News 18 Odia Digital
ପୁରୀ ; ବ୍ଲ ଫ୍ଲାଗ ସମ୍ମୁଖ ନୀଳ ସମୁଦ୍ରର ଜଳରାଶି ଓ ନୀଳ ଆକାଶର ମଧ୍ୟ ଭାଗରେ ବାୟୁସେନାର ଏରୋବେଟିକର ଜଲବାରେ ସ୍ତବ୍ଧ ହେଲେ ଦର୍ଶକ । ଏତେ ନିକଟରୁ air display show ର ଯଲୱା ଦେଖିବାକୁ ଏକତ୍ରିତ ହୋଇଥିଲେ ହଜାର ହଜାର ଦର୍ଶକ ।

"ପ୍ରତିକୂଳ ପାଣିପାଗ ସତ୍ତ୍ୱେ ପୁରୀ ଆକାଶରେ ବିରତ୍ୱ ଦେଖେଇଲା ବାୟୁସେନା । ବାୟୁସେନାର ଗ୍ରୁପ କ୍ୟାପଟେନ, ଉଇଙ୍ଗ କମାଣ୍ଡର, ସ୍କ୍ୱାର୍ଡନ ଲିଡ଼ର ମାନେ ବ୍ଲୁ ଫ୍ଲାଗ ବିଚରେ କଳା କୌଶଳ ଦେଖେଇଥିବାର ନଜିର ଆସିଥିଲା । ହଜାର ହଜାର ଦର୍ଶକଙ୍କ ବନ୍ଦେ ମାତରମ ଧ୍ଵନିରେ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମି ପ୍ରକମ୍ପିତ ହୋଇଥିଲା । ବାୟୁସେନାର ୯ ଟି ହକ ବିମାନ ଦୁଇଟି ପର୍ଯ୍ୟାୟରେ ସାହସିକତା ଦେଖାଇଥିଲେ । ଗତକାଲିର ଫୁଲଡ୍ରେସ ରିହରସାଲ ପରେ ପାଣିପାଗ ଯୋଗୁ ଆଜିର ଶୋ ହେବା ନେଇ ସନ୍ଦେହ ଦେଖାଦେଇଥିବା ବେଳେ ସକାଳର ବର୍ଷା ଛାଡିବା ପରେ ଦୀର୍ଘ ୨୦ ମିନିଟର ଏୟାର ଡିସ ପ୍ଲେ ଶୋ ଦେଖାଇ ମନ ମୋହିଥିଲେ ବାୟୁବୀର । ସମୟ ସକାଳ ୧୦ଟା୪୫ । ମନରେ ଶଙ୍କା ଥିଲା ପ୍ରତିକୂଳ ପାଗରେ ଏୟାର ଶୋ ହେବ କି ନାହିଁ । ଚାହୁଁ ଚାହୁଁ ପୁରୀ ବ୍ଲୁ ଫ୍ଲାଗ ବିଚର ନୀଳ ଆକାଶରେ ଛାଇଗଲେ ୯ଟି ଲଢୁଆ ହକ M132 ବିମାନ । ଭାରତ ମାତାକି ଜୟ , ବନ୍ଦେ ମାତରମ , ଏୟାର ଫୋର୍ସ ଧ୍ୱନୀରେ ପ୍ରକମ୍ପିତ ହେଉଥିଲା ପୁରୀ ବେଳାଭୂମି । ଏୟାର ଶୋ ଦେଖିବାକୁ ସୁଦୀର୍ଘ ବେଳାଭୂମି ରେ ଜମା ହୋଇଥିଲେ ହଜାର ହଜାର ଦର୍ଶକ । ଜଗନ୍ନାଥଙ୍କ କ୍ଷେତ୍ରରେ ଜଗନ୍ନାଥଙ୍କ ଦୟା ହେଲେ ସବୁ ଅସମ୍ଭବ ସମ୍ଭବ ହୋଇଯାଏ । ଆଉ ଯାହାର ନିଚ୍ଛକ ଉଦାହରଣ ହେଉଛି ଆଜିର ପ୍ରତିକୂଳ ପାଗ ବୋଲି କହିଛନ୍ତି ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ରାଜ୍ୟପାଳ ଶ୍ରୀଗଣେଶୀ ଲାଲ "।
"ସ୍ୱେଚ୍ଛାସେବୀ ସଂଗଠନ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଶୋ ର ମଜା ଉଠାଉଥିଲେ । ଆଉ ଚିତାକର୍ଷକ ଶୋ ସାଙ୍ଗକୁ ବାଯୁସେନାର କମେଣ୍ଟାରି ଓ ମ୍ୟୁଜିକ ମନ ମହୁଥିଲା । ୧୫୦୦ କିମି ପ୍ରତି ଘଣ୍ଟା ବେଗରେ ଆକାଶର ବୁକୁ ଚିରି ଦୁଃସାହସିକ ଖେଳ ଦେଖାଇଲେ ବାୟୁବୀର । ନା ଅଟକାଇ ପାରିଲା ବାଦଲର ଘନତା ନା ଅଟକାଇପାରିଲା ଅଧା ଅନ୍ଧାରିଆ ଆକାଶ । କମ୍ପୋଯାଇଟ ଓ ସିଙ୍କ ଦୁଇଟି ପର୍ଯ୍ୟାୟରେ ବିଜୁଳି ବେଗରେ କୌଶଳ ଦେଖେଇଲା ପୁରା ଟିମ । ସେପଟେ ଚାଲିଥିଲା ଦୁଃଶାହସିକ ଶୋ ଏପଟେ ଦର୍ଶକଙ୍କ ମନରେ ଖେଳୁଥିଲା ଶିହିରଣ । ରାଜ୍ୟପାଳ ପ୍ରଫେସର ଗଣେଶି ଲାଲଙ୍କ ଉପସ୍ଥିତି ଶୋ ର ଗାରିମା ଆହୁରି ବୃଦ୍ଧି କରିଥିଲା । ତେବେ ଜଗନ୍ନାଥଙ୍କ କୃପାରୁ ଏହି ଏୟାର ଶୋ ହୋଇପାରିଲା ବୋଲି କହିଛନ୍ତି ବାୟୁସେନାର ଅଧିକାରୀ ରଣ ସିଂ "।
"ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଚିତ୍ତାକର୍ଷକ ଶୋ ଦେଖେଇ ଆସୁଛି ସୁର୍ଯ୍ୟକିରଣ ଟିମ । ଅତ୍ୟାଧୁନିକ ହକ ଏୟାରକ୍ରାଫ୍ଟରେ ଦୁଃସାହସିକ ପ୍ରଦର୍ଶନ ସର୍ବସାଧାରଣଙ୍କୁ ସ୍ତବ୍ଧ କରିଛି । ଏତେ ନିକଟରୁ ଏୟାର ଶୋର ଜଲୱା ଦେଖି ଉତ୍ସାହିତ ହୋଇଥିଲେ ଯୁବପିଢି । ଅନେକଙ୍କ ମନରେ ଥିଲା ସେତିକି ଉଚ୍ଚରେ ପହଂଚିବା ପାଇଁ ପ୍ରେରଣା । ବ୍ଲୁ ଫ୍ଲାଗ ବେଳାଭୂମିରେ ପ୍ରାୟ ୪ କିଲୋମିଟର ଧରି ସମାଗମ ହୋଇଥିଲେ ୫୦ ହଜାରରୁ ଉର୍ଦ୍ଧ ଦର୍ଶକ । ପୁଣି କିଛି ଦର୍ଶକମାନେ କୁଆଖାଇରେ ଦେଖି ମନ ଅସନ୍ତୋଷ ଥିବା ବେଳେ ଆଜି ପୁରୀ ବିଚରେ ନୀଳ ସମୁଦ୍ର , ନୀଳ ଆକାଶ ଭିତରେ ଏୟାର ସୋ ଦେଖି ସ୍ତମ୍ଭିଭୁତ ହୋଇଥିଲେ । ଆଉ ପିଲାମାନେ ବି ପ୍ରଥମ ଥର ଏଭଳି ସୋ ଦେଖି ସୁପର ସଣ୍ଡେରେ ସୁପର ସୋ ଦେଖି ଆନନ୍ଦିତ ହୋଇଥିଲେ ବୋଲି କହିଛନ୍ତି ଭୁବନେଶ୍ୱରରୁ ପରିବାର ଧରି ଆସିଥିବା ପର୍ଯ୍ୟଟକ ବିବୁଧ ରଂଜନ "।
