ରାଜଧାନୀରେ ୯୦୦ ଟପିଲା ଡେଙ୍ଗୁ; ଚାରିଆଡ଼େ କୁଢ଼କୁଢ଼ ଆବର୍ଜନା

କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି ଏବେ ରାଜଧାନୀବାସୀଙ୍କୁ ସତର୍କ ରହିବାର ସମୟ ଆସିଛି । ଅଧିକ ଲୋକ ଏବେ ଜ୍ୱରରେ ପିଡିତ ହେଉଛନ୍ତି । କିଛି ଦିନ ହେବ ଡେଙ୍ଗୁ ସନ୍ଦେହରେ ପ୍ରାୟ ୧୫୦ ଲୋକ ଆସିଛନ୍ତି । ଗତକାଲି ୩୨ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜଧାନୀରେ ୯୦୦ ଟପିଲା ଡେଙ୍ଗୁ; ଚାରିଆଡ଼େ କୁଢ଼କୁଢ଼ ଆବର୍ଜନା

ରାଜଧାନୀରେ ୯୦୦ ଟପିଲା ଡେଙ୍ଗୁ; ଚାରିଆଡ଼େ କୁଢ଼କୁଢ଼ ଆବର୍ଜନା

  • Share this:
News 18 Odia Digital

ଭୁବନେଶ୍ୱର; ଦିନକୁ ଦିନ ଚିନ୍ତା ବଢାଉଛି ଡେଙ୍ଗୁ । ସ୍ମାର୍ଟ ସିଟିରେ ୯୦୦ ଡେଇଁଲାଣି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଅନେକ ସ୍ଥାନରେ କୁଢ଼କୁଢ଼ ଆବର୍ଜନା ପଡ଼ିରହିବା ଏବେ ଚିନ୍ତାର ବିଷୟ ପାଲଟିଛି । ସେପଟେ ରାଜଧାନୀବାସୀଙ୍କୁ ସଚେତନ ରହିବା ନିମନ୍ତେ ସତର୍କ କରାଇ ଦେଇଛନ୍ତି କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକ । ଏଥିସହ ମେୟର ମଧ୍ୟ ସ୍ଵଚ୍ଛତା ଉପରେ ଦେଇଛନ୍ତି ଗୁରୁତ୍ଵ ।

ଆବର୍ଜନା ପଡ଼ି ରହୁଥିବାରୁ ଅସଂଖ୍ୟ ଡେଙ୍ଗୁ ମଶା ଜନ୍ମ ନେଉଛନ୍ତି ଏବେ ରାଜଧାନୀର ସବୁ ୱାର୍ଡରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦୃତ ଗତିରେ ବଢୁଥିବା ବେଳେ ନୀଳାଦ୍ରି ବିହାର, ଚନ୍ଦ୍ରଶେଖରପୁର, ବିଡ଼ିଏ କଲୋନୀ, ଶୈଳଶ୍ରୀ ବିହାର, ଡମଣା ଆଦି ଅଞ୍ଚଳରେ ଅନେକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ଵରରେ ମୋଟ ୯୦୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ କେବଳ ଉତ୍ତର ଭୁବନେଶ୍ଵରରେ ରହିଛି ଅଧା। ଏଠାରେ ପ୍ରଶ୍ନ ଉଠୁଛି ପରିବେଶ ସ୍ଵଚ୍ଛତା ରଖିଲେ ଡେଙ୍ଗୁ ମଶା ଜନ୍ମ ନେବେନି ବୋଲି କୁହାଯାଉଛି ? ତେବେ ଏଠାରେ ଆବର୍ଜନା ପଡ଼ି ରହିବା ପାଇଁ ଦାୟୀ କିଏ ? ବିଏମସି ଠାରୁ ଅଳିଆ ଉଠାଣ ବା ପରିମଳ ଦାୟିତ୍ଵ ନେଇଥିବା ସଂସ୍ଥାର ଭୁଲ ନା ବିଏମସି ଅଧିକାରୀଙ୍କର ? ଏମିତି ଅନେକ ପ୍ରଶ୍ନ ରାଜଧାନୀ ବାସୀ ପ୍ରଶ୍ନ କରିଛନ୍ତି ଭୁବନେଶ୍ଵର ମହାନଗର ନିଗମକୁ।

"ଡେଙ୍ଗୁର ମୁକାବିଲା ପାଇଁ ବିଏମସି ସବୁ ସମୟରେ ପ୍ରସ୍ତୁତ । ଯେଉଁ ଜାଗାରେ ପାଣି ଜମା ହେଇ ରହୁଛି ତାକୁ କିଭଳି ପରିଷ୍କାର ପରିଛନ୍ନ ରଖାଯିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରୁଛି ବିଏମସି । ଡେଙ୍ଗୁର ସୋର୍ସସେସକୁ ଚିହ୍ନିବା। ଡେଙ୍ଗୁ କିଭଳି ରାଜଧାନୀରେ ବ୍ୟାପିବ ନାହିଁ ସେଦିଗରେ ବିଏମସି ପ୍ରସ୍ତୁତ ରହିବା ସହ ପଦକ୍ଷେପ ମଧ୍ୟ ଗ୍ରହଣ କରୁଛି ବୋଲି ବିଏମସି ମେୟର ସୁଲୋଚନା ଦାସ କହିଛନ୍ତି

"ସେପଟେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି" ଏବେ ରାଜଧାନୀବାସୀଙ୍କୁ ସତର୍କ ରହିବାର ସମୟ ଆସିଛି । ଅଧିକ ଲୋକ ଏବେ ଜ୍ୱରରେ ପିଡିତ ହେଉଛନ୍ତି । କିଛି ଦିନ ହେବ ଡେଙ୍ଗୁ ସନ୍ଦେହରେ ପ୍ରାୟ ୧୫୦ ଲୋକ ଆସିଛନ୍ତି । ଗତକାଲି ୩୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ମଧ୍ୟ ଶତାଧିକ ଲୋକଙ୍କର ଡେଙ୍ଗୁ ଟେଷ୍ଟ ହୋଇଛି । ଏଥିରୁ ନିସ୍ତାର ପାଇବାକୁ ହେଲେ ମଶାରୀ ବ୍ୟବହାର ନିତାନ୍ତ ଦରକାର ଅଛି । କେଉଁଠି ପାଣି ଜମିବାକୁ ଦିଆଯିବା ଉଚିତ୍ ନୁହେଁ, ନଡ଼ିଆ ଖୋଳପା , ଭଙ୍ଗା ମାଟି ପାତ୍ରରେ ପାଣି ରଖିବା ଉଚିତ୍ ନୁହେଁ । "ଗୋଟିଏ ପଟେ କୁହାଯାଉଛି ରାଜଧାନୀକୁ ସଫା ସୁତୁରା ରଖିବା ପାଇଁ । କିନ୍ତୁ ଅଳିଆ ସଫା କରି ପାରୁନି ଭୁବନେଶ୍ଵର ମହାନଗର ନିଗମ । ଯଦି ଡେଙ୍ଗୁ ଅଧିକ ବ୍ୟାପେ ତେବେ ଆବର୍ଜନା ହିଁ ବଡ କାରଣ । ଏଥିପଇଁ ବିଏମ୍ ସି ହିଁ ଦାୟୀ ରହିବ ।
Published by:Soubhagya Mishra
First published: