ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଭୁବନେଶ୍ୱରରେ ବ୍ୟାପୁଛି ଡେଙ୍ଗୁ, ହେଲେ BMC ହାତ ବାନ୍ଧି ବସିଥିବାରୁ ଜନ ଅସନ୍ତୋଷ ବଢୁଛି

ଭୁବନେଶ୍ୱରରେ ବ୍ୟାପୁଛି ଡେଙ୍ଗୁ, ହେଲେ BMC ହାତ ବାନ୍ଧି ବସିଥିବାରୁ ଜନ ଅସନ୍ତୋଷ ବଢୁଛି

Dengue worsens in Bhubaneswar, anger rises against BMC lethargy | ‘‘ଡେଙ୍ଗୁ ପାଇଁ ବି.ଏମ୍.ସି. କିଛି କରୁନାହିଁ । ଘୋଷଣା ଖାଲି କରୁଛି, ହେଲେ କାମ କିଛି ହେଉନି । ତାଙ୍କ ଲୋକେ ଆସୁଛନ୍ତି, ଖାଲି ଘାସ ଟିକେ ସଫାକରିଦେଇ ଯାଉଛନ୍ତି । ଖାଲି ସେତକି । ସ୍ପ୍ରେ ନାହିଁ, ମଶାରି ନାହିଁ, କିଛି ନାହିଁ,’’ କହିଛନ୍ତି ଜଣେ ଭୁବନେଶ୍ୱର ବାସିନ୍ଦା ।

ଭୁବନେଶ୍ୱରରେ ବ୍ୟାପୁଛି ଡେଙ୍ଗୁ, ହେଲେ BMC ହାତ ବାନ୍ଧି ବସିଥିବାରୁ ଜନ ଅସନ୍ତୋଷ ବଢୁଛି
ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ମଶାନାଶକ ସ୍ପ୍ରେ ସମୟର ଏକ ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏଡିସ୍‌ ମଶାର ଆତଙ୍କ ବଢ଼ୁଥିବା ବେଳେ ଓ ଡେଙ୍ଗୁ ଉପରମୁହାଁ ହେଉଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ (ବି.ଏମ.ସି.) ହାତ ବାନ୍ଧି ବସିଥିବା ଦେଖାଯାଉଛି । କାମଚଳା କାମ କରି ଡେଙ୍ଗୁ କମ୍‌ କରିବା ଓ ମଶା ବଂଶ ନିପାତ କରିବା ଯେ ସମ୍ଭବ ନୁହେଁ ତାହା ଏହି ପୌର ସଂସ୍ଥା ବୁଝିପାରୁ ନାହିଁ ବୋଲି କହିଛନ୍ତି ଅନେକ ରାଜଧାନୀ ବାସିନ୍ଦା ।

କେତେକ ସାମାଜିକ ସଙ୍ଗଠନ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଡେଙ୍ଗୁର ପ୍ରତିକାର ପାଇଁ ନିଜ ଆଡୁ ସେଭଳି କିଛି କାର୍ଯ୍ୟକ୍ରମ ହାତକୁ ନେଇ ନାହିଁ ବି.ଏମ.ସି.। ମାତ୍ର ବି.ଏମ.ସି. ଏହି ସବୁ କାର୍ଯ୍ୟକ୍ରମକୁ ନିଜେ କରୁଛି କହି ନିଜ ପିଠି ଥାପୁଡ଼ାଉଥିବା ଦେଖାଯାଇଛି । ଜୁଲାଇ ୨୭ ତାରିଖ ସୁଦ୍ଧା ବି.ଏମ.ସି.ର ତଥ୍ୟ ଅନୁସାରେ ସ୍ମାର୍ଟ ସିଟିରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୪୨୧ । ଜୁଲାଇ ୨୫ ତାରିଖରେ ୩୯୧ ଜଣ ଡେଙ୍ଗୁ ରୋଗୀ ରାଜଧାନୀରୁ ଚିହ୍ନଟ ହୋଇଥିବା ବେଳେ ୨୭ ତାରିଖ ବେଳକୁ ଆଉ ୩୦ ଜଣ ଆକ୍ରାନ୍ତ ହୋଇ ସଂଖ୍ୟା ୪୨୧ରେ ପହଞ୍ଚିଲାଣି । କିନ୍ତୁ ଜନ ସ୍ବାସ୍ଥ୍ୟ ନିର୍ଦେଶକ ୨୬ ତାରିଖର ଯେଉଁ ତଥ୍ୟ ଦେଇଥିଲେ ତାହା ଥିଲା ଅତି ନଗଣ୍ୟ ।

ଏହା ବି ପଢ଼ନ୍ତୁ | ପେଗାସସ୍ ପ୍ରସଙ୍ଗରେ ବିରୋଧୀଙ୍କ ମେଳି ଜାରି, ହେଲେ ସେଥିରେ ଭାଗ ନେଲେ ନାହିଁ ମମତା ବାନାର୍ଜୀ

ଜୁଲାଇ ୨୫ ତାରିଖ ସୁଦ୍ଧା ରାଜ୍ୟରେ ୪୨୭ ଜଣ ଡେଙ୍ଗୁ ଆକ୍ରାନ୍ତ ଥିବା ବେଳେ ଭୁବନେଶ୍ବରରୁ ଥିଲେ ୨୬୭ ଜଣ । ସେତେବେଳେ ଦିନକୁ ୧୦ରୁ ୧୫ ଚିହ୍ନଟ ହେଉଥିଲେ, ହେଲେ ଏବେ କେବଳ ରାଜଧାନୀରେ ଦୈନିକ ୪୦ରୁ ଅଧିକ ଚିହ୍ନଟ ହେଉଛନ୍ତି । ଏହା ଏବେ ଚିନ୍ତାର କାରଣ ସାଜିଛି । ଡେଙ୍ଗୁ ମୁକାବିଲା କରିବାରେ ବି.ଏମ.ସି. ଏକ ପ୍ରକାର ହାତ ଟେକି ଦେଇଥିବା ଜଣାପଡୁଛି ।

‘‘ବି.ଏମ୍‌.ସି. ଯଥେଷ୍ଟ କାମ କରୁନାହିଁ,’’ କହିଛନ୍ତି ରାଜଧାନୀ ବାସିନ୍ଦା ସୁଚିସ୍ମିତା ରାଉତ ।


କିଛି ସର୍ଭେ କରାଯାଇଛି, ମାତ୍ର କେତେକ ଆଂଶିକ କାର୍ଯ୍ୟକ୍ରମ କରି ତା ବାଟରେ ରହିଛି ବି.ଏମ.ସି.। ଏବେ ସୁଦ୍ଧା ୪୬୯ଟି ସ୍ଥାନରୁ ଲାର୍ଭା ଚିହ୍ନଟ ହୋଇଥିବା ବେଳେ ମଶା ବଂଶ ଓ ବୃଦ୍ଧି ଆଶଙ୍କା ଥିବା ୧,୧୩୪ଟି ସ୍ଥାନକୁ ସଫା କରାଯାଇଛି ବୋଲି କହିଛି ଏହି ପୌର ସଂସ୍ଥା । ହେଲେ ବି.ଏମ.ସି.ର କାର୍ଯ୍ୟକ୍ରମରେ ସନ୍ତୁଷ୍ଟ ନାହାନ୍ତି ରାଜଧାନୀ ବାସିନ୍ଦାମାନେ ।

ଏହା ବି ପଢ଼ନ୍ତୁ | ସାନ ଭାଇର ନିଜ ଭାଉଜ ସହ ପ୍ରେମ ହୋଇଗଲା; ତେଣୁ ବଡ଼ ଭାଇ ଦୁଇ ଜଣଙ୍କ ବିବାହ କରାଇଦେଲା

ଯୁବ ଉତ୍କଳ ଫାଉଣ୍ଡେସନ ନାମକ ସ୍ୱେଚ୍ଛାସେବୀ ସଙ୍ଗଠନର ପ୍ରତିଷ୍ଠାତା ଦେବାଶିଷ ଜେନା କହିଛନ୍ତି ଯେ ତାଙ୍କ ସଙ୍ଗଠନ ପକ୍ଷରୁ ବିଭିନ୍ନ ମଶା ଉପଦ୍ରବ ଥିବା ସ୍ଥାନରେ ଫ୍ୟୁମିଗେସନ୍‌ (ମଶାନାଶକ ଧୂଆଁ) କରାଯାଉଛି ଓ ଆଗାମୀ ଦିନରେ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ମଶାରି ଓ ମଶା କ୍ରିମ୍‌ ବାଣ୍ଟିବା କାର୍ଯ୍ୟକ୍ରମ ରହିଛି । ପୁରୁଣା ଭୁବନେଶ୍ୱରରେ ଯୁବ ଉତ୍କଳ ଫାଉଣ୍ଡେସନ ପକ୍ଷରୁ ସଚେତନତା ରଥ ବୁଲିବା ସହ ମଶା ଧୂଆଁ ଗାଡ଼ି ବୁଲାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ନିଆ ଶର୍ମା ଧଳା ବିକିନି ପିନ୍ଧି ଏକ ସେକ୍ସି Video ପୋଷ୍ଟ୍ କଲେ; ଇଣ୍ଟରନେଟରେ ଲଗାଇଲେ ନିଆଁ!

