ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ରାଜ୍ୟରେ ଆତଙ୍କ ଖେଳାଇଲା ଡେଙ୍ଗୁ; ଭୁବନେଶ୍ୱରରେ ୧୫-ବର୍ଷୀୟା ବାଳିକାର ମୃତ୍ୟୁ ହେଲା

ରାଜ୍ୟରେ ଆତଙ୍କ ଖେଳାଇଲା ଡେଙ୍ଗୁ; ଭୁବନେଶ୍ୱରରେ ୧୫-ବର୍ଷୀୟା ବାଳିକାର ମୃତ୍ୟୁ ହେଲା

ସାତ ମାସ ମଧ୍ୟରେ ରାଜ୍ୟରେ ଆଧିକାରିକ ଭାବେ ୪୨୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି, ମାତ୍ର ପ୍ରକୃତ ସଂଖ୍ୟା ଅଧିକ ହୋଇପାରେ । ଭୁବନେଶ୍ୱରରେ ରୋଗୀର ମୃତ୍ୟୁ ଖବର ଆସିବା ପରେ ବି.ଏମ.ସି. ତନାଘନା ଆରମ୍ଭ କରିଛି ।

ରାଜ୍ୟରେ ଆତଙ୍କ ଖେଳାଇଲା ଡେଙ୍ଗୁ; ଭୁବନେଶ୍ୱରରେ ୧୫-ବର୍ଷୀୟା ବାଳିକାର ମୃତ୍ୟୁ ହେଲା
ଡେଙ୍ଗୁ ମଶାର ଆତଙ୍କ ପରେ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ମଶାନାଶକ ସ୍ପ୍ରେ ଚାଲିଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ସଂକ୍ରମଣ କାଳରେ ରାଜ୍ୟରେ ଡେଙ୍ଗୁର ଆତଙ୍କ ଦେଖାଦେଇଛି । ସାତ ମାସ ମଧ୍ୟରେ ରାଜ୍ୟରେ ୪୨୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି । ରାଜଧାନୀ ଭୁବନେଶ୍ୱରରେ ସ୍ଥିତି ଚିନ୍ତାଜନକ ରହିଛି । ଏପରିକି ଭୁବନେଶ୍ୱରରେ ଡେଙ୍ଗୁରେ ଜଣକର ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଛି । ହେଲେ ଭୁବନେଶ୍ୱର ମହାନଗକ ନିଗମ (ବି.ଏମ.ସି.) କହିଛି ଯେ ଏ ନେଇ କିଛି ଖବର ନାହିଁ ।

ଶୈଳଶ୍ରୀ ବିହାର ଅଞ୍ଚଳରେ ଜଣେ ୧୫-ବର୍ଷୀୟା ନାବାଳିକାଙ୍କର ମୃତ୍ୟୁ ହୋଇଥିବା ଖବର ଆସିବା ପରେ ଚିନ୍ତା ବଢ଼ିଛି । ବି.ଏମ୍‌.ସି. କମିଶନର ସଞ୍ଜୟ ସିଂଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଛନ୍ତି ଯେ ସେମିତି କିଛି ସୂଚା ତାଙ୍କ ପାଖପରେ ନାହିଁ । ହେଲେ ଏହି ରୋଗୀଙ୍କ ମୃତ୍ୟୁ ଖବର ଆସିବା ପରେ ବି.ଏମ.ସି. ଅଧିକ ତନାଘନା ଆରମ୍ଭ କରିଛି । ଦୈନିକ ଡୋର୍‌-ଟୁ-ଡୋର୍ ସର୍ଭେଲାନ୍ସ ଚାଲିଛି । ସ୍ୱାସ୍ଥ୍ୟ ବିଭାଗ ସହିତ ଆଲୋଚନା କରି ଡେଙ୍ଗୁକୁ ରୋକିବା ଲାଗି ଉଚିତ ପଦକ୍ଷେପ ନେବା ପାଇଁ ପ୍ରୟାସ ଜାରି ରହିଥିବା କହିଛନ୍ତି ବି.ଏମ୍‌.ସି. କମିଶନର୍‌ ।

ଏହା ବି ପଢ଼ନ୍ତୁ | Horror Story: ଖାଇ ପିଇ ୧୦ ଦିନ ନବଦମ୍ପତି ଗଛରେ ବିତାଇଲେ; ତଳେ ଭୋକିଲା ଭାଲୁ ଅନେଇଥିଲା

‘‘ବିଭିନ୍ନ ଅଞ୍ଚଳରେ ଡେଙ୍ଗୁର ମାମଲା ଦେଖିବାକୁ ମିଳିଛି । ତା’ର ପ୍ରତିକାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ବିଭାଗ ସହ ମିଶି ବି.ଏମ୍‌.ସି. ତରଫରୁ ନିଆଯାଉଛି । ଘର ଘର ବୁଲି ଲୋକଙ୍କୁ ଡେଙ୍ଗୁ ବିଷୟରେ ସଚେତନ କରାଯାଉଛି । ଯଦି କେଉଁଠି ଡେଙ୍ଗୁର ସୋର୍ସ (ଉତ୍ପତ୍ତି ସ୍ଥଳ) ମିଳୁଛି ତ ତାକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଉଛି,’’ କହିଛନ୍ତି ବି.ଏମ୍‌.ସି. କମିଶନର ସଞ୍ଜୟ ସିଂ ।

ବି.ଏମ୍‌.ସି. କମିଶନର ସଞ୍ଜୟ ସିଂ


ବି.ଏମ୍‌.ସି.ର ଜେଡିସି ପୁରିନ୍ଦର ନନ୍ଦ କହିଛନ୍ତି ଯେ ଶୈଳଶ୍ରୀ ବିହାରରେ ଡେଙ୍ଗୁରେ ଘଟିଥିବା ମୃତ୍ୟୁ ବିଷୟରେ ସୂଚନା ମିଳିବା ପରେ ବି.ଏମ୍‌.ସି.ର ଅତିରିକ୍ତ ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡଃ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ସୂଚନା ଦିଆଯାଇଥିଲା ଓ ସେ ଗୋଟିଏ ଟିମ୍‌ ସେଠାକୁ ପଠାଇଥିଲେ । ‘‘ସୂଚନା ମିଳିବା ପରେ ତଦନ୍ତ କରାଯାଉଛି । ସତରେ ସେ ଡେଙ୍ଗୁ ରୋଗୀ ଥିଲେ କି ନାହିଁ ଓ କେଉଁଠି ଟେଷ୍ଟ କରାଇଥିଲେ, ପ୍ରାଇଭେଟରେ କି ସରକାରୀ ସଂସ୍ଥାରେ ଓ କେଉଁ ପ୍ରକାର ଟେଷ୍ଟ୍‌ କରାଇଥିଲେ ସବୁ କଥାର ଅନୁଧ୍ୟାନ ଏବେ ଚାଲିଛି,’’ କହିଛନ୍ତି ନନ୍ଦ ।

ଏହା ବି ପଢ଼ନ୍ତୁ | UPରେ ଯୋଗୀ ଆଦିତ୍ୟନାଥଙ୍କ ଯୁବ ପିଢ଼ିକୁ ଚେତାବନୀ: ‘ଭୁଲ୍ କାମ କଲେ ସମ୍ପତ୍ତି ଜବତ ହେବ

ଜାନୁଆରୀ ମାସରୁ ଏ ଯାଏଁ ରାଜ୍ୟରେ ୪୨୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ କେବଳ ରାଜଧାନୀ ଭୁବନେଶ୍ୱରରୁ ଅଛନ୍ତି ୨୭୬ ଜଣ । ଏବେ ପ୍ରତି ଦିନ ୧୫ରୁ ୨୦ଟି ଡେଙ୍ଗୁ ମାମଲା ସାମନାକୁ ଆସୁଛି । ରାଜ୍ୟରେ ମୋଟ ୬,୬୯୬ଟି ଘରେ ତନାଘନା ହୋଇଥିବା ବେଳେ କେବଳ ଭୁବନେଶ୍ୱରରେ ୨,୭୨୮ଟି ମଶା ଉତ୍ପତ୍ତି ସ୍ଥଳ ଚିହ୍ନଟ ହୋଇଛି । ଏହାକୁ ପ୍ରତିହତ କରିବା ପାଇଁ ପଦକ୍ଷେପ ନିଆଯାଉଛି ଓ ବ୍ୟକ୍ତିଗତ ସ୍ତରରେ ଲୋକଙ୍କୁ ସଚେତନ ରହିବାକୁ କୁହାଯାଇଛି। ଡେଙ୍ଗୁ ମୄତ୍ୟୁ ନେଇ କୌଣସି ରିପୋର୍ଟ ଆସିନାହିଁ ବୋଲି କହିଛନ୍ତି ଅତିରିକ୍ତ ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଅନ୍ତର୍ଯ୍ୟାମୀ ମିଶ୍ର ।

ବି.ଏମ୍‌.ସି.ର ଅତିରିକ୍ତ ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡଃ ଅନ୍ତର୍ଯ୍ୟାମୀ ମିଶ୍ର


‘‘ଏବେ କହି ହେବ ନାହିଁ ସେଇଟା ଡେଙ୍ଗୁ ମୃତ୍ୟୁ କି ନୁହେଁ । ଘଟଣାର ତଦନ୍ତ ଚାଲିଛି । ଡେଙ୍ଗୁ ପୂରା ନିୟନ୍ତ୍ରଣକୁ ଆସିବା ପାଇଁ ଟିକେ ସମୟ ଲାଗେ । ଆମେ ଗୋଟି ଗୋଟି କରି ସବୁ ମଶାଙ୍କୁ ତ ମାରିପାରିବୁ ନାହିଁ । ମଶାମାନଙ୍କ ଉତ୍ପତ୍ତି ସ୍ଥଳ ଉପରେ ଆମେ ନଜର ରଖିଛୁ ଓ ସେଗୁଡ଼ିକୁ ନିପାତ କରିବାକୁ ଚେଷ୍ଟା ଚାଲିଛି,’’ କହିଛନ୍ତି ଅନ୍ତର୍ଯ୍ୟାମୀ ମିଶ୍ର ।

ଏହା ବି ପଢ଼ନ୍ତୁ | Porn Probe: ଶିଳ୍ପା ସେଟ୍ଟୀ ରାଜ୍ କୁନ୍ଦ୍ରାଙ୍କୁ ମୁହାଁମୁହିଁ ବସାଇ ପଚରା ଉଚୁରା ହେଲା; ଶିଳ୍ପା କାନ୍ଦିଲେ

ରାଜ୍ୟ ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଜମିଛି । ପାଣି ଗୋଟିଏ ସ୍ଥାନରେ ସାତ ଦିନରୁ ଅଧିକ ଜମିଲେ ମଶା ବଂଶ ବିସ୍ତାର ହେବାର ସମ୍ଭାବନା ଅଛି । ତେଣୁ ଆମେ ସମସ୍ତଙ୍କୁ ନିବେଦନ କରୁଛୁ ଯେ ସପ୍ତାହରେ ଗୋଟି ଦିନ ଘର ଚାରି ପଟେ ବୁଲି ଯେଉଁଠି ପାଣି ଜମା ହୋଇ ରହୁଛି ତାକୁ ଓଲଟେଇ ଦିଅ । ଗୋଟେ ଦିନ ଡ୍ରାଏ ଡେ ପାଳନ କରନ୍ତୁ ।



କୋଭିଡ ସମୟରେ ଡେଙ୍ଗୁ ଡର ଲୋକଙ୍କ ମନରେ ଛନକା ସୃଷ୍ଟି କରିଛି । ତେଣୁ ଘର ଚାରି ପାଖେ ଯେପରି ପାଣି ନ ଜମେ ସେଥି ପାଇଁ ଦୃଷ୍ଟି ଦେବାକୁ ସାଧାରଣ ଜନତାଙ୍କୁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।
Published by: Anand ST Das
First published: July 27, 2021, 8:38 PM IST