କାମ୍ପ ସଂପ୍ରଦାୟଙ୍କୁ OBC ମାନ୍ୟତା ଦେବାକୁ ଦାବି; କେନ୍ଦ୍ରକୁ ଚିଠି ଲେଖିଲେ ସାଂସଦ ଚନ୍ଦ୍ର ଶେଖର ସାହୁ

ଆନ୍ଧ୍ରରେ ଥିବା କାମ୍ପ ଜାତିର ଲୋକେ ଓ.ବି.ସି. ମାନ୍ୟତା ପାଇବା ସହ ସମସ୍ତ ସୁବିଧା ପାଉଥିବା ବେଳେ ଓଡ଼ିଶାରେ ରହୁଥିବା ଏହି ସଂପ୍ରଦାୟର ଲୋକେ ଏଥିରୁ ବଞ୍ଚିତ ହୋଇ ରହିଛନ୍ତି ।

କାମ୍ପ ସଂପ୍ରଦାୟଙ୍କୁ OBC ମାନ୍ୟତା ଦେବାକୁ ଦାବି

କାମ୍ପ ସଂପ୍ରଦାୟଙ୍କୁ OBC ମାନ୍ୟତା ଦେବାକୁ ଦାବି

  • Share this:
News18 Odia Digital

ପାରଳାଖେମୁଣ୍ଡି: ଅବିଭକ୍ତ ଗଞ୍ଜାମ ଓ ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ରାଜ୍ୟର କୋଣ ଅନୁକୋଣରେ ଥିବା କାମ୍ପ ସଂପ୍ରଦାୟ ଦୀର୍ଘ ଦିନ ହେଲା ୭୭ ଓ.ବି.ସି. ମାନ୍ୟତା ପାଇଁ ଦାବି କରିଆସୁଛନ୍ତି କିନ୍ତୁ ତାହା ଆଜି ଯାଏଁ ହୋଇପାରିନାହିଁ। ତେବେ ବର୍ତ୍ତମାନ ଏହାକୁ ନେଇ ଦାବି ଧିରେ ଧିରେ ଜୋରଦାର ହେବା ଆରମ୍ଭ ହୋଇଛି । ଏଥି ପାଇଁ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମଧ୍ୟ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଡ଼ଃ. ବିରେନ୍ଦ୍ର କୁମାରଙ୍କ ନିକଟକୁ ଚିଠି ଲେଖି ଦାବି କରିଛନ୍ତି ।

କାମ୍ପ ସଂପ୍ରଦାୟର ଲୋକେ ଶିକ୍ଷା, ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ପଛୁଆ ରହିଛନ୍ତି । ଏମାନେ ତତ୍କାଳୀନ ମାଦ୍ରାସ ପ୍ରେସିଡେନ୍ସି ଅଧିନରେ ରହିଥିଲେ। ହେଲେ ଓଡ଼ିଶା ସ୍ଵତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ଭାବେ ମାନ୍ୟତା ପାଇବା ପରେ ଏମାନଙ୍କ ମଧ୍ୟରୁ କିଛି ଲୋକେ ଓଡ଼ିଶାରେ ରହିଗଲେ ଏମାନେ ଚାଷ ଉପରେ ନିର୍ଭରଶୀଳ କିମ୍ବା ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି ।

ଆନ୍ଧ୍ରରେ ଥିବା କାମ୍ପ ଜାତିର ଲୋକେ ଓ.ବି.ସି. ମାନ୍ୟତା ପାଇବା ସହ ସମସ୍ତ ସୁବିଧା ପାଉଥିବା ବେଳେ ଓଡ଼ିଶାରେ ରହୁଥିବା ଏହି ସଂପ୍ରଦାୟର ଲୋକେ ଏଥିରୁ ବଞ୍ଚିତ ହୋଇ ରହିଛନ୍ତି । ତେଣୁ ଏମାନଙ୍କୁ ତୁରନ୍ତ ଓ.ବି.ସି. ମାନ୍ୟତା ଦେବା ସହ ସେମାନଙ୍କୁ ଓ.ବି.ସି.ଙ୍କ ପାଇଁ ରହିଥିବା ସମସ୍ତ ସବିଧା ସୁଯୋଗ ଯୋଗାଇ ଦେବାକୁ ଦାବି କରିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ।

କାମ୍ପ ସଂପ୍ରଦାୟର ଲୋକେ ଏଥି ପାଇଁ ବିଭିନ୍ନ ସମୟରେ ନିଜର ଦାବି କରିଆସୁଥିଲେ । ହେଲେ ଗତ କିଛି ଦିନ ହେଲା ଏହି ଦାବି ଜୋର ଧରିଛି । ଏ ନେଇ କାମ୍ପ ସଂପ୍ରଦାୟର ଲୋକେ ସାଂସଦଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିବା ବେଳେ ଏହାକୁ ଆଧାର କରି ସାଂସଦ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ମନ୍ତ୍ରୀଙ୍କ ନିକଟକୁ ପତ୍ର ଲେଖିଛନ୍ତି ।
ସେହିପରି ରାଜ୍ୟ ସରକାରଙ୍କ ନିକଟରେ ଏହି ଦାବି କରିବାକୁ ଏକ ପ୍ରତିନିଧି ଦଳ ଶୁକ୍ରବାର ଭୁବନେଶ୍ଵର ଯାଇଥିଲେ । ଏହି ସଂପ୍ରଦାୟର ଲୋକେ ଓଡ଼ିଶାରେ ଏସ.ଇ.ବି.ସି. ମାନ୍ୟତା ପାଇଛନ୍ତି । କିନ୍ତୁ କେନ୍ଦ୍ର ସରକାର ଓ.ବି.ସି. ମାନ୍ୟତା ପ୍ରଦାନ କରୁନାହାଁନ୍ତି ।

“ଆନ୍ଧ୍ରରେ ରହୁଥିବା ଏହି ସଂପ୍ରଦାୟର ଲୋକଙ୍କୁ କେନ୍ଦ୍ର ଓ.ବି.ସି. ମାନ୍ୟତା ଦେଇଥିବା ବେଳେ ଓଡ଼ିଶାର କାମ୍ପମାନଙ୍କୁ ଏହା ନମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ।ଏହି ସଂପ୍ରଦାୟର ଲୋକଙ୍କ ମଧ୍ୟରୁ ଅଧିକାଂଶ ଚାଷ ଉପରେ ନିର୍ଭରଶୀଳ। ଏମାନଙ୍କ ପାଇଁ ଜଳସେଚନର ଯଥେଷ୍ଟ ଆବଶ୍ୟକତା ରହିଛି । ତେଣୁ ଗଜପତି ଜିଲ୍ଲାରେ ଥିବା କୃଷ୍ଣ ସାଗର, ଗଜପତି ସାଗରର ପୁନଃ ଉଦ୍ଧାର ସହ ନିର୍ମାଣାଧୀନ ଡମ୍ବାପୁର ପ୍ରକଳ୍ପ କର୍ଯ୍ୟ ଶେଷ କରିବା ପାଇଁ ମଧ୍ୟ ସରକାରଙ୍କ ନିକଟରେ ଦାବି କରିଛୁ,’’ କହିଛନ୍ତି କାମ୍ଫ ସଂପ୍ରଦାୟକର ନେତା ଏସ.ବାଲାରାଜୁ ।
Published by:Lipina Das
First published: