ମହାବିଦ୍ୟାଳୟରେ ସ୍ମାର୍ଟ ଫୋନ୍ ପ୍ରବେଶ ମନା; ଆଜିଠାରୁ କଡ଼ାକଡ଼ି ହେଲା ନିୟମ

ମହାବିଦ୍ୟାଳୟକୁ ସ୍ମାର୍ଟ ଫୋନ୍ ପ୍ରବେଶ ମନା । ଆଜି ଠାରୁ ଏହି ନିୟମ ଲାଗୁ କରାଯାଇଛି । ଅତ୍ୟନ୍ତ ଜରୁରୀ ପଡ଼ିଲେ କ୍ଲାସ ରୁମ ବାହାରେ କିପ୍ୟାଡ ମୋବାଲଇ ବ୍ୟବହାର କରିବାକୁ ଅନୁମତି ରହିଛି ।

ମହାବିଦ୍ୟାଳୟରେ ସ୍ମାର୍ଟ ଫୋନ୍ ପ୍ରବେଶ ମନା; ଆଜିଠାରୁ କଡ଼ାକଡ଼ି ହେଲା ନିୟମ

ମହାବିଦ୍ୟାଳୟରେ ସ୍ମାର୍ଟ ଫୋନ୍ ପ୍ରବେଶ ମନା; ଆଜିଠାରୁ କଡ଼ାକଡ଼ି ହେଲା ନିୟମ

  • Share this:
News 18 Odia Digital

ଭୁବନେଶ୍ୱର;  ମହାବିଦ୍ୟାଳୟକୁ ସ୍ମାର୍ଟ ଫୋନ୍ ପ୍ରବେଶ ମନା । ଆଜି ଠାରୁ ଏହି ନିୟମ ଲାଗୁ କରାଯାଇଛି । ଅତ୍ୟନ୍ତ ଜରୁରୀ ପଡ଼ିଲେ କ୍ଲାସ ରୁମ ବାହାରେ କିପ୍ୟାଡ ମୋବାଲଇ ବ୍ୟବହାର କରିବାକୁ ଅନୁମତି ରହିଛି । ଏଭଳି ଏକ ନୂଆ ନିୟମ ଲାଗୁ ହୋଇଛି ବ୍ରହ୍ମପୁର ସ୍ଥିତ ମହାମାୟୀ ମହିଳା ମହାବିଦ୍ୟାଳୟରେ ।

ଛାତ୍ରୀ ମାନେ ମହାବିଦ୍ୟାଳୟକୁ ଆସିବା ପରେ ସ୍ମାର୍ଟ ଫୋନରେ ଅଧିକ ସମୟ ବିତାଉଛନ୍ତି । ଯାହାଫଳରେ ପାଠପଢ଼ାରେ ଛାତ୍ରୀ ମାନେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି । ତେଣୁ ଏଭଳି ନିୟମ କରାଯାଇଥିବା ନେଇ ମହାବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ବର୍ତ୍ତମାନର ଇଣ୍ଟରନେଟ ଯୁଗରେ ସମସ୍ତ ବିଷୟ ଇଣ୍ଟରନେଟ ଦ୍ବାରା ହିଁ ବିଭିନ୍ନ ବିଷୟକୁ ନେଇ ଅଧିକ ତଥ୍ୟ ମିଳୁଛି । ତେଣୁ ଆଜିକା ଯୁବପିଢ଼ିଙ୍କୁ ପାଠପଢ଼ା କ୍ଷେତ୍ରରେ ସ୍ମାର୍ଟଫୋନ ଅଧିକ ସାହାର୍ଯ୍ୟ କରୁଥିବା ବେଳେ ମହାବିଦ୍ୟାଳୟର ଏଭଳି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଛାତ୍ରୀମାନେ ।

‘‘କେବଳ ଛାତ୍ରୀ ନୁହେଁ ବରଂ ମହାବିଦ୍ୟାଳୟର କର୍ମଚାରୀ ମାନେ ମଧ୍ୟ ସ୍ମାର୍ଟ ଫୋନ ବ୍ୟବହାର କରିପାରିବେ ନାହିଁ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନେ ପାଠପଢା ସମୟରେ ସ୍ମାର୍ଟ ଫୋନ ବ୍ୟବହାର କରିବେ ନାହିଁ । ଏନେଇ ଗତ ଦୁଇ ଦିନ ହେଲା ଛାତ୍ରୀ ମାନଙ୍କୁ ଅବଗତ କରାଯାଇଛି । ଏହି ନିୟମ ଆଜିଠାରୁ ଲାଗୁ ହୋଇଥିବା ବେଳେ ମହାବିଦ୍ୟାଳୟର ଗେଟ ସମ୍ମୁଖରେ କର୍ମଚାରୀମାନେ ଛାତ୍ରୀମାନଙ୍କୁ ଚେକ୍ କରିଥିଲେ । ସ୍ମାର୍ଟ ଅଛି କି ନାହିଁ ପଚାରି ବୁଝିଥିଲେ । ଯେଉଁ‌ ଛାତ୍ରୀମାନେ ସ୍ମାର୍ଟ ଫୋନ ଆଣିଥିଲେ ସେମାନଙ୍କୁ ଅନ୍ୟ ଏକ ରୁମରେ ନିଜର ସ୍ମାର୍ଟ ଫୋନ ରଖି ଶ୍ରେଣୀଗୃହକୁ ଯିବାକୁ କୁହାଯାଇଥିଲା । ଛାତ୍ରୀ ମାନେ ସ୍ମାର୍ଟ ଫୋନକୁ ପାଠପଢା ସମୟରେ ଅଧିକ ମାତ୍ରାରେ ବ୍ୟାବହାର କରୁଥିବା ଯୋଗୁଁ ଏଭଳି ନିୟମ କରାଯାଇଛି । ଯେଉଁ ଛାତ୍ରୀମାନେ ଏହି ନିୟମକୁ ଅବମାନନା କରିବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି,‘‘ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଶ୍ରୀଜା ମିଶ୍ର ।

‘‘ମହାମାୟୀ ମହିଳା ମହାବିଦ୍ୟାଳୟରେ ଏଭଳି ଏକ ନିୟମକୁ ନେଇ ଛାତ୍ରୀମାନେ ବିରୋଧ କରିଛନ୍ତି । କାରଣ କରୋନା ସମୟରେ ଅନଲାଇନ୍ ପାଠପଢା ପାଇଁ ସମସ୍ତେ ସ୍ମାର୍ଟ ଫୋନ କିଣିଥିଲେ । ସ୍ମାର୍ଟ ଫୋନ ଦ୍ବାରା ମହାବିଦ୍ୟାଳୟର ସମସ୍ତ ପ୍ରକାରର ବିଷୟର ନୋଟକୁ ପ୍ରଦାନ କରାଯାଉଥିଲା । ଯାହାଫଳରେ ସ୍ମାର୍ଟ ଫୋନ ଅନେକ ଛାତ୍ରୀ ନୂତନ ଭାବେ କିଣିଥିଲେ । ବର୍ତ୍ତମାନ ସ୍ମାର୍ଟ ଫୋନର ବ୍ୟବହାର ପାଠପଢିବା ନିମନ୍ତେ ବହୁଳ ଭାବେ ବ୍ୟବହାର ହେଉଛି । ତେଣୁ ସ୍ମାର୍ଟ ଫୋନ ମହାବିଦ୍ୟାଳୟକୁ ମନା ନିୟମ ଉଚିତ ନୁହେଁ ବୋଲି କହିଛନ୍ତି,‘‘ ମହାବିଦ୍ୟାଳୟର ଛାତ୍ରୀ ସୁମିତ୍ରା ରାଣୀ ଦାସ ।
‘‘ ସ୍ମାର୍ଟ ଫୋନ ବ୍ୟବହାର ଦ୍ବାରା ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି ବୋଲି କାରଣ ଦର୍ଶାଇ ଯଦି ଏଭଳି ନିୟମ କରାଯାଇଛି ତେବେ ଯେଉଁମାନେ ପାଠପଢା ସମୟରେ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏଭଳି ଯଦି ସମସ୍ତ ଛାତ୍ରୀଙ୍କ ପାଇଁ ସ୍ମାର୍ଟ ଫୋନ ବ୍ୟବହାର ମନା କରାଯିବ ତେବେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ବୋଲି କହିଛନ୍ତି,‘‘ ମହାବିଦ୍ୟାଳୟର ଛାତ୍ରୀ ସନ୍ଧ୍ୟାରାଣୀ ପାଣିଗ୍ରାହୀ ।
ମହାବିଦ୍ୟାଳୟକୁ ସ୍ମାର୍ଟ ଫୋନ ମନା ଘଟଣା ରାଜ୍ୟରେ ପ୍ରଥମ ବୋଲି ଚର୍ଚ୍ଚା ହେଉଥିବା ବେଳେ ନିୟମକୁ ନେଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ପୁଣି ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ଦାବି କରିଛନ୍ତି ଛାତ୍ରୀମାନେ ।
Published by:Soubhagya Mishra
First published: