ମଦ ବିରୋଧରେ ଆନ୍ଦୋଳନ: କେନ୍ଦ୍ରାପଡ଼ାରେ ମହିଳା ତାତିଲେ, ମଦ ଦୋକାନ ଭାଙ୍ଗିଲେ

ଶହଶହ ମହିଳା ଏକତ୍ରିତ ହୋଇ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନାଗେଶ୍ୱରପୁରରେ ଏକ ଦେଶୀ ମଦ ଦୋକାନ ଭାଙ୍ଗିବା ସହିତ ଲକ୍ଷାଧିକ ଟଙ୍କାର ଦେଶୀ ମଦ ନଷ୍ଟ କରିଛନ୍ତି । ସ୍ଥାନୀୟ ମହିଳାମାନେ ଦୋକାନଟିର ତାଲା ଭାଙ୍ଗି ମଦ ବୋତଲସବୁକୁ ଶାବଳ ଓ ବାଉଁଶରେ ପିଟିପିଟି ଭାଙ୍ଗି ଦେଇଥିଲେ।

  • News18 Odia
  • Last Updated: November 13, 2019, 4:14 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
କେନ୍ଦ୍ରାପଡା: ସରକାର ମଦ ବିକ୍ରି ଓ ସେବନ ଉପରେ କଟକଣା ଜାରି କରିବା ପରିବର୍ତ୍ତେ ରାଜସ୍ୱ ବୃଦ୍ଧି ଉଦ୍ଦେଶ୍ୟରେ ଅଧିକ ମଦ ଦୋକାନ ଖୋଲିବା ପାଇଁ ନିଷ୍ପତ୍ତି ନେଉଥିବା ବେଳେ ରାଜ୍ୟରେ ନିଶା ନିବାରଣ ଆଇନ୍‌ କାର୍ଯ୍ୟକାରୀ କରାଯିବା ଲାଗି ଆନ୍ଦୋଳନ ଜୋର ଧରୁଛି ।

ଶହଶହ ମହିଳା ଏକତ୍ରିତ ହୋଇ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନାଗେଶ୍ୱରପୁରରେ ଏକ ଦେଶୀ ମଦ ଦୋକାନ ଭାଙ୍ଗିବା ସହିତ ଲକ୍ଷାଧିକ ଟଙ୍କାର ଦେଶୀ ମଦ ନଷ୍ଟ କରିଛନ୍ତି । ସ୍ଥାନୀୟ ମହିଳାମାନେ ଦୋକାନଟିର ତାଲା ଭାଙ୍ଗି ମଦ ବୋତଲସବୁକୁ ଶାବଳ ଓ ବାଉଁଶରେ ପିଟିପିଟି ଭାଙ୍ଗି ଦେଇଥିଲେ।

ମଦ ଦୋକାନ ଖୋଲା ହେବାକୁ ବିରୋଧ କରି ମହିଳାମାନେ ପୂର୍ବରୁ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିବା ସହ ରାସ୍ତା ଅବରୋଧ ମଧ୍ୟ କରିଥିଲେ । ତେବେ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଆଜି ମହିଳା ମାନେ ଉତ୍ୟକ୍ତ ହୋଇ ଦୋକାନଟି ଭାଙ୍ଗି ଦେଇଛନ୍ତି।

ମଦ ଦୋକାନ ଯୋଗୁ ଆଖ ପାଖର ଯୁବକ ମାନେ ନିଶା ଖୋର ହୋଇ ପରିବାର ମଧ୍ୟରେ ଓ ବାହାରେ ଗଣ୍ଡଗୋଳ କରୁଥିବା ଅଭିଯୋଗ କରିଛନ୍ତି।

କେନ୍ଦ୍ରାପଡା ଜିଲ୍ଲା ଏକ ପ୍ରକାର ନିଶା ବଳୟ ମଧ୍ୟରେ ଗତି କରୁଛି । ନିକଟ ଅତୀତରେ ଅଧିକରୁ ଅଧିକ ବିଦେଶୀ ମଦ ଦୋକାନ ଖୋଲିବା ନେଇ ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଅକ୍ଟୋବର ମାସରେ କେନ୍ଦ୍ରାପଡା ବାଇପାସ ରାସ୍ତାରୁ ବ୍ରାଉନ ସୁଗାର ଜବତ ହୋଇଥିଲା । ରାଜନଗର ଉପାନ୍ତ ଅଞ୍ଚଳର କଲେଜ ପିଲାମାନେ ବ୍ରାଉନ ସୁଗାର ଓ ଗଞ୍ଜେଇ ଖୋଲାଖୋଲି ଟାଣି ପୋଲିସ ପ୍ରଶାସନକୁ ଚାଲେଞ୍ଜ ମଧ୍ୟ କରିଥିଲେ ।

ନାଗେଶ୍ୱରପୁରରେ ଦେଶୀ ମଦ ଦୋକାନ ଭାଙ୍ଗିବା ଘଟଣାକୁ ନେଇ ପ୍ରଶାସନ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କ୍ୟାମେରା ସାମ୍ନାରେ କିଛି କହିବାକୁ ଅଧିକାରୀମାନେ ମନା କରିଦେଇଥିଲେ।
First published: November 13, 2019, 4:14 PM IST
corona virus btn
corona virus btn
Loading