ଜୁଲାଇକୁ ଟପିଲା ଅଗଷ୍ଟ: ରାଜଧାନୀରେ ବଢ଼ି ଚାଲିଛି ଡେଙ୍ଗୁ ସଂକ୍ରମଣ; BMC କାର୍ଯ୍ୟ ଉପରେ ଉଠିଲା ପ୍ରଶ୍ନ

ରବିବାର ଭୁବନେଶ୍ୱରରେ ମୋଟ ୬୮ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ଫଳରେ ଭୁବନେଶ୍ୱରରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧,୨୮୬ରୁ ୧,୩୫୪କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୯୫୭ ଜଣ ସୁସ୍ଥ ହୋଇଛନ୍ତି।

ରାଜଧାନୀରେ ବଢ଼ି ଚାଲିଛି ଡେଙ୍ଗୁ ସଂକ୍ରମଣ

ରାଜଧାନୀରେ ବଢ଼ି ଚାଲିଛି ଡେଙ୍ଗୁ ସଂକ୍ରମଣ

  • Share this:
News18 Odia Digital

ଭୁବନେଶ୍ବର: ଜାନୁଆରୀରୁ ଜୁନ ମଧ୍ୟରେ ରାଜଧାନୀରେ ୧୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ଜୁଲାଇ ମାସରେ ୫୭୫ ରୋଗୀ ଚିହ୍ନଟ ହୋଇଥିବା ବେଳେ କେବଳ ଅଗଷ୍ଟ ୧୬ ସୁଦ୍ଧା ୫୮୦ ପାର ହୋଇଯାଇଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ମାତ୍ର ୧୬ ଦିନ ଭିତରେ ୫୮୦ ଡେଙ୍ଗୁ ରୋଗୀ ସଂଖ୍ୟା ଛୁଇଁବା ନିହାତି ଚିନ୍ତାଜନକ। ରାଜଧାନୀର ନୀଳାଦ୍ରି ବିହାର ବୁଦ୍ଧ ପାର୍କ ହେଉଛି ଡେଙ୍ଗୁର ଉତ୍ପତ୍ତି ସ୍ଥଳ। ଯଦିଓ ଏବେ ସଫା ହୋଇଛି, କିନ୍ତୁ ପରିସ୍ଥିତିକୁ ଗମ୍ଭୀର କରିଥିଲା ସେଠାରେ ଥିବା ୱଟର ଫାଉଣ୍ଟେନ୍ ।

ପାର୍କ ଖୋଲିବା ମାତ୍ରେ ଚାରିଆଡ଼େ ମଶାଙ୍କ ଉତ୍ପାତ ଓ ବଂଶ ବୃଦ୍ଧି ହୋଇଛି। ଶୈଳଶ୍ରୀ ବିହାର ୧୨ ନମ୍ବର ବସ୍ତି ଓ କଲୋନୀରେ ସବୁଠି ଏଡିସ୍ ମଶାଙ୍କ ବଂଶ ବୃଦ୍ଧି ଘଟୁଛି। ଡ୍ରେନ ଓ ପରିତ୍ୟକ୍ତ ଗୃହରେ ମଶା କରିଛନ୍ତି ବଂଶ ବୃଦ୍ଧି। କଳ୍ପନା, ବଡ଼ଗଡ଼ ଓ ଲକ୍ଷ୍ମୀସାଗରରେ ଡ୍ରେନ ସଫା ହେଉ ନାହିଁ। ଯୁଆଡ଼େ ଦେଖିବ ସିଆଡେ ଆବର୍ଜନା ଓ ସବୁଠି ଜମୁଛି ପାଣି। ଦୀର୍ଘ ଦିନ ଧରି ପାଣି ଜମିବା ପରେ ମଶା କରୁଛନ୍ତି ବଂଶ ବୃଦ୍ଧି।

ଗତ ରବିବାର ଭୁବନେଶ୍ୱରରେ ମୋଟ ୬୮ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ଫଳରେ ଭୁବନେଶ୍ୱରରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧,୨୮୬ରୁ ୧,୩୫୪କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୯୫୭ ଜଣ ସୁସ୍ଥ ହୋଇଛନ୍ତି।

