ଶ୍ରୀମନ୍ଦିର ମଧ୍ୟରେ ହବିଷ୍ୟାଳି ଭକ୍ତଙ୍କୁ ମାଡ଼; ସସପେଣ୍ଡ ହେଲେ ଓଏସଏପି ସୁରକ୍ଷା କର୍ମୀ

ପୁଣି ଖାକିରେ ଲାଗିଲା ଦାଗ। ମହାଧାର୍ମିକ ମାସ ପଞ୍ଚୁକରେ ପୋଲିସ ଭକ୍ତଙ୍କ ଉପରେ କଲା ଆକ୍ରମଣ। ଶ୍ରୀମନ୍ଦିର ଜଗମୋହନ ଭିତରେ ହବିଷ୍ୟାଳିଙ୍କୁ ମାଡ଼ ମରାଯିବା ଅଭିଯୋଗ।

ଶ୍ରୀମନ୍ଦିର ମଧ୍ୟରେ ହବିଷ୍ୟାଳି ଭକ୍ତଙ୍କୁ ମାଡ଼

ଶ୍ରୀମନ୍ଦିର ମଧ୍ୟରେ ହବିଷ୍ୟାଳି ଭକ୍ତଙ୍କୁ ମାଡ଼

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ପୁରୀ: ଶ୍ରୀମନ୍ଦିର ମଧ୍ୟରେ ହବିଷ୍ୟାଳି ଭକ୍ତଙ୍କୁ ମାଡ଼। ଜଗମୋହନ ନିକଟରେ ମୁତୟନ ଥିବା ସୁରକ୍ଷା କର୍ମୀ ମହିଳା ଭକ୍ତଙ୍କୁ ବାଡ଼ିରେ ମାରିଥିବା ଅଭିଯୋଗ। ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଘଟଣାର ଅନୁଧ୍ୟାନ ପାଇଁ ଅତିରିକ୍ତ ଏସପି ପୋଲିସ କର୍ମଚାରୀ ଗଲେ ଶ୍ରୀମନ୍ଦିରକୁ। ଆଉ ଓଏସଏପି ସୁରକ୍ଷା କର୍ମୀଙ୍କୁ ସିଂହଦ୍ୱାର ଥାନାରେ ଅଟକ ରଖାଯାଇଛି।

ପୁଣି ଖାକିରେ ଲାଗିଲା ଦାଗ। ମହାଧାର୍ମିକ ମାସ ପଞ୍ଚୁକରେ ପୋଲିସ ଭକ୍ତଙ୍କ ଉପରେ କଲା ଆକ୍ରମଣ। ଶ୍ରୀମନ୍ଦିର ଜଗମୋହନ ଭିତରେ ହବିଷ୍ୟାଳିଙ୍କୁ ମାଡ଼ ମରାଯିବା ଅଭିଯୋଗ। ପୋଲିସ ମାଡରେ ଜଣେ ହବିଷ୍ୟାଳିଙ୍କ ଫାଟିଗଲା ମୁଣ୍ଡ। ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି।

ଗୁରୁତର ହବିଷ୍ୟାଳୀ ବ୍ରହ୍ମପୁର ଅଞ୍ଚଳର ମାଧୁରୀ ଦାସ। ତେବେ ପୁରୀ ଏସପି ବିଶାଳ ସିଂ ଆହତ ମହିଳାଙ୍କୁ ମେଡ଼ିକାଲରେ ଭେଟି ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସେପଟେ ଶ୍ରୀମନ୍ଦିରରେ ଭକ୍ତଙ୍କ ଉପରେ ପୋଲିସର ଆକ୍ରମଣ ଘଟଣାକୁ ନେଇ ଅତିରିକ୍ତ ଏସପିଙ୍କୁ ଦିଆଯାଇଛି ତଦନ୍ତ ଦାୟିତ୍ବ। ଆହତ ହବିଷ୍ୟାଳିଙ୍କୁ ହସ୍ପିଟାଲରେ ଭେଟିବା ପରେ ଥାର୍ଡ ବାଟାଲିୟନ ଓଏସଏପି ସୁରକ୍ଷା କର୍ମୀ ପ୍ରଶାନ୍ତ ଦଳାଇକୁ ସସପେଣ୍ଡ କରାଯାଇଥିବା କହିଛନ୍ତି ଏସପିl ଘଟଣା ଅଧିକ ତଦନ୍ତ ପାଇଁ ଦିଆଯାଇଛି ନିର୍ଦ୍ଦେଶ।
Published by:Lipina Das
First published: