‘‘ପୋଲ ନାହିଁ ତ ଭୋଟ୍ ନାହିଁ’’: ଭୋଟ୍ ବର୍ଜନ କରିବେ ବୋଲି ନିଷ୍ପତ୍ତି କଲେ ଦେବଗଡ଼ର ୨ଟି ଗାଁର ଲୋକେ

People of 2 Deogarh villages to boycott panchayat polls over a bridge | ଗାଁର ଛୋଟ ପିଲାଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା ସମସ୍ତେ ଏହି ନାଳ ଦେଇ ଯିବା ବେଳେ ପ୍ୟାଣ୍ଟ୍ ଖୋଲି କିମ୍ବା ଲୁଗା ବଦଳାଇ ନାଳ ପାର୍ କରୁଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟରୁ ଚାଉଳ ବା ଗହମ ଆଣିବାକୁ ଯିବା ବେଳେ ପାଣିରେ ବୁଡିଯାଉଛନ୍ତି ଲୋକେ।

ଭୋଟ୍ ବର୍ଜନ ପାଇଁ ଗାଁରେ ଆୟୋଜିତ ହୋଇଛି ଏକ ସଚେତନତା ଶୋଭାଯାତ୍ରା ।

ଭୋଟ୍ ବର୍ଜନ ପାଇଁ ଗାଁରେ ଆୟୋଜିତ ହୋଇଛି ଏକ ସଚେତନତା ଶୋଭାଯାତ୍ରା ।

  • Share this:
ସଞ୍ଜୀବ ପାଣିଗ୍ରାହୀ | News18 Odia Digital

ଦେବଗଡ଼: ପୋଲ ନାହିଁ ତ ଭୋଟ୍‌ ନାହିଁ । ଏମିତି ଚରମ ନିଷ୍ପତ୍ତି ନେଇଛନ୍ତି ଦୁଇଟି ଗାଁର ଲୋକେ । ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ୍‌ ଢୋଲପଡ଼ା ପଞ୍ଚାୟତର କଦୋଗୁଡ଼ା ଓ ଝୀରପାଣି ଗ୍ରାମବାସୀମାନେ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଭୋଟ୍‌ ବର୍ଜନ ପାଇଁ ଗାଁରେ ଆୟୋଜିତ ହୋଇଛି ଏକ ସଚେତନତା ଶୋଭାଯାତ୍ରା । ହାତରେ ପ୍ଲା କାର୍ଡ଼ ଓ ବ୍ୟାନର୍‌ ଧରି ଭୋଟ୍‌ ବର୍ଜନରେ ସାମିଲ ହେବା ପାଇଁ ଗ୍ରାମବାସୀମାନେ ଅନ୍ୟମାନଙ୍କୁ ଆହ୍ୱାନ କରିଛନ୍ତି । ଏହି ଆହ୍ୱାନକୁ ଉଭୟ ଗାଁର ସବୁ ଭୋଟରଙ୍କ ସମର୍ଥନ ମିଳିଛି ।

ପଞ୍ଚାୟତ ନିର୍ବାଚନକୁ ନେଇ ରାଜ୍ୟ ସାରା ଉତ୍ସାହର ପରିବେଶ ଥିବା ବେଳେ ତିଲେଇବଣି ବ୍ଲକ୍‌ ଅନ୍ତର୍ଗତ ଢୋଲପଡ଼ା ପଞ୍ଚାୟତର କଦୋଗୁଡ଼ା ଓ ଝୀରପାଣି ଗାଁରେ ଦେଖିବାକୁ ମିଳିଛି ଓଲଟା ଚିତ୍ର । ପଞ୍ଚାୟତ ନିର୍ବାଚନକୁ ବୟକଟ୍‌ କରିବାର ନିଷ୍ପତ୍ତି ନେଇଛନ୍ତି ଏହି ଦୁଇଟି ଗାଁର ବାସିନ୍ଦାମାନେ । ଏହାର କାରଣ ହେଉଛି ଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଏକ ପୋଲ ନିର୍ମାଣକୁ ନେଇ ଅନେକ ସମୟ ଧରି ଲାଗି ରହିଥିବା ଅନିଶ୍ଚିତତା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଚିତା ବାଘକୁ KISS କଲେ ଯୁବତୀ! ଏହି VIDEO ଉପରୁ ଲୋକଙ୍କ ନଜର ହଟୁନି; ଆପଣ ବି ଦେଖନ୍ତୁ

ଏହି ଦୁଇ ଗାଁକୁ ଯିବାକୁ ହେଲେ ଚିରସ୍ରୋତା ଗୋହିରା ନାଳ ବାଧକ ସାଜୁଛି । ବର୍ଷା ଦିନେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରୀଷ୍ମ ଋତୁରେ ମଧ୍ୟ ଗାଁରୁ ମୁଖ୍ୟ ରାସ୍ତାକୁ ଗଲେ ଲୋକଙ୍କୁ ପାଣିରେ ଭିଜି ଯିବାକୁ ପଡୁଛି । ଗାଁର ଛୋଟ ଛୁଆଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା ସମସ୍ତେ ଏହି ନାଳ ଦେଇ ଯିବା ବେଳେ ପ୍ୟାଣ୍ଟ୍‌ ଖୋଲି କିମ୍ବା ଲୁଗା ବଦଳାଇ ନାଳ ପାର୍‌ କରୁଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟରୁ ଚାଉଳ କିମ୍ବା ଗହମ ଆଣିବାକୁ ଯିବା ସମୟରେ ବେଳେ ବେଳେ ପାଣିରେ ବୁଡିଯାଉଛନ୍ତି ଲୋକେ।

ଏହି ଦୁଇ ଗାଁକୁ ଯିବାକୁ ହେଲେ ଚିରସ୍ରୋତା ଗୋହିରା ନାଳ ବାଧକ ସାଜୁଛି ।


ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘ହେ ଭଗବାନ! କାହିଁକି ମୋବାହାଘର କରେଇଲମୋସ୍ୱାମୀ ଖୁବ୍ ଖରାପ…’’ ଭାଇରାଲ୍ ଭିଡିଓରେ କହିଲେ ମହିଳା

ଏହି ନାଳ ଉପରେ ପୋଲ ନ ଥିବାରୁ ଗାଁକୁ ଆମ୍ବୁଲାନ୍ସ ମଧ୍ୟ ଯାଇପାରୁନି । ଫଳରେ ଲୋକଙ୍କ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସମସ୍ୟା ଦେଖାଯାଉଛି । ଏହାକୁ ନେଇ ଲଗାତର ଲୋକଙ୍କ ଭିତରେ ଅସନ୍ତୋଷ ବଢୁଥିବା ବେଳେ ସରକାରଙ୍କ ନିକଟରେ ନିଜ ସମସ୍ୟା ପହଞ୍ଚାଇବା ପାଇଁ ଏବେ ଭୋଟ୍‌ ବର୍ଜନ ହିଁ ଏକ ମାତ୍ର ଉପାୟ ବୋଲି ଗ୍ରାମବାସୀମାନେ ସ୍ଥିର କରିଛନ୍ତି ।

ଏହା ବି ପଢ଼ନ୍ତୁ | Reliance Industries ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରେ ରେକର୍ଡ଼ ଲାଭ ହାସଲ କଲା