"ଭର୍ଟିକଲ ଚର୍ଲି, ଡାଇମଣ୍ଡ, ଆରୋହେଡରେ ପ୍ରଦର୍ଶନ ଅତ୍ୟନ୍ତ ରିସ୍କଫୁଲ ଥିଲା ବେଳେ । ବାୟୁବୀର ମାନେ ଥିଲେ ସ୍କିଲଫୁଲ । ତେବେ ସବୁଠୁ ଆକର୍ଷଣୀୟ ଥିଲା ଲେଟର ସୋ । ଯେଉଁଥିରେ x , y , z ଆଦି କରିବା ସହ ତୀରର ସେପ କରି ଉଡୁଥିଲେ ୯ ଟି ବିମାନ । ପୁଣି ତା ଭିତରେ ବିମାନକୁ ବିମାନ କ୍ରସ କରିବା ତାକୁ ବିପକ୍ଷ ଦିଗରୁ ଉଡାଣରେ ଟକ୍କର ଦେବା , ଆଉ ସମୁଦ୍ରର ଆଉ ଦର୍ଶକ ପୁରା ଏହାର ମଜା ଉଠାଇଥିବାର ନଜର ଆସିଥିଲା । ତେବେ ଏୟାର ସୋର ପାଇଲଟ ମାନେ ବି ବେଶ ଖୁସି । କାରଣ କୁଆଖାଇ ପଠାରେ ଏୟାର ସୋରେ ଅନେକ କୋଠା ଆଦି ରହୁଥିବାରୁ ସେମାନେ ଫ୍ରି ହୋଇପାରିନଥିଲେ । ଆଉ ପୁରୀ ସମୁଦ୍ରକୁଳରେ ଏଭଳି କରିବା ସେମାନଙ୍କୁ ଆନନ୍ଦିତ କରିଛି । ଜଗନ୍ନାଥ ଚାହିଁଲେ ପୁଣି ଆଗକୁ ଆସିବୁ ଓ ସେ କରିବୁ ବୋଲି କହିଛନ୍ତି ବାୟୁସେନା ପିଆରଓ ଋଦ୍ଧିମା ଗ୍ରୁମ"।
"ଗତକାଲି ସ୍କୁଲ ଅଧାରୁ ଆସି ଏୟାର ସୋ ର ଫୁଲ ଡ୍ରେସ ରିହରସାଲ ଦେଖିଥିଲୁ । ଆଉ ଆଜି ବର୍ଷା ସତ୍ୱେ ଆମେ ସକାଳୁ ଆସି ଜଗିରହିଥିଲୁ । ବେଳାଭୂମିରେ ଆଜିର ଏୟାର ସୋ ଦେଖିକି ବହୁତ ଖୁସି । ତେଣୁ ବଡ ହେଲେ ମୁଁ ଏୟାର ଫୋର୍ସରେ ପାଇଲଟ ହେବି ଓ ଏଭଳି ଫ୍ଲାଇଟ ଚଳାଇବି ବୋଲି କହିଛନ୍ତି ୭ ବର୍ଷର ଛାତ୍ରୀ ଅନୋଖୀ ମିଶ୍ର " ।
ବାୟୁସେନାର ଏରୋବେଟିକର ଜଲବାର ପ୍ରଶଂସାର ଶତମୁଖ ଭାରତବାସୀ । ଆଉ ଏହା ସୁର୍ଯ୍ୟକିରଣ ଟିମର ପ୍ରଦର୍ଶନ ବାୟୁବୀରଙ୍କ ଶୌର୍ଯ୍ୟ ଓ ବୀରତ୍ୱକୁ ପ୍ରତିପାଦନ କରିଛି । ସମଗ୍ର ଦେଶବାସୀଙ୍କ ମନରେ ଟିମର ସାହାସିକତା ନୂଆ ଉର୍ଜା ଭରି ଦେଇଛି । କେବଳ ଅପେକ୍ଷା ରହିଛି ପୁଣି ଥରେ ଏମିତି ଏତେ ନିକଟରୁ ଲୋମଟାଙ୍କୁରା ବୀରତ୍ୱ ର ଝଲକ କେବେ ମିଳିବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।