• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ସୌମ୍ୟ ମୃତ୍ୟୁ: ବିଦ୍ୟାଙ୍କ ସହ ଅନୈତିକ ସମ୍ପର୍କ ଅଭିଯୋଗ ସାମନା କରୁଥିବା DFOଙ୍କୁ ଜେରା କଲା କ୍ରାଇମ ବ୍ରାଞ୍ଚ

ସୌମ୍ୟ ମୃତ୍ୟୁ: ବିଦ୍ୟାଙ୍କ ସହ ଅନୈତିକ ସମ୍ପର୍କ ଅଭିଯୋଗ ସାମନା କରୁଥିବା DFOଙ୍କୁ ଜେରା କଲା କ୍ରାଇମ ବ୍ରାଞ୍ଚ

Crime Branch interrogates Paralakhemundi DFO in Soumya death case | ଜେରା ସରିବା ପରେ ବାହାରକୁ ଆସିବା ବେଳେ DFOଙ୍କଠାରୁ ଗଣମାଧ୍ୟମ ପ୍ରତିନିଧିମାନେ ଜେରା ସମ୍ପର୍କିତ ତଥ୍ୟ ଜାଣିବାକୁ ଚାହିଁଥିଲେ । ହେଲେ ସେ କୌଣସି ପ୍ରଶ୍ନର ଉତ୍ତର ନ ଦେଇ କହିଥିଲେ ‘‘ମୋ ଇଚ୍ଛା, ମୁଁ କିଛି କହିବି ନାହିଁ’’ ।

ସୌମ୍ୟ ଓ ବିଦ୍ୟା; (ଡାହାଣ) ଜେରା ପରେ ବାହାରକୁ ଆଶୁଛନ୍ତି ଡି.ଏଫ୍.ଓ. ।

ସୌମ୍ୟ ଓ ବିଦ୍ୟା; (ଡାହାଣ) ଜେରା ପରେ ବାହାରକୁ ଆଶୁଛନ୍ତି ଡି.ଏଫ୍.ଓ. ।

  • Share this:
News18 Odia Digital

ପାରଳାଖେମୁଣ୍ଡି: ବନ ବିଭାଗର ଯୁବ ଅଧିକାରୀ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟମୟ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା କ୍ରାଇମ୍‌ ବ୍ରାଞ୍ଚ୍‌ ଗୁରାଣ୍ଡି ଥାନାଧିକାରିଣୀ ମମତାରାଣୀ ପଣ୍ଡାଙ୍କୁ ଜେରା କରିବାର ଦିନକ ପରେ ଏହି ମାମଲାରେ ଅଭିଯୁକ୍ତ ଥିବା ଗଜପତି ଡି.ଏଫ୍‌.ଓ. ସଂଗ୍ରାମ କେଶରୀ ବେହେରାଙ୍କୁ ଶନିବାର ଦିନ ତିନି ଘଣ୍ଟା ଧରି ଜେରା କରିଛି ।

ଲଗାତର ଛଅ ଦିନ ଧରି ପାରଳାଖେମୁଣ୍ଡିରେ ଡେରା ପକାଇ ସନ୍ଦିଗ୍ଧ ଚରିତ୍ର ଓ ଅଭିଯୁକ୍ତମାନଙ୍କୁ ଜେରା କରୁଥିବା ଚାରି-ଜଣିଆ କ୍ରାଇମ୍‌ ବ୍ରାଞ୍ଚ୍‌ ଟିମ୍ ଜେରା ବେଳେ ବେହେରାଙ୍କୁ ଗୁଡ଼ାଇ ତୁଡ଼ାଇ ଅନେକ ପ୍ରଶ୍ନ ପଚାରିଥିଲା । ହେଲେ ସେ ଅନେକ ପ୍ରଶ୍ନର ଉତ୍ତର ଦେଇପାରି ନ ଥିଲେ ଓ କ୍ରାଇମ୍‌ ବ୍ରାଞ୍ଚ୍‌ ଟିମ୍‌ ତାଙ୍କ ଉତ୍ତରରେ ସନ୍ତୁଷ୍ଟ ହୋଇ ନ ଥିବା ଜଣାପଡ଼ିଛି । ୩୨-ବର୍ଷୀୟ ଏ.ସି.ଏଫ୍‌. ସୌମ୍ୟରଞ୍ଜନ ମହାପାତ୍ରଙ୍କ ପରିବାର ଲୋକଙ୍କ ଏତାଲା ଅନୁସାରେ ବେହେରାଙ୍କର ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସହ ଅନୈତିକ ସମ୍ପର୍କ ଥିଲା ଓ ବେହେରା ସୌମ୍ୟଙ୍କୁ ଚାକିରି କ୍ଷେତ୍ରରେ ହଇରାଣ କରୁଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | VIDEO: ‘‘ବିଶ୍ୱାସ କର, ମୁଁ କିଛି ବି ପିନ୍ଧିନି’: ଇନଷ୍ଟା LIVEରେ ନଗ୍ନ ହୋଇ ଲୋକଙ୍କୁ କହିଲେ ଗେହନା ବଶିଷ୍ଟ

‘‘ତାଙ୍କୁ (ବେହେରାଙ୍କୁ) ପ୍ରାୟ ତିନି ଘଣ୍ଟା ଧରି ଆମେ ପଚରାଉଚରା କଲୁ । ସେ ସେଦିନ ହସପିଟାଲରେ ଥିବା କଥା ମାନିଲେ, ମାତ୍ର ଡାକ୍ତରମାନେ (ସୌମ୍ୟଙ୍କ) ମୃତ୍ୟୁକାଳୀନ ଜମାନବନ୍ଦୀ ବିଷୟରେ କ’ଣ ଲେଖୁଥିଲେ ତାହା ସେ ଦେଖି ନ ଥିବା କହିଛନ୍ତି । ସୌମ୍ୟଙ୍କୁ ରାତିରେ ଡ୍ୟୁଟିକୁ ପଠାଉଥିଲେ ଓ ବିଦ୍ୟାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ ବୋଲି ତାଙ୍କ ବିରୁଦ୍ଧରେ ଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ଏବେ ତ ତଦନ୍ତ ପ୍ରାଥମିକ ସ୍ତରରେ ଅଛି । ଆଗକୁ ଆବଶ୍ୟକ ହେଲେ ଆହୁରି ଜେରା କରାଯିବ,’’ କହିଛନ୍ତି କ୍ରାଇମ୍‌ ବ୍ରାଞ୍ଚ୍‌ ଡି.ଏସ୍‌.ପି. ଜ୍ଞାନରଞ୍ଜନ ମିଶ୍ର । ସେ କହିଛନ୍ତି ଯେ ଜେରା ବେଳେ ବହୁ ପ୍ରଶ୍ନର ଉତ୍ତର ଦେଇନାହାନ୍ତି ବେହେରା ।

କ୍ରାଇମ୍‌ ବ୍ରାଞ୍ଚ୍‌ ଡି.ଏସ୍.ପି. ଜ୍ଞାନରଞ୍ଜନ ମିଶ୍ର


ଏହା ବି ପଢ଼ନ୍ତୁ | ଝିଅ ପ୍ରେମ ବିବାହ କରିବାରୁ ତାବାପା ନିଜେ ତାକୁ ହତ୍ୟା କଲା, ଶବକୁ କେନାଲରେ ଫିଙ୍ଗିଦେଲା

ଦରକାର ହେଲେ ଡି.ଏଫ୍‌.ଓ. ସଂଗ୍ରାମ କେଶରୀ ବେହେରାଙ୍କର ଲାଏ ଡିଟେକ୍ସନ୍‌ ଟେଷ୍ଟ ବି କରାଯିବ ଓ ଏହି ମାମଲାରେ ମୁଖ୍ୟ ସାକ୍ଷୀ ବିଦ୍ୟାଭାରତୀଙ୍କୁ ମଧ୍ୟ ଜେରା କରାଯିବ ବୋଲି କହିଛନ୍ତି ମିଶ୍ର । ଜୁଲାଇ ୧୨ ତାରିଖ ରାତିରେ ସୌମ୍ୟରଞ୍ଜନ ନିଜ ପାରଳାଖେମୁଣ୍ଡିସ୍ଥ ସରକାରୀ ବାସଭବନରେ ପତ୍ନୀ ବିଦ୍ୟାଭାରତୀଙ୍କ ସାମନାରେ ରହସ୍ୟମୟ ଢଙ୍ଗରେ ନିଆଁରେ ଜଳିଯାଇଥିଲେ । ତା’ ପର ଦିନ କଟକରେ ଏକ ଘରୋଇ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ବିଦ୍ୟାଭାରତୀଙ୍କୁ ପାରଳାଖେମୁଣ୍ଡି ପୋଲିସ ଏହା ପୂର୍ବରୁ ଦୁଇଥର ଜେରା କରିଥିଲେ ବି ସୌମ୍ୟଙ୍କ ଦେହରେ ନିଆଁ କେମିତି ଲାଗିଲା ତାହା ସେ ଜାଣି ନାହାନ୍ତି ବୋଲି କହିଥିଲେ ।

ଏହା ବି ପଢ଼ନ୍ତୁ | ଦେଶର ତଦନ୍ତକାରୀ ସଂସ୍ଥାମାନେ କୋର୍ଟକୁ ସହଯୋଗ କରୁନାହାନ୍ତି’: ଖପ୍ପା ହୋଇ କହିଲେ ସୁପ୍ରିମ କୋର୍ଟ୍

ଜେରା ସରିବା ପରେ ବାହାରକୁ ଆସିବା ବେଳେ ବେହେରାଙ୍କଠାରୁ ଗଣମାଧ୍ୟମ ପ୍ରତିନିଧିମାନେ ଜେରା ସମ୍ପର୍କିତ ତଥ୍ୟ ଜାଣିବାକୁ ଚାହିଁଥିଲେ । ହେଲେ କୌଣସି ପ୍ରଶ୍ନର ଉତ୍ତର ନ ଦେଇ ସେ ଗଣମାଧ୍ୟମକୁ ନାଲି ଆଖି ଦେଖାଇବା ସହ ବଡ଼ ପାଟିରେ ‘‘ମୋ ଇଚ୍ଛା, ମୁଁ କିଛି କହିବି ନାହିଁ’’ ଓ ‘‘ନ କହିବା ମୋ’ ଅଧିକାର’’ ବୋଲି କହିଥିଲେ । ତଥାପି ନଛୋଡ଼ବନ୍ଧା ଗଣମାଧ୍ୟମ ପ୍ରତିନିଧିମାନେ ବାରମ୍ବାର ପ୍ରଶ୍ନ କରିବାରୁ ସେ ପୁଣି ଥରେ ପୋଲିସ ଗେଷ୍ଟ ହାଉସ୍ ଭିତରକୁ ଚାଲିଯାଇଥିଲେ । ଏହାର କିଛି ସମୟ ପରେ ପୋଲିସ୍ ସୁରକ୍ଷା ବଳୟରେ ଆଣି ତାଙ୍କୁ ଗାଡିରେ ବସାଇଥିଲା ।

ସୌମ୍ୟଙ୍କ ମୃତ୍ୟୁ ମାମଲାରେ ସନ୍ଦେହ ଘେରରେ ଅଛନ୍ତି ତାଙ୍କ ପତ୍ନୀ ବିଦ୍ୟାଭାରତୀ ।


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅନୁଷ୍କା ଶର୍ମା ଇଂଲଣ୍ଡରୁ ଫଟୋ ଶେୟାର୍ କଲେ; ବିରାଟ ପଚାରିଲେ, ‘କିଏ ଉଠେଇଛି ଫଟୋ?’

ସୌମ୍ୟଙ୍କ ମୃତ୍ୟୁର ୧୧ ଦିନ ପରେ ପାରଳାଖେମୁଣ୍ଡି ପୋଲିସ ବେହେରାଙ୍କୁ ଜେରା କରିଥିଲା । ତା’ର କିଛି ଦିନ ପରେ ତାଙ୍କୁ ଓ ଅନଧିକାର ଭାବେ ସୌମ୍ୟଙ୍କ ମାମଲାରେ ହସ୍ତକ୍ଷେପ କରିଥିବା ଗୁରାଣ୍ଡି ଥାନାଧିକାରିଣୀ ମମତା ପଣ୍ଡାଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିଲେ ତତ୍କାଳୀନ ଗଜପତି ଏସ୍‌.ପି. ତପନ କୁମାର ପଟ୍ଟନାୟକ । ଏହା ପରେ ସ୍ଥାନୀୟ ପୋଲିସ ବେହେରାଙ୍କୁ ଓ ପଣ୍ଡାଙ୍କୁ ଘଣ୍ଟ ଘୋଡ଼ାଉଛି ବୋଲି ଅଭିଯୋଗ ହୋଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ପଛରେ ଥିଲା ଏକ ବାଳକର କାର୍ଯ୍ୟ କୋର୍ଟର ନିଷ୍ପତ୍ତି

ଚାରି ଦିନ ତଳେ ଏହି ମାମଲାରେ କ୍ରାଇମ୍‌ ବ୍ରାଞ୍ଚର ଜେରା ସମୟରେ ଏକ ବଡ଼ଖୁଲାସା ହୋଇଥିଲା । ସୌମ୍ୟରଞ୍ଜନ ଯେଉଁ ରାତିରେ ନିଜ ସରକାରୀ ବାସବଭନରେ ନିଜ ପତ୍ନୀ ବିଦ୍ୟାଭାରତୀଙ୍କ ଉପସ୍ଥିତିରେ ନିଆଁରେ ଜଳିଯାଇଥିଲେ ସେହି ରାତିରେ ଡି.ଏଫ୍‌.ଓ. ସଂଗ୍ରାମ କେଶରୀ ବେହେରାଙ୍କ ବାସଭବନକୁ ଗଜପତିର ନବନିଯୁକ୍ତ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଆସିଥିଲେ ବୋଲି ଜଣା ପଡ଼ିଥିଲା । ଏହି ତଥ୍ୟକୁ ପାରଳାଖେମୁଣ୍ଡି ପୋଲିସ ମାସାଧିକ କାଳର ତଦନ୍ତ ବେଳେ ସାମନାକୁ ଆଣି ନ ଥିବାରୁ ପୋଲିସର ତଦନ୍ତକୁ ନେଇ ସନ୍ଦେହ ଘନୀଭୁତ ହୋଇଥିଲା ।



ଅଗଷ୍ଟ ୨୦ ତାରିଖରେ କ୍ରାଇମ୍‌ ବ୍ରାଞ୍ଚର ଜେରା ବେଳେ ଗୁରାଣ୍ଡି ଥାନା ଅଧିକାରିଣୀ ମମତାରାଣୀ ପଣ୍ଡା ଏସ୍‌.ଡି.ପି.ଓ.ଙ୍କ ନିର୍ଦ୍ଦେଶ କ୍ରମେ ସୌମ୍ୟ ଭର୍ତ୍ତି ହୋଇଥିବା ହସ୍ପିଟାଲକୁ ଆସିଥିବା ଓ ତଦନ୍ତରେ ସହଯୋଗ କରିଥିବା କଥା କହିଥିଲେ ।
Published by:Anand S.T. Das
First published: