News18 Odia Digital
ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ କରୋନା ଭାଇରସ୍ ସଂକ୍ରମଣ କାଳରେ ଡେଙ୍ଗୁ ବି ଡରାଇବା ଆରମ୍ଭ କରିଛି । ସାଧାରଣତଃ ବର୍ଷା ଦିନ ଆସିଲେ ମ୍ୟାଲେରିଆ ଓ ଡେଙ୍ଗୁ ଭଳି ରୋଗ ଆରମ୍ଭ ହୁଏ । ପ୍ରତି ବର୍ଷ ଅନେକ ଲୋକ ଏଥିରେ ଆକ୍ରାନ୍ତ ହୁଅନ୍ତି । ଏବେ ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢି଼ଚାଲିଛି ଓ ଲୋକଙ୍କ ମଧ୍ୟରେ ଦେଖା ଦେଇଛି ଡର।
ୱାର୍ଡ ନମ୍ବର ୮ର ନୀଳାଦ୍ରି ବିହାର ଅଞ୍ଚଳରେ ନଅ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଡେଙ୍ଗୁ ରୋଗୀ ସାମ୍ନା କୁ ଆସିବା ପରେ ଏହାର ନିରାକରଣ ପାଇଁ ବି.ଏମ୍.ସି. ତତ୍ପରତା ଦେଖାଇଛି । ଘଟଣାର ତଦନ୍ତ କରିବା ପାଇଁ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ନର୍ଥ ଜେ.ଡି.ସି. ପୁରନ୍ଦର ନନ୍ଦ ଓ ସିଟି ଅଫିସର୍ ଘଟଣା ସ୍ଥଳରେ ପହଞ୍ଚି ତଦାରଖ କରିଥିଲେ । ଡେଙ୍ଗୁ କାହିଁକି ବ୍ୟାପୁଛି ତା’ର କାରଣ ଖୋଜିବା ଆରମ୍ଭ କରିଛି ପୂରା ଟିମ୍ । କେମିତି ନ ବ୍ୟାପିବ ତା’ ଉପରେ ବି ଗୁରୁତ୍ବ ଦିଆଯାଉଛି ବୋଲି କହିଛନ୍ତି ଅଦିକାରୀମାନେ ।
ଏହା ବି ପଢ଼ନ୍ତୁ | ମନ୍ଦିରା ବେଦୀଙ୍କ ସ୍ୱାମୀଙ୍କ ମୃତ୍ୟୁ ହେଲା; ଅଭିନେତ୍ରୀଙ୍କ Insta ପୋଷ୍ଟକୁ ନେଇ ଉଠିଲା ଅନେକ ପ୍ରଶ୍ନଏହି ଅଞ୍ଚଳର ଅନେକ ବାସିନ୍ଦା ନିଜ ଘର ସାମ୍ନାରେ ଅଳିଆ ଆବର୍ଜନା ପକାଇବା, ନିଜ ହତା ଭିତରେ ଅନାବନା ଘାସ ଓ ଗଛ ଆଦି ରଖିବା ଓ ପାଣି ଜମିଥିବା ସ୍ଥାନ ପ୍ରତି ଦୃଷ୍ଟି ଦେଉ ନ ଥିବା ଦେଖିବାକୁ ପାଇଥିଲା ବି.ଏମ୍.ସି.ର ଟିମ୍ । ୨୪ ଘଣ୍ଟା ଭିତରେ ନିଜ ଘର ଚତୁଃର୍ପାଶ୍ୱ ପରିଷ୍କାର କରିବାକୁ ସେମାନଙ୍କୁ ଚେତାବନୀ ଦିଆଯାଇଥିଲା । ସର୍ବସାଧାରଣ ସ୍ଥାନ ଯଥା ରାସ୍ତା ଓ ଡ୍ରେନ୍ ସଫା କରିବାକୁ ବି.ଏମ୍.ସି. ନିଷ୍ପତ୍ତି ନେଇଛି । ମଶା ତେଲ ସିଞ୍ଚନ କରାଯାଇଛି । କାହା ପାଖରେ ଡେଙ୍ଗୁ ଲକ୍ଷଣ ଦେଖାଗଲେ ତୁରନ୍ତ କ୍ୟାପିଟାଲ୍ ହସପିଟାଲ୍ ଓ ଆର୍.ଏମ୍.ଆର୍.ସି.ରେ ପରୀକ୍ଷା କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ଜନ ସଚେତନତା ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଲିଫଲେଟ୍ ବି ବଣ୍ଟାଯାଇଛି ।
ଏହା ବି ପଢ଼ନ୍ତୁ | ପିଲାମାନଙ୍କୁ କରୋନା ହେବା ସମ୍ଭାବନା ବିଷୟରେ ଭ୍ରମିତ ହୁଅନ୍ତୁ ନାହିଁ, କହିଲେ ବଡ଼ ବିଶେଷଜ୍ଞମାନେ‘‘ଡେଙ୍ଗୁ ପ୍ରତି ବର୍ଷ ଲୋକଙ୍କ ମଧ୍ୟରେ ଦେଖାଯାଏ । ବିଶେଷ କରି ଏଡିସ୍ ମଶା ଯୋଗୁଁ ଏହା ବ୍ୟାପେ । ଲୋକେ ଟିକେ ସତର୍କ ରହିଲେ ଏହା ବିଶେଷ ବ୍ୟାପିବ ନାହିଁ । ତେଣୁ ଖବର ପାଇ ଆମେ ଏଠାକୁ ଆସି ଲୋକଙ୍କ ସହ କଥା ହେଲୁ । ପୂରା ଅଞ୍ଚଳ ବୁଲି ଦେଖିଲୁ । ଆବଶ୍ୟକ ପଦକ୍ଷେପ ନିଆଯାଉଛି । ଆଗକୁ ଏହା ସବୁ ଅଞ୍ଚଳ ଉପରେ ବି.ଏମ୍.ସି.ର ଧ୍ୟାନ ରହିବ,’’ କହିଛନ୍ତି ଅତିରିକ୍ତ କମିଶନର୍ଲକ୍ଷ୍ମୀକାନ୍ତ ସେଠୀ ।
ଏହା ବି ପଢ଼ନ୍ତୁ | ‘ଆତଙ୍କବାଦୀମାନେ ହତ୍ୟା କରି ଚାଲିଯିବା ପରେ ଯାଇ ମୁଁ କାନ୍ଦିପାରିଲି’: ପୁଲୱାମା ପୋଲିସ ଅଫିସରଙ୍କ ବୋହୁଡେଙ୍ଗୁ ପ୍ରତି ସତର୍କତା ଅବଲମ୍ବନ ନ କଲେ ଏହା ପୂରା ସହରରେ ବ୍ୟାପିବାର ସମ୍ଭାବନା ରହିଛି । ଯଦି ଡେଙ୍ଗୁ ହୋଇଥିବା ରୋଗୀଙ୍କୁ ମଶା କାମୁଡି଼ ଅନ୍ୟ ଜଣେ ସୁସ୍ଥ ଲୋକକୁ କାମୁଡ଼େ ତେବେ ତାଙ୍କୁ ମଧ୍ୟ ଡେଙ୍ଗୁ ଜ୍ଵର ହେବ। ତେଣୁ ଡେଙ୍ଗୁ ଚିହ୍ନଟ ହେବା ମାତ୍ରେ ଡାକ୍ତରଖାନାରେ ରହି ଚିକିତ୍ସିତ ହେବା ଉଚିତ । ସବୁ ବେଳେ ମଶାରୀ ଟାଣି ଶୋଇବା ଉଚିତ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଏଡିସ୍ ମଶା ଅଣ୍ଡା ଦେଉଥିବା ସ୍ଥାନକୁ ବି ନଷ୍ଟ କରିବାକୁ କୁହାଯାଇଛି ।
ଏହା ବି ପଢ଼ନ୍ତୁ | ବେଙ୍ଗଲ୍ରେ ନିର୍ବାଚନ ପରେ ଖୁବ୍ ହିଂସାକାଣ୍ଡ, ରେପ୍ ଓ ହତ୍ୟା ହୋଇଥିଲା: କେନ୍ଦ୍ରକୁ କମିଟିର ରିପୋର୍ଟ‘‘କରୋନା ସଂକ୍ରମଣ ସମୟରେ ଡେଙ୍ଗୁ ଯଦି ବ୍ୟାପେ ତେବେ ସ୍ଥିତି କଷ୍ଟକର ହୋଇଯିବ । ତେଣୁ ପ୍ରଥମରୁ ହିଁ ଏଥି ପ୍ରତି ଦୃଷ୍ଟି ଦେଇ ଏହାକୁ ଗୁରୁତ୍ୱର ସହକାରେ ନିଆଯାଉଛି । ବି.ଏମ୍.ସି. ଏହି ସମସ୍ୟାର ନିରାକରଣରେ ସହଯୋଗ କରୁଛି,’’ କହିଛନ୍ତି ଶୈଳଶ୍ରୀ ବିହାର ଉନ୍ନୟନ ପରିଷଦର ସଦସ୍ୟ ଦିଲ୍ଲୀପ ପାତ୍ର ।
ଏବେ ବର୍ଷା ଦିନ ଚାଲିଥିବାରୁ ବି.ଏମ୍.ସି. ଲୋକଙ୍କୁ ସଚେତନ କରିବା ସହ ସଫେଇ କାମ ଜୋରଦାର୍ କରିବା ଜରୁରୀ ବୋଲି କହିଛନ୍ତି ବରିଷ୍ଠ ନାଗରିକମାନେ ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।