BMC କାର୍ଯ୍ୟ ଉପରେ ଉଠିଲା ପ୍ରଶ୍ନ


ରବିବାର ସଚେତନତା ଓ ସଫେଇ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇ ୧୬ ହଜାର ୬୦୮ଟି ଘରେ ମୋଟ ୭୦ ହଜାର ୨୭୮ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଥିଲା । ୪୩, ୬୩୭ଟି ସମ୍ଭାବ୍ୟ ମଶା ବୃଦ୍ଧି ସ୍ଥାନକୁ ହଟେଇବା ସହ ୪୪,୨୧୬ଟି ସ୍ଥାନରେ ମଶାର ଲାର୍ଭାକୁ ଚିହ୍ନଟ କରି ନଷ୍ଟ କରାଯାଇଥିବା ବି.ଏମ.ସି. ପକ୍ଷରୁ ସୂଚନା ମିଳିଛି।

ଫଗିଂ, ବୁଷ କଟିଂ, ପରିମଳ ବ୍ୟବସ୍ଥା ସାଙ୍ଗକୁ ସଚେତନତା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ବି.ଏମ.ସି. ଯେଉଁ କଥା କହୁଛି ତାହା କେବଳ କାଗଜ କଲମରେ ସିମୀତ ବୋଲି ରାଜଧାନୀ ବାସିନ୍ଦା ତଥା ଡେଙ୍ଗୁ ସଚେତକ ସସ୍ମିତା ଦଳେଇ କହିଥିଲେ । ଭୁବନେଶ୍ୱରରେ ଡେଙ୍ଗୁ ସ୍ଥିତିକୁ ନେଇ ଲୋକ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ବି.ଏମ.ସି.ର ପରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି।

କିଛି ୱାର୍ଡରେ ବି.ଏମ.ସି.ର କାର୍ଯ୍ୟକ୍ରମ ସୀମିତ । ଯଦି ବି.ଏମ.ସି. ଠିକଣା ଢଙ୍ଗରେ ଦାୟିତ୍ଵ ତୁଲାନ୍ତା ତେବେ ଆଜି ଏଭଳି ସ୍ଥିତି ଉପୁଜନ୍ତା ନାହିଁ । ବି.ଏମ.ସି. କହୁଛି ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ସଚେତନତା ରଥ ଗଡ଼ିବା ସହ ଧୂଆଁ ଦେବା ମେସିନ ସାହାଯ୍ୟରେ ଧୂଆଁ ଛାଡ଼ି ବିଭିନ୍ନ ଅଞ୍ଚଳରେ ସଚେତନ କରାଯାଇଛି। ଯେପରି ରାଜଧାନୀ ବାସୀ ସୁରକ୍ଷିତ ରହିବେ ସେ'ନେଇ ଆଶା, ଆଗନ୍ ବାଡ଼ି ଦିଦି, ସ୍ଵଚ୍ଛସାଥୀ, ସମାଜସେବୀ ଲୋକଙ୍କୁ ସଚେତନ କରୁଛନ୍ତି।

ରାଜଧାନୀରେ ବଢ଼ି ଚାଲିଛି ଡେଙ୍ଗୁ ସଂକ୍ରମଣ


ମେସିନ ଓ ବିଭିନ୍ନ ସରଞ୍ଜାମ ମଧ୍ୟମରେ କାର୍ଯ୍ୟକ୍ରମ ଆଗକୁ ବଢ଼ାଉଛନ୍ତି ସେଚ୍ଛାସେବି ସଙ୍ଗଠନ। ସେଥିପାଇଁ ଲୋକ ମାନେ ସଚେତନ ହୁଅନ୍ତୁ ଓ ବିଭିନ୍ନ ଜାଗାରେ ଯେପରି ପାଣି ନ ଜମୁ ସେଥି ପାଇଁ ଯତ୍ନବାନ ହୁଅନ୍ତୁ ବୋଲି ସଚେତନତା ବର୍ତ୍ତରେ କୁହାଯାଉଛି। ଭୁବନେଶ୍ୱରରେ ଏଡିସ ମଶା ଆତଙ୍କ ସୃଷ୍ଟି କରିଛି । ବିଶେଷକରି ରାଜଧାନୀକୁ ଡେଙ୍ଗୁ କବଳିତ କରିଛି। ଯଦି ଏବେ ଠାରୁ ପ୍ରତିକାର ବ୍ୟବସ୍ଥା କରାନଯାଏ ତେବେ ଆଗକୁ ପରିସ୍ଥିତି ବିଗିଡ଼ିପାରେ।
Published by:Lipina Das
First published: