ଦେଓମାଳି ରାଜସ୍ଵ କିମ୍ବା ଜଙ୍ଗଲ ବିଭାଗ ଖାତାରେ ନାହିଁ: ଅଶ୍ୱିନୀ ପାତ୍ର

ଗୃହରେ ଦେଓମାଳି ବିକାଶ ପାଇଁ ପ୍ରଶ୍ନରେ ରାଜସ୍ଵ ଖାତାରେ ନାହିଁ କି ଜଙ୍ଗଲ ବିଭାଗ ଖାତାରେ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ଅଶ୍ୱିନୀ ପାତ୍ର। ଯାହାକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଥିଲା।

ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ (ପ୍ରତୀକାତ୍ମକ ଛବି)

ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Deomali | Koraput | Odisha (Orissa)
  • Share this:
News 18 Odia Digital

ଭୁବନେଶ୍ୱର: କୋଟିଆକୁ ନେଇ ଆନ୍ଧ୍ର ଓଡ଼ିଶା ବିବାଦ ଲାଗି ରହିଥିବା ବେଳେ ଦେଓମାଳି କାହାର ବୋଲି ପ୍ରଶ୍ନ ଉଠିଛି। ଶନିବାର ଦିନ ଦେଓମାଳି ବିକାଶ ପାଇଁ ସରକାରଙ୍କ ପଦକ୍ଷେପ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ପର୍ଯ୍ୟଟନ ମନ୍ତ୍ରୀ କହିଥିଲେ ଦେଓମାଳିର ସ୍ଥିତି ଦେଖିବାକୁ ପଡ଼ିବ। ବର୍ତ୍ତମାନ ଦେଓମାଳି ରାଜସ୍ଵ ଖାତାରେ ନାହିଁ କି ଜଙ୍ଗଲ ବିଭାଗ ଖାତାରେ ନାହିଁ।

ସୋମବାର ଅପରାହ୍ନ ବିଧାନସଭାରେ ଅଧିବେଶନରେ ଦେଓମାଳିକୁ ନେଇ ଉଦବେଗ ପ୍ରକାଶ ପାଇଛି। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଗୋଟେ ପଟେ ଆନ୍ଧ୍ର କୋଟିଆକୁ ନେବା ପାଇଁ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରୁଛି। ଦେଓମାଳିରେ ଆନ୍ଧ୍ର ଅଧିକାରୀମାନେ ବୁଲୁଛନ୍ତି। ଦେଓମାଳି ସମୁଦ୍ର ପତନଠୁ ୫୦୦୦ କିଲୋ ମିଟର ଉର୍ଦ୍ଧ୍ବରେ ରହିଛି। କିନ୍ତୁ ପର୍ଯ୍ୟଟନ ମନ୍ତ୍ରୀ କିଭଳି ଜାଣିପାରିଲେନି। ଏ ପ୍ରସଙ୍ଗରେ ବାଚସ୍ପତିଙ୍କୁ ରୋଲିଂ ପାଇଁ ଦାବି କରିଛନ୍ତି ବିଧାୟକ ତାରା ବାହିନୀପତି।

ପର୍ଯ୍ୟଟନ ମନ୍ତ୍ରୀଙ୍କ ଉତ୍ତରକୁ ନେଇ ବାଚସ୍ପତି ବି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଜଙ୍ଗଲ ,ରାଜସ୍ଵ ଓ ପର୍ଯ୍ୟଟନ ମିଳିତ ଭାବରେ ସମନ୍ଵୟ ବୈଠକ କରି ପଦକ୍ଷେପ ନେବାକୁ  ମନ୍ତ୍ରୀ ଅଶ୍ୱନୀ ପାତ୍ରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି।

ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ଯେ ଏହା ଗୃହରେ ରାଜ୍ୟବାସୀଙ୍କ ମନରେ ଏକ ପ୍ରଶ୍ନ ସୃଷ୍ଟି କରିଛି ଦେଓମାଳି କାହାର। ତେଣୁ ଗୃହ କାର୍ଯ୍ୟ ଶେଷ ହେବା ପୂର୍ବରୁ ମନ୍ତ୍ରୀ ଗୃହରେ ବିବୃତ୍ତି ରଖନ୍ତୁ ବୋଲି ବାଚସ୍ପତିଙ୍କ ନିକଟରେ ଦାବି କରିଛନ୍ତି ଅମର ଶତପଥି।
Published by:Sujit Swain
First published: