ପୁରୀର ନାମ ବଦଳାଇ ‘ଶ୍ରୀଜଗନ୍ନାଥ ପୁରୀ’ କରିବାକୁ ଦାବି ଉଠିଲା; ବିରୋଧ କଲେ ଶଙ୍କରାଚାର୍ଯ୍ୟ

ଐତିହାସିକ ତଥ୍ୟ ଅନୁସାରେ ବ୍ରିଟିଶ୍ ଶାସନ ସମୟରେ ଓଡି଼ଶା ଭୂଖଣ୍ଡକୁ ୧୮୨୮ ମସିହାରେ ତିନୋଟି ଜିଲ୍ଲାରେ ଅର୍ଥାତ୍ ବାଲେଶ୍ଵର, କଟକ ଓ ଜଗନ୍ନାଥ ଭାବେ ଭାଗ କରାଯାଇଥିଲା । ପରେ ସେହି ଜଗନ୍ନାଥ ଜିଲ୍ଲା ପୁରୀ ନାମରେ ପରିଚିତ ହୋଇଥିଲା ।

ଶ୍ରୀମନ୍ଦିର ପାଇଁ ସାରା ବିଶ୍ୱରେ ପୁରୀ ପ୍ରସିଦ୍ଧ ଓ ସମ୍ମାନିତ ହୋଇଆସୁଛି । (ପ୍ରତୀକାତ୍ମକ ଛବି)

ଶ୍ରୀମନ୍ଦିର ପାଇଁ ସାରା ବିଶ୍ୱରେ ପୁରୀ ପ୍ରସିଦ୍ଧ ଓ ସମ୍ମାନିତ ହୋଇଆସୁଛି । (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ପୁରୀ: ପୁରୀର ନାମ ପରିବର୍ତ୍ତନ କରି ‘‘ଜଗନ୍ନାଥ ଧାମ ପୁରୀ’’ କରାଯାଉ ବୋଲି ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ଜୋର୍ ଧରିଥିବା ବେଳେ ଶ୍ରୀମନ୍ଦିର ପରିଚାଳନା କମିଟିରେ ଏ ନେଇ ଆଲୋଚନା ହୋଇଛି । ବିଶ୍ୱ ସାରା ରହୁଥିବା ହିନ୍ଦୁମାନଙ୍କ ପାଇଁ ଅତି ପବିତ୍ର ଓ ମହନୀୟ ଧାମମାନଙ୍କ ମଧ୍ୟରେ ଅଗ୍ରଣୀ ଥିବା ପୁରୀ ‘ପୁରୁଷୋତ୍ତମ ଧାମ’, ‘ଶ୍ରୀଜଗନ୍ନାଥ ଧାମ’ ଓ ‘ଶ୍ରୀକ୍ଷେତ୍ର ଧାମ’ ଆଦି ବିଭିନ୍ନ ନାମରେ ପରିଚିତ ଥିବା ବେଳେ ଏବେ ଆଧିକାରିକ ରୂପରେ ଏହି ଐତିହ୍ୟସମ୍ପନ୍ନ ସହରର ନାମ ପରିବର୍ତ୍ତନ କରି ‘‘ଜଗନ୍ନାଥ ଧାମ ପୁରୀ’’ ବା ‘‘ଶ୍ରୀ ଜଗନ୍ନାଥ ପୁରୀ’’ କରିବାକୁ ନୂଆ କରି ଦାବି ଉଠିଛି ।

ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ‘ଶ୍ରୀକ୍ଷେତ୍ର ସୂଚନା’ ନାମକ ଏକ ଅନୁଷ୍ଠାନର ନେତୃତ୍ୱରେ ପୁରୀର ନାମ ପରିବର୍ତ୍ତନ କରି ‘ଶ୍ରୀଜଗନ୍ନାଥ ପୁରୀ’ କରିବା ପାଇଁ ନଭେମ୍ବର ୧ରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପୁରୀ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏ ନେଇ ରାଜ୍ୟପାଳ, ମୁଖ୍ୟ ମନ୍ତ୍ରୀ, ବାଚସ୍ପତି, ପୁରୀ ସାଂସଦ ଓ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷଙ୍କ ସମେତ ଜିଲ୍ଲାର ସବୁ ମନ୍ତ୍ରୀ ଓ ବିଧାୟକମାନଙ୍କୁ ଏକ ସ୍ମାରକପତ୍ର ମଧ୍ୟ ଦିଆଯାଇଛି ।

ଏହା ବି ପଢ଼ନ୍ତୁ | T20 World Cupରେ ଭାରତ ପାଇଲା ସବୁଠୁ ବଡ଼ ବିଜୟ; ସ୍କଟଲ୍ୟାଣ୍ଡକୁ ମାତ୍ର ୩୯ ବଲରେ ହରେଇଲା

‘‘ଏହି ଦାବି ଐତିହାସିକ ତଥ୍ୟ ଉପରେ ଆଧାରିତ । ନଭେମ୍ବର ୨ରେ ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମଧ୍ୟ ସେବାୟତ ପ୍ରତିନିଧିମାନେ ଏଭଳି ଦାବି ଉପସ୍ଥାପନ କରିଥିଲେ । ନାମ ପରିବର୍ତ୍ତନ କରିବା ରାଜସ୍ୱ ବିଭାଗର ଦାୟିତ୍ୱ । ତୁରନ୍ତ ଏ ନେଇ ପ୍ରକ୍ରିୟା ଆରମ୍ଭ କରାଯାଉ ବୋଲି ଆମେ ଦାବି କରୁଛୁ,’’ କହିଛନ୍ତି ‘ଶ୍ରୀକ୍ଷେତ୍ର ସୂଚନା’ ସଙ୍ଗଠନର ଆବାହକ ରାଜେଶ ମହାନ୍ତି ।

‘‘କେବଳ ପୁରୀ କହିଲେ ଜଗନ୍ନାଥ ପୁରୀ ହିଁ ପରିଚିତ ହୁଏ,’’ କହିଛନ୍ତି ଶଙ୍କରାଚାର୍ଯ୍ୟ ।


ଏହା ବି ପଢ଼ନ୍ତୁ | ୨୭ ବର୍ଷୀୟା ବିବାହିତା ଯୁବତୀ ନିଜ ପିଲାଙ୍କୁ ହତ୍ୟା କରିଥିଲେ, ପାଇଲେ ଆଜୀବନ କାରାଦଣ୍ଡ

ଓଡି଼ଆ ସଂସ୍କୃତି ଗବେଷକ ତଥା ସମାଜସେବୀ ଚକ୍ରଧର ମହାପାତ୍ର କହିଛନ୍ତି ଯେ ୧୯୭୭ ମସିହାରେ ଜିଲ୍ଲା ଗେଜେଟିୟରରେ ପ୍ରକାଶିତ ଐତିହାସିକ ତଥ୍ୟକୁ ଭିତ୍ତି କରି ରାଜ୍ୟ ସରକାରଙ୍କୁ ପୁରୀର ନାମ ପରିବର୍ତ୍ତନ କରିବା ନେଇ ଲିଖିତ ଭାବେ ଅବଗତ କରାଯାଇଛି । ‘‘ବ୍ରିଟିଶ୍‌ ଶାସନ ସମୟରେ ଓଡି଼ଶା ଭୂଖଣ୍ଡକୁ ୧୮୨୮ ମସିହା ଅକ୍ଟୋବର ୨୩ ତାରିଖରେ ତିନୋଟି ଜିଲ୍ଲାରେ ଅର୍ଥାତ୍‌ ବାଲେଶ୍ଵର, କଟକ ଓ ଜଗନ୍ନାଥ ଭାବେ ଭାଗ କରାଯାଇଥିଲା । ଆଉ ପରେ ସେହି ଜଗନ୍ନାଥ ଜିଲ୍ଲା ପୁରୀ ନାମରେ ପରିଚିତ ହୋଇଥିଲା । ପରବର୍ତ୍ତୀ ସମୟରେ ୧୯୭୭ରେ ଓଡି଼ଶା ଡିଷ୍ଟ୍ରିକ୍ଟ ଗେଜେଟିଅର୍ସର ପୁରୀ ଚିଫ୍‌ ଏଡିଟର୍‌ ନୀଳମଣି ସେନାପତିଙ୍କ ଦ୍ୱାରା ପ୍ରକାଶିତ ଜିଲ୍ଲା ଗେଜେଟିୟରର ପୃଷ୍ଟା ୪ରେ ଏହା ଉଲ୍ଲେଖ ରହିଛି ।  ଏହା ପୁରୀ ଭାବେ ଉଲ୍ଲେଖ କରାଯାଇଛି । ଏହାର ଅର୍ଥ ଜିଲ୍ଲାର ନାମ ‘ଜଗନ୍ନାଥ’ ଲେଖାଥିବା ସବୁ ଦସ୍ତାବିଜକୁ ପରେ ପରିବର୍ତ୍ତନ କରାଯାଇ ‘ପୁରୀ’ କରାଯାଇଛି,’’ କହିଛନ୍ତି ଚକ୍ରଧର ମହାପାତ୍ର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Virat Kohli: ଖାଲି କ୍ରିକେଟ୍ ନୁହେଁ, ଲୁକ୍ ଫ୍ୟାଶନ ଦୃଷ୍ଟିରୁ ବି ଆଗରେ ରହନ୍ତି ବିରାଟ କୋହଲି

‘‘ପୁରୀ ନାମକୁ ‘ଜଗନ୍ନାଥ ପୁରୀ’ ବା ‘ଜଗନ୍ନାଥ ଧାମ ପୁରୀ’ କରିବା ସ୍ୱାଗତଯୋଗ୍ୟ । ଆମେ ଦେଶର ବିଭିନ୍ନ କୋଣକୁ ବା ଦେଶ ବାହାରକୁ ଗଲେ ପୁରୀ କହିଲେ କେହି ବୁଝନ୍ତି ନାହିଁ । ମାତ୍ର ‘ଜଗନ୍ନାଥ ପୁରୀ’ ବା ‘ଜଗନ୍ନାଥ ଧାମ ପୁରୀ’ କହିଲେ ତାହା ସମସ୍ତଙ୍କ ନଜରକୁ ଆସେ । ପୁରୀ ନାଁ କାହିଁ କେବେଠୁ ରହିଆସିଥିବା ବେଳେ ଯାହା ବି ହେଉ ଶାନ୍ତିପୁର୍ଣ୍ଣ ଭାବେ ଆଲୋଚନା ମାଧ୍ୟମରେ ଗଜପତି ଓ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଓ ରାଜ୍ୟ ଆଇନ ବିଭାଗ, ରାଜସ୍ୱ ବିଭାଗ, ସେବାୟତ ପ୍ରତିନିଧି ଓ ମୁକ୍ତିମଣ୍ଡପ ପଣ୍ଡିତ ସଭାକୁ ନେଇ ଏହା ଉପରେ ଆଲୋଚନା କରି ନାମ ପରିବର୍ତ୍ତନ କରିବା ଦିଗରେ ପଦକ୍ଷେପ ନିଆଯିବା ଉଚିତ,’’ କହିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIRAL VIDEO | ଶାହରୁଖ ଖାନଙ୍କ ଏହି କଥାରେ ହସିଉଠିଥିଲେ ଅମିତାଭ ବଚ୍ଚନ; ଅଭିଷେକଙ୍କ ବିଷୟରେ ଥିଲା କଥାଟି

ହେଲେ ପୁରୀର ନାମ ପରିବର୍ତ୍ତନ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚିଳାନନ୍ଦ ସରସ୍ୱତୀ ମହାରାଜ ନାମ ପରିବର୍ତ୍ତନର ଆବଶ୍ୟକତା ନାହିଁ ବୋପଲି କହିଛନ୍ତି । ‘‘ଅଯୋଧ୍ୟାର ନାଁ ବି ଅଯୋଧ୍ୟା ପୁରୀ ହୋଇଥିଲେ ବି ଅଯୋଧ୍ୟା ଆଗରୁ ପୁରୀ ଲାଗୁ ନାହିଁ । ମଥୁରା, କାଶୀ, କାଞ୍ଚି, ଅବନ୍ତିକା, ଦ୍ୱାରକା ଓ ହରିଦ୍ୱାରରେ ପୁରୀ ଶବ୍ଦର ବ୍ୟବହାର ହେଉନାହିଁ । ଏମିତି ସାତଟି ନଗରୀର ନାଁରେ ପୁରୀ ଥିଲେ ବି କୁହାଯାଉ ନାହିଁ । ଅଷ୍ଟମ ନଗରୀ ହେଉଛି ଜଗନ୍ନାଥ ପୁରୀ, ଯାହା କେବଳ ପୁରୀ ନାଁରେ ବିଦିତ । କେବଳ ପୁରୀ କହିଲେ ଜଗନ୍ନାଥ ପୁରୀ ହିଁ ପରିଚିତ ହୁଏ,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | PM Modi@LoC: ସୈନ୍ୟମାନଙ୍କ ସହ ଦୀପାବଳୀ ପାଳନ କଲେ ମୋଦି; ସର୍ଜିକାଲ୍ ଷ୍ଟ୍ରାଇକ୍ କଥା କହିଲେ

‘‘ପୁରୀ ନାମ ପୂର୍ବରୁ ଜଗନ୍ନାଥ ଲଗାଇଦେଲେ ଏହା ଉତ୍କର୍ଷ ହେବ କି ନିମ୍ନତା ହେବ? ପୁରୀର ନାଁ ହିଁ ଶ୍ରେଷ୍ଠ । ପରିବର୍ତ୍ତନର ଆବଶ୍ୟକତା ନାହିଁ । ବିଭିନ୍ନ ପୌରାଣିକ ତଥ୍ୟରୁ ପୁରୀର ନାମ ‘ପୁରୁଷୋତ୍ତମ କ୍ଷେତ୍ର’ ବୋଲି ଉଲ୍ଲେଖ ରହିଛି । ବିଶ୍ୱ ସାରା ଲୋକେ ପୁରୀକୁ ଜଗନ୍ନାଥ ପୁରୀ ନାମରେ ହିଁ ଜାଣିଥାନ୍ତି । ତେଣୁ ପୁରୀ ପୀଠର ନାମ ପରିବର୍ତ୍ତନ କରି ଜଗନ୍ନାଥ ପୁରୀ ରଖିବାର କୌଣସି ଆବଶ୍ୟକତା ଅଛି କି?’’ ପ୍ରଶ୍ନ କରିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ।

ଏହା ବି ପଢ଼ନ୍ତୁ | ବିବାହର ମାତ୍ର ଚାରି ଦିନ ପରେ କନ୍ୟାର ମୃତ ଦେହ ଏକ ଆଟାଚି ଭିତରୁ ମିଳିଲା

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘‘ମହାପ୍ରଭୁଙ୍କ ଜଗନ୍ନାଥରେ ପୁରୀ ନାମିତ । ଶ୍ରୀକ୍ଷେତ୍ର ଜଗନ୍ନାଥ ଧାମ ପୁରୀ ହେଲେ ବହୁତ ଭଲ ହେବ ।’’ ବିଭିନ୍ନ ସଙ୍ଗଠନ ପକ୍ଷରୁ ପୁରୀର ନାମ ପରିବର୍ତ୍ତନ କରିବାକୁ ଦାବି ଉଠିବା ପରେ ଏହି ବିଷୟକୁ ନେଇ ରାଜ୍ୟରେ ଆରମ୍ଭ ହୋଇଯାଇଛି ତର୍କବିତର୍କ ।
Published by:Anand S.T. Das
First published: