News 18 Odia Digital
ପୁରୀ; ବ୍ରହ୍ମଗିରି ଅଲାରନାଥ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପର୍ଯ୍ୟାୟ କ୍ରମେ ଏହାର ନକ୍ସା ପ୍ରସ୍ତୁତିକୁ ଶେଷ ରୁପ ଦେବା ପାଇଁ ଆଜି ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ପୂର୍ତ୍ତ ବିଭାଗ ମୁଖ୍ୟ ଶାସନ ସଚିବ (Works Department Secretary Visits Alarnath Temple) ଭିର ବିକ୍ରମ ଯାଦବ ଏବଂ ଓବିସିସି ଏମଡି ଜୟ ନାରାୟଣ ଦାସ ଅଲାରନାଥଙ୍କ ମନ୍ଦିର ପରିଦର୍ଶନ କରିଛନ୍ତି ।

ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରି ସେଠିକାର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନେଇ ସେବାୟତଙ୍କ ସହ ଆଲୋଚନା କରିଥିଲେ । ଅଲାରନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସମୀକ୍ଷା କଲେ ପୂର୍ତ୍ତ ବିଭାଗ ସଚିବ । ଯଥା ସମ୍ଭବ 5T ମୁଖ୍ୟ ସଚିବ ଭି.କେ ପାଣ୍ଡିଆନଙ୍କ ନିର୍ଦ୍ଦେଶ ଅନୁସାରେ ଅଲାରନାଥଙ୍କ ପୀଠରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ କରିବା ପାଇଁ କ୍ଷେତ୍ର ପରିଦର୍ଶନ କରିଥିଲେ । ମନ୍ଦିରକୁ ସଂଯୋଗ କରୁଥିବା ମୁଖ୍ୟ ୨ଟି ରାସ୍ତା ବୁଲି ଦେଖିବା ପରେ ପାର୍କିଂ ସ୍ଥାନ ଦେଖିଥିଲେ । ସ୍ଥାନୀୟ ତହସିଲଦାର କାହ୍ନୁ ଚରଣ ଘଡେଇ ଉପସ୍ଥିତ ରହି ସ୍ଥାନ ଦେଖାଇଥିଲେ । ମନ୍ଦିର ପରିଚାଳନା କମିଟି ଏବଂ ସେବାୟତ ମାନଙ୍କ ସହିତ ଆଲୋଚନା କରି ଫେରିଥିଲେ ପୂର୍ତ୍ତ ବିଭାଗ ମୁଖ୍ୟ ଶାସନ ସଚିବ ବୀର ବିକ୍ରମ ଯାଦବ"।
ଅଲାରନାଥ ମନ୍ଦିରରେ ଯେଭଳି ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସେ ଅନୁସାରେ ବିକାଶ ଓ ସୌନ୍ଦର୍ଯ୍ୟ କରଣ ହେବା ଆବଶ୍ୟକ ବୋଲି କହିଛନ୍ତି ଜିଲ୍ଲା ପରିଷଦ ସଦସ୍ୟ କୈଳାସ ପରିଡା । " ପୂର୍ବରୁ 5ଟି ସଚିବ ଓ ଜିଲ୍ଲାପାଳ ଅଲାରନାଥ ମନ୍ଦିର ବୁଲି ସମୀକ୍ଷା କରିବା ପରେ ସୌନ୍ଦର୍ଯ୍ୟ କରଣ ନିମନ୍ତେ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । ୨୦୨୩ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।