ଆହୁରି ଦୁଇ ଦିନ ରାଜ୍ୟରେ ଘନ କୁହୁଡ଼ି ରହିପାରେ; ୫୦ ମିଟର ବା କମ୍‌ ରହିବ ଭିଜିବିଲିଟି

ଉପକୂଳବର୍ତ୍ତୀ ଅଞ୍ଚଳରେ ଆଣ୍ଟି-ସାଇକ୍ଲୋନିକ ଫ୍ଲୋ’ର ପ୍ରଭାବ ରହିଛି । ଫଳରେ ବାୟୁ ମଣ୍ଡଳର ଆର୍ଦ୍ରତା ବୃଦ୍ଧି ପାଉଛି, ଯାହାକି ଘନ କୁହୁଡ଼ି ପାଇଁ ସହାୟକ ହୋଇଛି ।

ଆହୁରି ଦୁଇ ଦିନ ରାଜ୍ୟରେ ଘନ କୁହୁଡ଼ି ରହିପାରେ; ୫୦ ମିଟର ବା କମ୍‌ ରହିବ ଭିଜିବିଲିଟି
ଗୁରୁବାର ମଧ୍ୟରାତ୍ରିରେ ଭୁବନେଶ୍ୱରରେ କୁହୁଡ଼ିରେ ଢଙ୍କା ଏକ ମୁଖ୍ୟ ରାସ୍ତା
  • News18 Odia
  • Last Updated: January 17, 2020, 12:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ରହିପାରେ ବୋଲି ସତର୍କତା ସୂଚ଼ନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହି ସମୟ ମଧ୍ୟରେ ୫୦ ମିଟର ବା ତା ଠାରୁ କମ୍‌ ରହିବ ଭିଜିବିଲିଟି ।

ବିଶେଷ କରି ଉପକୂଳ ଓଡ଼ିଶାରେ କୁହୁଡ଼ିର ମାତ୍ରା ଅଧିକ ରହିବ । ଉପକୂଳବର୍ତ୍ତୀ ଅଞ୍ଚଳରେ ଆଣ୍ଟି-ସାଇକ୍ଲୋନିକ ଫ୍ଲୋ’ର ପ୍ରଭାବ ରହିଛି । ଫଳରେ ବାୟୁ ମଣ୍ଡଳର ଆର୍ଦ୍ରତା ବୃଦ୍ଧି ପାଉଛି, ଯାହାକି ଘନ କୁହୁଡ଼ି ପାଇଁ ସହାୟକ ହୋଇଛି ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌. ଆର୍‌. ବିଶ୍ବାସ ।

ଗତ ୨୪ ଘଣ୍ଟାରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ଘନ କୁହୁଡି ପରିଲକ୍ଷିତ ହୋଇଛି । ଗୁରୁବାର ଦିନ ରାଜ୍ୟର ପାଞ୍ଚଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚ଼ନା ଦିଆଯାଇଛି ।
First published: January 17, 2020, 12:12 PM IST
corona virus btn
corona virus btn
Loading