‘‘ଡେଙ୍ଗୁ ପାଇଁ ବି.ଏମ୍‌.ସି. କିଛି କରୁନାହିଁ । ଘୋଷଣା ଖାଲି କରୁଛି, ହେଲେ କାମ କିଛି ହେଉନି । ତାଙ୍କ ଲୋକମାନେ ଆସୁଛନ୍ତି, ଖାଲି ଘାସ ଟିକେ ସଫାକରିଦେଇ ଯାଉଛନ୍ତି । ଖାଲି ସେତକି । ସ୍ପ୍ରେ ନାହିଁ, ମଶାରି ନାହିଁ, କିଛି ନାହିଁ । ମଶା ଧୂଆଁ ବି ନାହିଁ,’’ କହିଛନ୍ତି ରାଜଧାନୀ ବାସିନ୍ଦା ସୁଚିସ୍ମିତା ରାଉତ ।

ଭୁବନେଶ୍ୱରରେ ଥିବା ଏମିତି ଅନେକ ଡ୍ରେନରୁ ମଶା ବଂଶ ବୃଦ୍ଧି ହେଉଥିବା କୁହାଯାଉଛି ।


ନୀଳାଦ୍ରି ବିହାର, ଶୈଳଶ୍ରୀ ବିହାର, ଶିଖରଚଣ୍ଡୀ, କଳ୍ପନା, ବରଗଡ଼ ବ୍ରିଟ କଲୋନୀ ଓ ଏକ ନମ୍ୱର୍ ଅଞ୍ଚଳ ସବୁଠାରୁ ବିପଦଜନକ ସ୍ଥାନ ପାଲଟିଛି । ଏଠାରେ ସଫେଇ କାର୍ଯ୍ୟକ୍ରମକୁ ଜୋରଦାର କରାଯାଉଥିବା ବେଳେ ବାକି ସବୁ ଅଞ୍ଚଳର ସ୍ଥିତି ଯଥା ପୂର୍ବମ୍‌ ତଥା ପରମ୍ । ୭ ଓ ୧୪ ନମ୍ୱର ୱାର୍ଡ଼ରେ ବୁଲୁଛି ମଶା ଧୂଆଁ ଗାଡ଼ି ।

ଏହା ବି ପଢ଼ନ୍ତୁ | ବାସବରାଜ ବୋମାଇ କର୍ଣ୍ଣାଟକର ନୂଆ CM ହେଲେ; ସେ ପେଶାରେ ଇଞ୍ଜିନିୟର୍ ଜଣେ ପୂର୍ବ CMଙ୍କ ପୁଅ

‘‘ଡେଙ୍ଗୁ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଜାଗାରେ ଜମି ରହିଥିବା ପାଣି ଓ ଅଳିଆ ଆବର୍ଜନାକୁ ପରିଷ୍କାର କରାଯାଉଛି । ଲୋକେ ବି ସଚେତନ ହେବା ଉଚିତ । ମଶାରି ଟାଙ୍ଗି ଶୋଇବା ଉଚିତ । ନିଜ ଘର ଚାରି ପଟେ ପାଣି ଜମିବାକୁ ଦେବା ଉଚିତ ନୁହେଁ । କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି ଯେ ଲୋକଙ୍କୁ କେବଳ ସଚେତନ ରହିବାକୁ ପଡିବ। ମଶାରୀ ବାନ୍ଧି ଶୋଇବା ଉଚିଚ ଓ ପାଣି ଜମା କରି ଘର ପାଖରେ ରଖିବା ଉଚିତ ନୁହେଁ,’’ କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ।



ଭୁବନେଶ୍ୱରରେ ଡେଙ୍ଗୁ ଜ୍ୱର ଓ ଏହାକୁ ନେଇ ଡର ବଢୁଥିବା ବେଳେ ବି.ଏମ୍‌.ସି. ସଠିକ୍ ଢ଼ଙ୍ଗରେ ଏହାର ମୁକାବିଲା ନକଲେ ଆଗକୁ ପରିସ୍ଥିତି ଅଧିକ ଖରାପ ହୋଇପାରେ ବୋଲି କହିଛନ୍ତି ବିଶେଷଜ୍ଞମାନେ ।
Published by: Anand ST Das
First published: July 28, 2021, 11:34 PM IST