ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ: ନିର୍ମାଣାଧୀନ ପ୍ରକଳ୍ପର କାମ ବନ୍ଦ କରାଇବାକୁ ଦାବି ହେଲା

ଟ୍ରାଇବ୍ୟୁନାଲ ନିଜ ରାୟ ଶୁଣାଇବାରେ ବିଳମ୍ବ କରିପାରେ । ତେଣୁ ତା’ ପୂର୍ବରୁ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇ ବେନିୟମ ଭାବେ ହେଉଥିବା ପ୍ରକଳ୍ପ କାମକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯିବା ଉଚିତ ବୋଲି କହିଛି ମହାନଦୀ ବଞ୍ଚାଓ ଆନ୍ଦୋଳନ ।

ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ: ନିର୍ମାଣାଧୀନ ପ୍ରକଳ୍ପର କାମ ବନ୍ଦ କରାଇବାକୁ ଦାବି ହେଲା
ମହାନଦୀର ଏକ ଦୃଶ୍ୟ (ଫାଇଲ୍ ଫଟୋ)
  • News18 Odia
  • Last Updated: November 11, 2020, 9:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମହାନଦୀ ଟ୍ରାଇବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାରେ ରବିବାର ଦିନ ଶୁଣାଣି ସରିବା ପରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ କୌଣସି ବାଟ ବାହାରି ପାରିନାହିଁ । ଶୁଣାଣିରେ ଓଡ଼ିଶା ରଖିଥିବା ଦୁଇଟି ଦାବି ଅନିଶ୍ଚିତତା ଭିତରେ ରହିଯାଇଛି ।

ଅଣ-ମୌସୁମୀ ସମୟରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଜଳ ହୀରାକୁଦ ଜଳଭଣ୍ଡାରକୁ ଛାଡ଼ିବା ନେଇ ଓଡ଼ିଶାର ଅନ୍ତରୀଣ ଆବେଦନ ଉପରେ ବାରମ୍ବାର ବୈଠକ ବିଫଳ ହୋଇଛି । ଉଭୟ ପକ୍ଷ ମଧ୍ୟରେ କୌଣସି ସମାଧାନର ବାଟ ବାହାରି ପାରୁନାହିଁ । ତେଣୁ ଡିସେମ୍ବରରେ କୌଣସି ଏକ ତାରିଖରେ ମାମଲାର ଚୂଡ଼ାନ୍ତ ଶୁଣାଣି କରି ଉଭୟ ପକ୍ଷଙ୍କ ଦାବି ଅନୁସାରେ ରାୟ ଦେବାକୁ ଓଡ଼ିଶା ଦାବି କରିଛି। ।

ଏହା ବି ପଢ଼ନ୍ତୁ | Bihar Polls: ଲଣ୍ଡନରେ ପଢ଼ି ଫେରିଥିବା ପୁଷ୍ପମ୍ ପ୍ରିୟା କହିଲେ ‘‘EVM ହ୍ୟାକ୍ ହୋଇ NDAକୁ ଗଲା ଭୋଟ୍’’

ଏହି ପରିପ୍ରେକ୍ଷୀରେ ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ଟ୍ରାଇବ୍ୟୁନାଲ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶ ବଳରେ ନିର୍ମାଣାଧୀନ ପ୍ରକଳ୍ପର କାମ ବନ୍ଦ କରାଇବାକୁ ଦାବି କରାଯାଇଛି । ରାଜ୍ୟ ସରକାର ଏ ନେଇ ଉଦ୍ୟମ କରନ୍ତୁ ବୋଲି କହିଛି ଏହି ସଂସ୍ଥା । ବିଜେପି କହିଛି ଟ୍ରିବ୍ୟୁନାଲ ଏକ ନ୍ୟାୟିକ ପ୍ରକ୍ରିୟା ହୋଇଥିବାରୁ ଏଥିରେ ବିଳମ୍ବ ହେବା ସ୍ୱାଭାବିକ । ବିଜେଡି କହିଛି ଯେ ନ୍ୟାୟିକ ପ୍ରକ୍ରିୟା ଭିତରେ ଚାଲିଛି ଲଢ଼େଇ ।

ଓଡିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦକୁ ନେଇ ଗଠନ ହୋଇଥିବା ଟ୍ରାଇବ୍ୟୁନାଲରେ କମନ ଇନଫରମେସନ ଫର୍ମାଟ ଦାଖଲ ହୋଇପାରି ନାହିଁ । ଏକକ ସୂଚନା ସାରେଣୀ ବା କମନ ଇନଫରମେସନ ଫର୍ମାଟ ହେଉଛି ଓଡ଼ିଶା ଓ ଛତିଶଗଡ଼ ସମେତ ଅନ୍ୟ ପକ୍ଷଭୁକ୍ତ ରାଜ୍ୟଙ୍କ ମଧ୍ୟରେ ଦସ୍ତାବିଜ ବା ନଥିପତ୍ର ଆଦାନ ପ୍ରଦାନର ମାଦ୍ୟମ । ଏଥିରେ ପ୍ରବାହିତ ଜଳରପରିମାଣ , ଉପଯୋଗୀ ଜଳର ପରିମାଣ, କେତୋଟି ବ୍ୟାରେଜ ବା ଡ୍ଯାମ ହୋଇଛି ସବୁର ତଥ୍ୟ ରହିବ । ଏଥିରେ ସଂପୃକ୍ତ ରାଜ୍ୟର ବିଶେଷଜ୍ଞମାନେ କମନ ଇନଫରମେସନ।ଫର୍ମାଟ ପାଇଁ ସହଯୋଗ କରିବେ । ଟ୍ରାଇବ୍ୟୁନାଲ ଏଥି ପାଇଁ ଏକ ଏକ୍ସପର୍ଟ କମିଟି ଗଠନ କରିଛନ୍ତି । ସୂଚନା ସଂଗ୍ରହ କରିବା ଏକ ଲମ୍ବା ପ୍ରକ୍ରିୟା ।

ଏହା ବି ପଢ଼ନ୍ତୁ | ମହିଳାମାନେ ଘରେ ବସି ଭଲ ଅର୍ଥ ରୋଜଗାର କରିପାରିବେ; ଜାଣନ୍ତୁ ଏହି ସବୁ ବିଜିନେସ୍ ଆଇଡିଆ

‘‘ଟ୍ରାଇବ୍ୟୁନାଲ ନିଜ ରାୟ ଶୁଣାଇବା ବିଳମ୍ବ ହୋଇପାରେ । ତେଣୁ ତା’ ପୂର୍ବରୁ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇ ବେନିୟମ ଭାବେ ହେଉଥିବା ପ୍ରକଳ୍ପ କାମକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ,’’ କହିଛନ୍ତି ମହାନଦୀ ବଞ୍ଚାଓ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ।

ବିଜେପି ନେତା ପୄଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ‘‘ଏହା ହେଉଛି ଏକ ନ୍ୟାୟିକ ପ୍ରକ୍ରିୟା। ସମସ୍ତ ପକ୍ଷକୁ ଶୁଣିବା ପରେ ଟ୍ରାଇବ୍ୟୁନାଲ୍‌ ରାୟ ଦେବେ । ଏତେ ବ୍ୟସ୍ତ କାହିଁକି?’’ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି, ‘‘ରାଜ୍ୟର ହକ୍‌ ପାଇଁ ରାଜ୍ୟ ସରକାର ଲଢ଼େଇ ଜାରି ରଖିଛନ୍ତି । ନ୍ୟାୟ ନମିଳିବା ଯାଏଁ ଏହି ଲଢ଼େଇ ଜାରି ରହିବ ।’’

ଏହା ବି ପଢ଼ନ୍ତୁ | ଦୀପାବଳୀ ପୂର୍ବରୁ ସମାଧାନ ହୋଇପାରେ ଲଦ୍ଦାଖ ବିବାଦ; ଭାରତ-ଚୀନ୍ ମଧ୍ୟରେ ସହମତି-ରିପୋର୍ଟ

ମହାନଦୀ ଜଳ ବିବାଦ ମାମଲାରେ ପକ୍ଷଭୁକ୍ତ ରାଜ୍ୟଙ୍କ ମଧ୍ୟରେ ନଥିପତ୍ର ଆଦାନପ୍ରଦାନ ପାଇଁ କମନ ଇନଫମେସନ ଫର୍ମାଟ ଚୂଡାନ୍ତ ହୋଇଥିବାବେଳେ ଓଡ଼ିଶା ଏଥିରେ ଛତିଶଗଡ଼ ଦ୍ୱାରା ହୋଇଥିବା ବ୍ୟାରେଜ ତଥ୍ୟ ରଖିବାକୁ ଦାବି କରିଛି । ଛତିଶଗଡ଼ କେତେ ବ୍ୟାରେଜ କରିଛି, ଏହାର ଉଚ୍ଚତା ଓ କ୍ଷମତା କେତେ ଆଦି ବିଷୟ ଉପରେ ସବିଶେଷ ତଥ୍ୟ ଆସେସରଙ୍କୁ ନ ଦେଲେ ଓଡ଼ିଶା ଆବେଦନ କରିପାରିବ ବୋଲି ଟ୍ରାଇବ୍ୟୁନାଲ କହିଛନ୍ତି ।



ମୂଳ ଆବେଦନର ଶୁଣାଣି ସମୟ ନିର୍ଦ୍ଧାରଣ ପାଇଁ ଦୁଇ ପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ଟ୍ରାଇବ୍ୟୁନାଲ l ମାର୍ଚ୍ଚ ୨୦୨୧ରେ ଟ୍ରାଇବ୍ୟୁନାଲ ଗଠନକୁ ତିନି ବର୍ଷ ପୂରଣ ହେବ । ୧୨ ମାର୍ଚ୍ଚ ୨୦୧୮ରେ ଏହି ଟ୍ରାଇବ୍ୟୁନାଲ ଗଠନ ହୋଇଥିଲା।
Published by: Anand Shankar Thankur Das
First published: November 11, 2020, 9:44 PM IST
corona virus btn
corona virus btn
Loading