ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»Cuttack: ଜୋର ଧରିଲା ଦୁର୍ଗା ପୂଜାରେ ମା'ଙ୍କ ମୃର୍ତ୍ତି ଉଚ୍ଚତା ବୃଦ୍ଧି ଓ ପୂଜାରେ ଦର୍ଶନ ଦାବି; ଆସନ୍ତା ୧୩ରେ ସହର ବନ୍ଦ ଡ଼ାକରା

Cuttack: ଜୋର ଧରିଲା ଦୁର୍ଗା ପୂଜାରେ ମା'ଙ୍କ ମୃର୍ତ୍ତି ଉଚ୍ଚତା ବୃଦ୍ଧି ଓ ପୂଜାରେ ଦର୍ଶନ ଦାବି; ଆସନ୍ତା ୧୩ରେ ସହର ବନ୍ଦ ଡ଼ାକରା

ମା'ଙ୍କ ମୂର୍ତ୍ତିର ଉଚ୍ଚତା ବୃଦ୍ଧିକୁ ନେଇ ଏକ ବଡ଼ ଘୋଷଣା କରିଛି ବିଜେପି । ଏହାର ପ୍ରତିବାଦରେ ଆସନ୍ତା ୧୩ ତାରିଖ ଦିନ ପୂରା କଟକ ସହର ବନ୍ଦ ଡ଼ାକରା ଦେଇଛି ଦଳ । ଏହି ବନ୍ଦରେ ସହର ବାସୀ ତଥା ସହରର ପୂଜା କମିଟି ମାନେ ସାମିଲ ହୁଅନ୍ତୁ ବୋଲି ଆହ୍ବାନ କରିଛି ବିଜେପି ।

Cuttack: ଜୋର ଧରିଲା ଦୁର୍ଗା ପୂଜାରେ ମା'ଙ୍କ ମୃର୍ତ୍ତି ଉଚ୍ଚତା ବୃଦ୍ଧି ଓ ପୂଜାରେ ଦର୍ଶନ ଦାବି; ଆସନ୍ତା ୧୩ରେ ସହର ବନ୍ଦ ଡ଼ାକରା
ମା'ଙ୍କ ମୂର୍ତ୍ତିର ଉଚ୍ଚତା ବୃଦ୍ଧିକୁ ନେଇ ଏକ ବଡ଼ ଘୋଷଣା କରିଛି ବିଜେପି
  • News18 Odia
  • Last Updated: September 7, 2021, 12:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଦୁର୍ଗା ପୂଜାରେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତା ବୃଦ୍ଧିକୁ ନେଇ ଦାବି ଦିନକୁ ଦିନ ତିବ୍ର ହେବାରେ ଲାଗିଛି । ପୂର୍ବରୁ ସହରର ପୂଜା କମିଟି ଗୁଡ଼ିକ ଏହି ଦାବି କରି ଆସୁଥିବା ବେଳେ ସହରର ସାମାଜିକ ସଙ୍ଗଠନ ଗୁଡ଼ିକ ମଧ୍ୟ ଧିରେ ଧିରେ ନିଜ ନିଜର ସ୍ବର ଉତ୍ତୋଳନ କରୁଥିବାର ନଜର ଆସୁଛନ୍ତି । ଲଗାତାର ଗୋଟିଏ ସପ୍ତାହ ହେଲା ପ୍ରତି ଦିନ ସହରର ୩୫ଟିରୁ ଉର୍ଦ୍ଧ୍ବ ସାମାଜିକ ସଙ୍ଗଠନ ଗୁଡ଼ିକ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଛନ୍ତି ।

ଏହି ମାମଲାରେ ସାମାଜିକ ସଙ୍ଗଠନ ସ୍ବପ୍ନ ଫାଉଣ୍ଡେସନର ପ୍ରତିଷ୍ଠାତା ସୁଧାଶୁଂ ପାତ୍ର କହିଥିଲେ, "କଟକର ସମସ୍ତ ସାମାଜିକ ସଙ୍ଗଠନ ପକ୍ଷରୁ କଟକ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟ ମନ୍ତ୍ରୀଙ୍କୁ ଏକ ଦାବି ପତ୍ର ଦିଆଯାଉଛି । ଯଦି ସାତ ଦିନ ଭିତରେ ରାଜ୍ୟ ସରକାର ଏହି ନିଷ୍ପତ୍ତିର ପୂର୍ନବିଚାର ନ କରନ୍ତି ତା' ହେଲେ ସାମାଜିକ ସଙ୍ଗଠନ ଗୁଡ଼ିକର ସଦସ୍ୟମାନେ ଆମରଣ ଅନଶନ କରିବେ।’’

ଏହା ସହ ମା'ଙ୍କ ମୂର୍ତ୍ତିର ଉଚ୍ଚତା ବୃଦ୍ଧିକୁ ନେଇ ଏକ ବଡ଼ ଘୋଷଣା କରିଛି ବିଜେପି । ଏହାର ପ୍ରତିବାଦରେ ଆସନ୍ତା ୧୩ ତାରିଖ ଦିନ ପୂରା କଟକ ସହର ବନ୍ଦ ଡ଼ାକରା ଦେଇଛି ଦଳ । ଏହି ବନ୍ଦରେ ସହର ବାସୀ ତଥା ସହରର ପୂଜା କମିଟି ମାନେ ସାମିଲ ହୁଅନ୍ତୁ ବୋଲି ଆହ୍ବାନ କରିଛି ବିଜେପି । ସୋମବାର ଦିନ ଏକ ସାମ୍ବାଦିକ ସମ୍ମଳନୀ ଡ଼ାକି ଆସନ୍ତା ୧୩ ତାରିଖ ଦିନ କଟକ ବନ୍ଦ ବାବଦରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଜେପି ନେତା ଲଲାଟେନ୍ଦୁ ବଡ଼ୁ।

ଦୁର୍ଗା ପୂଜାରେ କରୋନା କଟକଣାକୁ ନେଇ କଟକରେ ବିରୋଧ


ବିଜେପି ନେତା ଲଲାଟେନ୍ଦୁ ବଡ଼ୁ କହିଥିଲେ, "ରାଜ୍ୟ ସରକାର ଏବେ କରୋନା କଟକଣାକୁ ଏବେ ବହୁ ମାତ୍ରାରେ କୋହଳ କରିଛନ୍ତି । ଧାର୍ମିକ ଅନୁଷ୍ଠାନ, ଯାତ୍ରା, ସିନେମା ହଲ ଇତ୍ୟାଦିକୁ ସର୍ବ ସାଧାରଣଙ୍କ ପାଇଁ ଖୋଲିଛନ୍ତି । ତା' ହେଲେ କେଉଁ ଆଧାରରେ ମା'ଙ୍କୁ ଆବଦ୍ଧ ପୂଜା କରିବା ପାଇଁ ଗାଇଡଲାଇନ ଜାରି କରିଛନ୍ତି? ଏହା ସମ୍ପୂର୍ଣ୍ଣ ଭାବେ ଅପ୍ରାସଙ୍ଗିକ । ଏଥି ପାଇଁ କଟକରେ ପ୍ରତିବାଦ ସ୍ବର ତିବ୍ର ହୋଇଛି । ତେଣୁ ରାଜ୍ୟ ସରକାର ଏହି ନିୟମାବଳୀରେ ସଂଶୋଧନ କରନ୍ତୁ । ଏହି ଦାବି ନେଇ ଆମେ ଆସନ୍ତା ୧୩ ତାରିଖ ଦିନ କଟକ ବନ୍ଦ ଡ଼ାକରା ଦେଇଛୁ ।’’

ପୂଜାକୁ ନେଇ ଗତ ବର୍ଷ ରାଜ୍ୟ ସରକାର ଏକ ଗାଇଡଲାଇନ ଜାରି କରିଥିଲେ । ଏଥିରେ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତାକୁ ଚାରି ଫୁଟ ମଧ୍ୟରେ ସିମିତ ରଖିବା, ମଣ୍ଡପକୁ ଆବଦ୍ଧ କରି ପୂଜା କରାଯିବା, କୌଣସି ସମୟରେ ମଣ୍ଡପରେ ସାତ ଜଣରୁ ଉର୍ଦ୍ଧ ବ୍ୟକ୍ତି ଏକାଠି ନହେବା, ମଣ୍ଡପ ବାହାରେ ସାଜସଜ୍ୟା ନ କରିବା, ମଣ୍ଡପକୁ ସର୍ବସାଧାରଣ ଆସିବା ମନା ଭଳି ଅନେକ କଟକଣା ଲଗାଇଥିଲେ ରାଜ୍ୟ ସରକାର । ତେବେ ଗତ ବର୍ଷର ଏହି ନିର୍ଦ୍ଦେଶନାମା ଚଳିତବର୍ଷ ମଧ୍ୟ ଲାଗୁ କରାଯାଇଛି ।

ହେଲେ କେବଳ ମୂର୍ତ୍ତିର ଉଚ୍ଚତା ଓ ମଣ୍ଡପରେ ମା'ଙ୍କୁ ଦର୍ଶନ ଉପରେ ଥିବା କଟକଣାକୁ କୋହଳ କରିବା ପାଇଁ ଏବେ ଦାବି ହେଉଛି । ସେପଟେ ସାମାଜିକ ସଙ୍ଗଠନ ଗୁଡ଼ିକ ପକ୍ଷରୁ ଏ ସମ୍ପର୍କରେ ଦାବି ପତ୍ର ପ୍ରଦାନ ଉପରେ ମତ ରଖିଛନ୍ତି କଟକ ଜିଲ୍ଲାପାଳ ।

କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି, ‘‘ଯେଉଁ ସବୁ ଦାବି ପତ୍ର ପ୍ରଦାନ କରାଯାଉଛି, ସେ ସବୁକୁ ପୁର୍ନବିଚାର ପାଇଁ ରାଜ୍ୟ ସରକାରଙ୍କ ପାଖକୁ ପଠାଇ ଦିଆଯାଇଛି । "
Published by: Lipina Das
First published: September 7, 2021, 12:27 PM IST