କାଳିଆର ନିଆରା ଭକ୍ତ; ନଡ଼ିଆ ଦେଇ ଏମିତି କାମନା କଲେ ଦିବ୍ୟାଙ୍ଗ ଚନ୍ଦନ ମହାନ୍ତି

ଭଦ୍ରକ ପିରହାଟ ଅଞ୍ଚଳର ୧୬ ବର୍ଷୀୟ ବାଳକ ଚନ୍ଦନ ମହାନ୍ତି। ମନର ଇଛା ଥିଲା କାଳିଆର ଚକାଆଖି ଦେଖିବି।

କାଳିଆର ନିଆରା ଭକ୍ତ

କାଳିଆର ନିଆରା ଭକ୍ତ

  • Share this:
News18 Odia Digital

ପୁରୀ: କାଳିଆ ପାଖରେ ନିଆରା ଭକ୍ତ। ଉଚ୍ଚତା ଦୁଇ ଫୁଟରୁ କମ୍ ହେଲେ ମଧ୍ୟ ମନରେ ହିମାଳୟ ଭଳି ଇଛାଶକ୍ତି। ଆଉ କୁନି ପାଦରେ ଚାଲିଚାଲି କାଳିଆ ଦୁଆରେ ପହଞ୍ଚିଲେ ଭଦ୍ରକ ପିରହାଟ ଅଞ୍ଚଳର ୧୬ ବର୍ଷୀୟ ବାଳକ ଚନ୍ଦନ ମହାନ୍ତି। ମନର ଇଛା ଥିଲା କାଳିଆର ଚକାଆଖି ଦେଖିବି।

‘‘ମୁଁ ଦିବ୍ୟାଙ୍ଗ ହେଲେ ମଧ୍ୟ ମୋର ଆରାଧ୍ୟ ଠାକୁର ହେଲେ ମହାପ୍ରଭୁ। ତେଣୁ ତାଙ୍କ ପାଇଁ ଖାଲିହାତରେ ନ ଆସି ଆଣିଛି ତାଙ୍କର ପ୍ରୀୟ ଶ୍ରୀଫଳ। ଆଉ ମୋର ଭାବନା ରହିଛି ଆରେ କାଳିଆ ନେ ମୋ ନଡ଼ିଆ। ମହାପ୍ରଭୁ ଯେଭଳି ଭାଇ ଭଉଣୀକୁ ସାଙ୍ଗରେ ଧରି ରଥଯାତ୍ରାରେ ଆସିଛନ୍ତି ଠିକ୍ ସେହିଭଳି ମୁଁ ହେଲି ଜଗା, ମୋ ଭଉଣୀ ହେଲା ବଳଭଦ୍ର ଓ ମୋ ମାଆକୁ ଧରି ଆସିଛି। ହେଲେ କେବେ ଭାବିନଥିଲି କାଳିଆ ପାଖରେ ପହଞ୍ଚିବି ଆଉ ତା ପାଇଁ ଆଣିଥିବା ନଡ଼ିଆକୁ ତା ହାତକୁ ବଢ଼ାଇ ଦେବି। ମହାପ୍ରଭୁ ସତରେ ମୋ ମନର କଥା ବୁଝିଛନ୍ତି। ଶ୍ରୀଗୁଣ୍ଡିଚାରେ ପାଦ ଦେଉ ଦେଉ ଆମକୁ ପାଛୋଟି ନେଲେ। ମନ୍ଦିର ନିକଟରେ ପହଞ୍ଚିବା ପରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅକୁଣ୍ଠ ସହଯୋଗ ଯୋଗୁଁ ମୁଁ ଓ ମୋ ପରିବାର ପ୍ରଭୁଙ୍କ ଦର୍ଶନ ପାଇଲୁ,’’ କହିଛନ୍ତି ଦିବ୍ୟାଙ୍ଗ ବାଳକ ଚନ୍ଦନ।।

ସେପଟେ ଚନ୍ଦନ ଚାଲିବାକୁ ସକ୍ଷମ ଥିଲେ ମଧ୍ୟ ଆବଶ୍ୟକତା ଠାରୁ ଉଚ୍ଚତା ଯଥେଷ୍ଟ କମ୍ ହୋଇଥିବାରୁ ସାଧାରଣ ମଣିଷ ଭଳି ଚଳିବା ଅସମ୍ଭବ ହୋଇପଡୁଛି। ତଥାପି ପ୍ରତି ମୁହୂର୍ତ୍ତରେ ତାକୁ ଜୀବନ ସହ ସଂଗ୍ରାମ କରିବାକୁ ପଡୁଛି।

ସେହିପରି ସେ ଆହୁରି କହିଛନ୍ତି, ‘‘ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଛି। ଦୁଇ ଦିନ ପରେ ରେଜଲ୍ଟ ବାହାରିବ। ଏଣୁ ଚନ୍ଦନ ଆଡ଼ପମଣ୍ଡପରେ କାଳିଆକୁ ଦର୍ଶନ କରି ନଡ଼ିଆ ବଢ଼ାଇବ। ନିଜ ମନର କଥା କହିଛି। ପରିବାରର ମଙ୍ଗଳ କାମନା କରିଛି। ବାପା-ମାଆ ଭଉଣୀଙ୍କ ଅନ୍ତେ ମୁଁ କିଭଳି ଏକୁଟିଆ ବଞ୍ଚିବି ବୋଲି ମହାପ୍ରଭୁଙ୍କ ପାଖେ ଦୁଃଖ ଜଣାଇଛି।’’

ସେପଟେ ଭଉଣୀ ଓ ମାଆ ମଧ୍ୟ ପୁଅ ଚନ୍ଦନ ପାଇଁ ଭାଙ୍ଗି ପଡ଼ିଛନ୍ତି। ପରିବାରର ଏକମାତ୍ର ପୁଅ ଚନ୍ଦନ। ତାକୁ ମହାପ୍ରଭୁ ଆଶୀର୍ବାଦ କରନ୍ତୁ ଦୀର୍ଘାୟୁ କରନ୍ତୁ ବୋଲି କାଳିଆ ପାଖରେ ଗୁହାରୀ କରିଛନ୍ତି।
Published by:Lipina Das
First published: