧ୍ୟରେ ଗମ୍ଭୀର ତିକ୍ତତା ସୃଷ୍ଟି ହୋଇଥିଲା ।
ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…କ୍ରାଇମ୍ ବ୍ରାଞ୍ଚର ତେବେ ଜେରା ବେଳେ କେତେକ ବ୍ୟକ୍ତି ମିଛ କହିଥିବାର ସୂଚନା ମିଳିଥିବାରୁ ସତ ଉଗାରିବା ପାଇଁ ଲାଏ ଡିଟେକ୍ସନ ଟେଷ୍ଟ୍ ସହ ମୁହାଁମୁହିଁ ଜେରା ଉପାୟ ଆପଣାଇବା ଦରକାର ବୋଲି କହିଛନ୍ତି ଏହି ମାମଲା ଉପରେ ଦୃଷ୍ଟି ନିବଦ୍ଧ କରିଥିବା ଆଇନଜୀବୀମାନେ । ଡି.ଏଫ.ଓ. ବେହେରା, ପାରଳାଖେମୁଣ୍ଡି ଓ.ଆଇ.ସି. ବିବେକାନନ୍ଦ ସ୍ୱାଇଁ ଓ ବିଦ୍ୟାଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଦାବି ଦୋହରାଇଛନ୍ତି ବାଲେଶ୍ୱର ଜିଲ୍ଲାର ଖଇରାରେ ଥିବା ସୌମ୍ୟଙ୍କ ପରିବାର ।

ଭାଇରାଲ୍ ଭିଡିଓରେ ଦେଖାଯାଇଛି ଯେ ଜମାନବନ୍ଦି ଲେଖାଯାଉଥିବା ବେଳେ DFO ଉପସ୍ଥିତ ଥିଲେ ।
କ୍ରାଇମ୍ ବ୍ରାଞ୍ଚ୍ ୧୪ ଜଣଙ୍କୁ ଜେରା କରିବା ପରେ ବି ଏ.ସି.ଏଫ୍. ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାର ଗୁମର ଫିଟାଇ ନ ପାରିବା ଏହି ତଦନ୍ତକାରୀ ସଂସ୍ଥାର ପାରିବାପଣିଆ ଉପରେ ପ୍ରଶ୍ନ ଠିଆକରାଇଛି । ଜେରାରୁ ମିଳିଥିବା ତଥ୍ୟ ତଦନ୍ତକୁ ଆଗେଇ ନେବ କି ଓ ପୂର୍ବରୁ ପାରଳାଖେମୁଣ୍ଡି ପୋଲିସର ଲଗାତର ଜେରାଠାରୁ କ୍ରାଇମ୍ ବ୍ରାଞ୍ଚର ଜେରା ଭିନ୍ନ କି ବୋଲି ବି ଅନେକ ପ୍ରଶ୍ନ ଏବେ ମୁଣ୍ଡ ଟେକିଛି ।
ଏହା ବି ପଢ଼ନ୍ତୁ | କରୋନା 3rd Wave ଅକ୍ଟୋବରରେ ଶୀର୍ଷ ଛୁଇଁବ; ପିଲାଙ୍କ ପ୍ରତି ଅଧିକ ବିପଦ: ଗୃହ ମନ୍ତ୍ରାଳୟ ରିପୋର୍ଟସୌମ୍ୟରଞ୍ଜନଙ୍କ ମୃତ୍ୟୁ ହେବା ପରେ ୩୨ ଦିନ ଧରି ତଦନ୍ତ ଚଳାଇବା ପରେ ମୃତ୍ୟୁ ରହସ୍ୟ ଭେଦିବାରେ ଫେଲ୍ ମାରିଥିଲା ପାରଳାଖେମୁଣ୍ଡି ପୋଲିସ । ଏବେ ଅସଲରେ ଗୁରାଣ୍ଡି ଥାନାର OIC ତଥା ବିଦ୍ୟାଭାରତୀଙ୍କ ସମ୍ପର୍କୀୟା ଭାଉଜ ମମତାରାଣୀ ପଣ୍ଡା ଏବଂ ଡିଏଫଓ ସଂଗ୍ରାମ କେଶରୀ ବେହେରା ଦେଇଥିବା ବୟାନକୁ ନେଇ ଅଡୁଆରେ ପଡ଼ିଛି କ୍ରାଇମ୍ ବ୍ରାଞ୍ଚ୍ । ବିଭାଗୀୟ ନିର୍ଦ୍ଦେଶରେ ହସ୍ପିଟାଲ ଆସିଥିଲେ ବୋଲି କହିଛନ୍ତି ମମତାରାଣୀ । କିନ୍ତୁ ତତ୍କାଳୀନ ଏସ୍.ପି. ତପନ କୁମାର ପଟ୍ଟନାୟକ କହିଥିଲେ ଅଲଗା କଥା ।

ଗୁରାଣ୍ଡି ଥାନାର OIC ତଥା ବିଦ୍ୟାଭାରତୀଙ୍କ ସମ୍ପର୍କୀୟା ଭାଉଜ ମମତାରାଣୀ ପଣ୍ଡା
ଏହା ବି ପଢ଼ନ୍ତୁ | ବିଦାୟ କଲ୍ୟାଣ ସିଂ: BJPର ଏହି ତୁଙ୍ଗ ନେତା ରାମ ମନ୍ଦିରର ସ୍ୱପ୍ନ ଦେଖିଥିଲେ, ଦିନଟିଏ ଜେଲ୍ରେ କାଟିଥିଲେଯଦିଓ ସୌମ୍ୟଙ୍କ ଜମାନବନ୍ଦୀ ବେଳେ ହସ୍ପିଟାଲରେ ଡି.ଏଫ.ଓ. ନ ଥିଲେ ବୋଲି ଜେରା ବେଳେ ଡାକ୍ତର ଓ ତହସିଲଦାର କ୍ରାଇମ ବ୍ରାଞ୍ଚକୁ କହିଥିଲେ, ସାମନାକୁ ଆସିଥିବା ଭାଇରାଲ ଭିଡିଓରେ ଜଳ ଜଳ ଦେଖିବାକୁ ମିଳିଥିଲା ଡି.ଏଫ.ଓ.ଙ୍କୁ । ତେଣୁ ତତ୍କାଳୀନ ଏସ୍.ପି. ତପନ ପଟ୍ଟନାୟକ, ସୌମ୍ୟଙ୍କୁ ଚିକିତ୍ସା କରିଥିବା ଡାକ୍ତର ଓ ଜମାନବନ୍ଦୀ ବେଳେ ଉପସ୍ଥିତ ଥିବା ତହସିଲଦାରଙ୍କୁ ଆଣି OIC ଓ DFOଙ୍କ ସହ ମୁହାଁମୁହିଁ ଜେରା କରାଯିବା ଦରକାର ବୋଲି କହିଛନ୍ତି ଆଇନଜୀବୀମାନେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ‘Hot & Cute’: ଅଭିନେତ୍ରୀ ଆୟଶା ଶର୍ମା ବ୍ରା ନ ପିନ୍ଧି ଫଟୋଶୁଟ୍ କଲେ, ଫଟୋ ସବୁ ଶେୟାର୍ କଲେ‘‘ଯେହେତୁ କେତେକ ବ୍ୟକ୍ତି ପୂର୍ବରୁ ପୋଲିସକୁ ଦେଇଥିବା ବୟାନ ଓ ପରେ କ୍ରାଇମ୍ ବ୍ରାଞ୍ଚକୁ ଦେଇଥିବା ବୟାନ ମଧ୍ୟରେ ତାଳମେଳ ରହୁ ନ ଥିବା ଦେଖାଦେଇଛି, ସେମାନଙ୍କୁ ମୁହାଁମୁହିଁ ବସାଇ ଜେରା କରି ସତ୍ୟସାମନାକୁ ଆଣିବା ଉଚିତ । ନହେଲେ କେବଳ ଏମିତି ଗୋଟେ ପରେ ଗୋଟେ ଜେରା ହିଁ ଚାଲିଥିବ,’’ କହିଛନ୍ତି ବରିଷ୍ଠ ଆଇନଜୀବୀ କୃଷ୍ଣମୋହନ ପଟ୍ଟନାୟକ ।

ତତ୍କାଳୀନ ଗଜପତି ଏସ୍.ପି. ତପନ କୁମାର ପଟ୍ଟନାୟକ
ଏହା ବି ପଢ଼ନ୍ତୁ | କରୋନା 3rd Wave: ସେପ୍ଟେମ୍ବରରେ ଦୈନିକ ୪ ଲକ୍ଷ ମାମଲା ଆସିପାରେ ବୋଲି କହିଲା ନୀତି ଆୟୋଗଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିବା ପାଇଁ କ୍ରାଇମ୍ ବ୍ରାଞ୍ଚ ପ୍ରସ୍ତୁତ ହେଉଛି । ଘରେ କେବଳ ବିଦ୍ୟାଭାରତୀ ଥିବା ବେଳେ ସେଇଠି ସୌମ୍ୟଙ୍କ ଦେହରେ କେମିତି ନିଆଁ ଲାଗିଲା ତାହା ସେ ଜାଣି ନାହାନ୍ତି ବୋଲି ପୂର୍ବରକୁ ଦୁଇ ଥର ଜେରାରେ ସେ ପୋଲିସକୁ କହିଥିଲେ । ଏହା ଉପରେ ଅନେକ ପ୍ରଶ୍ନ ଉଠିଛି । ଏହି ତଥ୍ୟ ସାମନାକୁ ଆଣିବା କ୍ରାଇମ୍ ବ୍ରାଞ୍ଚର ଏକ ବଡ଼ ଦାୟିତ୍ୱ ବୋଲି କୁହାଯାଉଛି ।
ଏହା ବି ପଢ଼ନ୍ତୁ | କାବୁଲ ଏୟାରପୋର୍ଟରେ ଦଳଚକଟାରେ ୭ ଆଫଗାନ୍ ମଲେ; ଆଫଗାନିସ୍ତାନରୁ ଫେରିଲେ ୪୦୦ ଭାରତୀୟସୌମ୍ୟରଞ୍ଜନଙ୍କ ପରିବାର କହିଛନ୍ତି ଯେ ତାଙ୍କୁ ଯୋଜନାବଦ୍ଧ ଭାବେ ମାରି ଦିଆଯାଇଛି ଓ ଏଥିରେ ବିଦ୍ୟାଭାରତୀ, ଡି.ଏଫ.ଓ., ଡାକ୍ତର ଓ ତହସିଲଦାରଙ୍କଠାରୁ ଆରମ୍ଭ କରି ଅନ୍ୟ କେତେକ ଲୋକ ସଂପୃକ୍ତ ଅଛନ୍ତି । ‘‘ପ୍ରଥମେ ଡି.ଏଫ.ଓ., ଓ.ଆଇ.ସି. ଓ ବିଦ୍ୟାଭାରତୀଙ୍କୁ ଗିରଫ କରାଯାଉ । ପ୍ରମାଣ ନଷ୍ଟ କରିବା ପାଇଁ ପୋଲିସ ଡି.ଏଫ୍.ଓ.ଙ୍କୁ ସୁଯୋଗ ଦେଇଥିବାରୁ ତଦନ୍ତକୁ ଆହୁରି କଡ଼ାକଡ଼ି କରାଯାଉ,’’ କହିଛନ୍ତି ମାନବାଧିକାର କର୍ମୀ ପ୍ରନୋଜ ପଟ୍ଟନାୟକ ।
ଏ.ସି.ଏଫ୍. ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ୪୨ ଦିନ ବିତିଯିବା ପରେ ବି ଏହି ଚର୍ଚ୍ଚିତ ମାମଲା ଉପରେ ସମସ୍ତଙ୍କ ନଜର ରହିଛି । ପୋଲିସ ପ୍ରଥମ ୩୨ ଦିନର ତଦନ୍ତ ସମୟରେ ବିଦ୍ୟାଭାରତୀଙ୍କ ଯେଉଁ ହାତଲେଖା ଅନେକ ଚିଠି ବା ଡାଏରୀ ପୃଷ୍ଠା ସାମନାକୁ ଆଣିଥିଲା ସେଥିରୁ ସ୍ପଷ୍ଚ ହୋଇସାରିଛି ଯେ ସୌମ୍ୟଙ୍କ ସହ ତାଙ୍କ ସମ୍ପର୍କ ଅତି କଟୁ ହୋଇସାରିଥିଲା ଓ ସେ କୌଣସି ମତେ ତାଙ୍କଠାରୁ ମୁକ୍ତି ଚାହୁଁଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।