‘‘ଏହି ସମସ୍ୟା ଆଜିର ନୁହେଁ । ଗୋହିରା ନାଳ ଉପରେ ପୋଲ ନିର୍ମାଣ ପାଇଁ ୨୦୦୭ ମସିହାରୁ ବିଭିନ୍ନ ଫୋରମରେ ଆମେ ଦାବି କରି ଆସୁଛୁ । ସବୁଠି କେବଳ ପ୍ରତିଶ୍ରୁତି ମିଳୁଛି । ନିର୍ବାଚନ ଆସିଲେ ମାଳ ମାଳ ନେତା ଆମ ଗାଁକୁ ଆସୁଛନ୍ତି ଓ ପୋଲ ନିର୍ମାଣ କରିଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଫେରି ଯାଉଛନ୍ତି । ମାତ୍ର ନିର୍ବାଚନ ସରିଲେ ଆମ ଦୁଃଖ ଆଉ କେହି ଶୁଣୁ ନାହାନ୍ତି । ତେଣୁ ଏଥର ପଞ୍ଚାୟତ ନିର୍ବାଚନରେ ଭୋଟ୍‌ ବର୍ଜନ କରିବୁ ବୋଲି ଆମେ ଦୁଇ ଖଣ୍ଡ ଗାଁର ଲୋକେ ନିଷ୍ପତ୍ତି ନେଇଛୁ,’’ କହିଛନ୍ତି ଗ୍ରାମବାସୀ ବିଜୟ କୁମାର ଏକ୍କା ।

ଏହା ବି ପଢ଼ନ୍ତୁ | ଏହି ପେନ୍ସନ୍ପ୍ଲାନ୍ ନେଲେ ଆପଣଙ୍କୁ ପ୍ରତି ମାସ ମିଳିବ ୧୨,୦୦୦ ଟଙ୍କା ପେନ୍ସନ୍‌; ଜାଣନ୍ତୁ ସବୁ କିଛି

ନାଳ ପାରି ହେବା ସମୟରେ ଗତ ବର୍ଷ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବିଭିନ୍ନ ସମୟରେ ଗୋରୁଗାଇ ମଧ୍ୟ ଏହି ନାଳରେ ଭାସିଯାଇ ମୃତ୍ୟୁବରଣ କରୁଛନ୍ତି । ତେଣୁ ଏହି ନାଳ ଉପରେ ଏକ ପୋଲ ନିର୍ମାଣ ପାଇଁ ଲଗାତର ଦାବି ହୋଇଆସୁଛି । ହେଲେ କେହି ଶୁଣୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀମାନେ । ପ୍ରତି ନିର୍ବାଚନ ସମୟରେ ମାଳ ମାଳ ନେତା ଗାଁକୁ ଆସି ପୋଲ ନିର୍ମାଣର ପ୍ରତିଶ୍ମୃତି ଦେଉଛନ୍ତି, ମାତ୍ର ଭୋଟ୍‌ ପାଇବା ପରେ ତା’ ବିଷୟରେ ଭୁଲି ଯାଉଛନ୍ତି ବୋପଲି ଲୋକେ ଅଭିଯୋଗ କରିଛନ୍ତି ।

ଏହା ବି ପଢ଼ନ୍ତୁ | ଦୁଇଟି ମାଙ୍କଡ଼ ପ୍ରତିଶୋଧ ନେଲେ; ପାଖାପାଖି ୨୦୦ଟି କୁକୁରଛୁଆଙ୍କୁ ନିର୍ମମ ଭାବେ ହତ୍ୟା କଲେ

ଏହି ଦୁଇ ଗାଁର ଲୋକେ ଏକତ୍ରିତ ହୋଇ ଭୋଟ୍‌ ବର୍ଜନର ନିଷ୍ପତ୍ତି ନେବା ପରେ ସ୍ଥାନୀୟ ନେତାମାନଙ୍କ ମଧ୍ୟରେ ଛନକା ପଶିଛି । ଗାଁ ଭିତରେ ଭୋଟ୍‌ ବର୍ଜନ ନିଷ୍ପତ୍ତିକୁ ନେଇ ଏକ ଶୋଭାଯାତ୍ରା ଆୟୋଜିତ ହେବା ପରେ ସ୍ଥାନୀୟ ସରକାରୀ ଅଧିକାରୀମାନେ ଏହି ତଥ୍ୟ ଜିଲ୍ଲାପାଳଙ୍କୁ ଜଣାଇଥିବା ସୂଚନା ମିଳିଛି ।
Published by:Anand S.T. Das
First published: