OTT ପ୍ଲାଟଫର୍ମରେ ଅଶ୍ଳୀଳତା ବେଲଗାମ୍ ହେଉଛି; ଏହାକୁ ରୋକିବାକୁ ଦାବି ବଢ଼ୁଛି

ଫ୍ରି ସ୍ପିଚ୍‌ ଆଳରେ OTT ପ୍ଲାଟଫର୍ମରେ ପ୍ରସାରିତ ୱେବ୍‌ ସିରିଜଗୁଡ଼ିକରେ ସାମାଜିକ ମର୍ଯ୍ୟାଦାକୁ ମନ ଇଚ୍ଛା ମୋଡ଼ି ମକଚି ଦିଆଯାଉଥିବା ଦେଖାଯାଉଛି । ସେଥିରେ ଗାଳି ଓ ଅପଶବ୍ଦ ସହ ଆପତ୍ତିଜନକ କଣ୍ଟେଣ୍ଟ ଭର୍ତ୍ତି ରହୁଥିବାରୁ ତାକୁ ରୋକିବାକୁ ଦାବି ହେଉଛି ।

OTT ପ୍ଲାଟଫର୍ମରେ ଅଶ୍ଳୀଳତା ବେଲଗାମ୍ ହେଉଛି; ଏହାକୁ ରୋକିବାକୁ ଦାବି ବଢ଼ୁଛି
ଏକ ସର୍ଭେ ଅନୁସାରେ ୭୦% ଲୋକେ ଅନଲାଇନରେ ଭିଡିଓ ଦେଖୁଛନ୍ତି ।
  • News18 Odia
  • Last Updated: December 7, 2020, 8:28 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସ୍‌ (Coronavirus) ସଂକ୍ରଣଣ କାରଣରୁ ଜାରି ହୋଇଥିବା ଲକ୍‌ଡାଉନ୍‌ ଫଳରେ ଅଧିକାଂଶ ଲୋକ ଘରେ କଏଦ ହୋଇ ରହିଛନ୍ତି । ଏହାର ସବୁଠାରୁ ଅଧିକ ଲାଭ ଓଟିଟି ପ୍ଲାଟଫର୍ମଗୁଡ଼ିକୁ (OTT platforms) ମିଳିଛି । ଓଟିଟି ପ୍ଲାଟଫର୍ମର ବ୍ୟବହାର ବଢ଼ିବା ସହ ସେଥିରେ ଅଶ୍ଳୀଳତା ଓ ହିଂସକ କଣ୍ଟେଣ୍ଟ ବଢ଼ୁଥିବା ଦେଖାଯାଉଛି । ଏହାକୁ ନେଇ ଅଭିଯୋଗ ବଢ଼ିବାରୁ ଏହାକୁ ରୋକିବାକୁ କେନ୍ଦ୍ର ସରକାର ଉପାୟ ଚିନ୍ତା କରୁଥିବା ଜଣାପଡ଼ିଛି ।

କରୋନା କାଳରେ OTT ପ୍ଲାଟଫର୍ମର ବ୍ୟବହାର ଅପ୍ରତ୍ୟାଶିତ ବାବେ ବଢ଼ିଛି । ୨୦୨୩ ମସିହା ବେଳକୁ OTT ପ୍ଲାଟଫର୍ମର ବ୍ୟବସାୟ ବାର୍ଷିକ ୩.୬ ଲକ୍ଷ କୋଟି ଟଙ୍କା ଯାଏଁ ପହଞ୍ଚିବା ଅନୁମାନ କରାଯାଉଛି । ଓଟିଟିର ସବୁ ପ୍ଲାଟ୍‌ଫର୍ମ ମାତ୍ର ୯୯୯ ଟଙ୍କା ବା ତା'ଠାରୁ କମ୍‌ ମୂଲ୍ୟରେ ବର୍ଷ ସାରା ପାଇଁ ଉପଲବ୍ଧ ହେଉଛି ।

ଏହା ବି ପଢ଼ନ୍ତୁ | ଚାଲିଗଲା ଶିଶୁ କାଳିଆ, ଏକା ହୋଇଗଲା ତାଭାଇ ଜଗା; ଯୋଡ଼ା ମୁଣ୍ଡ ଅଲଗା ହେବା ପରେ ୧୪ ମାସ ଚିକିତ୍ସାରେ ଥିଲା

ଭାରତରେ ନିର୍ମିତ ‘ସାକ୍ରେଡ୍‌ ଗେମ୍ସ’ ୧୨୬ଟିରୁ ଅଧିକ ଭାଷାରେ ଡବିଂ କରାଯାଇଛି ।


ଫ୍ରି ସ୍ପିଚ୍‌ ଆଳରେ ଏହି ପ୍ଲାଟଫର୍ମରେ ପ୍ରସାରିତ ୱେବ୍‌ ସିରିଜଗୁଡ଼ିକରେ (web series) ସାମାଜିକ ମର୍ଯ୍ୟାଦାକୁ ମନ ଇଚ୍ଛା ମୋଡ଼ି ମକଚି ଦିଆଯାଉଥିବା ଦେଖାଯାଉଛି । ଏଥି ସହ ଗାଳି, ଅପଶବ୍ଦ ଓ ଆପତ୍ତିଜନକ କଣ୍ଟେଣ୍ଟ ବି ଭର୍ତ୍ତି ହୋଇ ରହୁଛି ଏହି ପ୍ରୋଗ୍ରାମଗୁଡ଼ିକରେ । ଏହି କାରଣରୁ ଓଟିଟି ପ୍ଲାଟଫର୍ମକୁ ରେଗ୍ୟୁଲେଟ୍‌ କରିବାକୁ ସବୁ ଠାରୁ ଅଧିକ ଦାବି ହେଉଛି ।

ଏହା ବି ପଢ଼ନ୍ତୁ | ଖୋଲିବ ନୟାଗଡ଼ର ପରୀ ହତ୍ୟା ରହସ୍ୟ: SIT ତଦନ୍ତ ଜୋର୍ ଧରିଲା, ବାବୁଲି ନାୟକଙ୍କୁ ଘଣ୍ଟା ଜେରା କରାଗଲା

ଭାରତରେ ନିର୍ମିତ ‘ସାକ୍ରେଡ୍‌ ଗେମ୍ସ’ (Sacred Games) ଭଳି ବଡ଼ ସିରିଜ୍‌ ୧୨୬ଟିରୁ ଅଧିକ ଭାଷାରେ ଡବିଂ କରାଯାଇଛି, ଯାହା ବିଶ୍ବବ୍ୟାପୀ ସଫଳ ହୋଇଛି । ନେଟଫ୍ଲିକ୍ସ, ଆମାଜନ୍‌ ପ୍ରାଇମ୍‌, ହଟଷ୍ଟାର୍‌, ଜି୫, ଏମ୍‌.ଏକ୍ସ. ପ୍ଲେୟାର, ଆପଲ୍‌, ଡିଜ୍‌ନୀ, ୟୁ ଟ୍ୟୁବ୍‌, ପ୍ଲେ ଷ୍ଟେସନ୍‌, ଗୁଗୁଲ୍‌ ପ୍ଲେ ମୁଭି ଏଣ୍ଡ ଟିଭି ଓ ସ୍ଲିଙ୍ଗ ଭଳି ବହୁ ବଡ଼ ଖେଳାଳି ଏବେ OTT ପ୍ଲାଟ୍‌ଫର୍ମରେ ଅଛନ୍ତି ।

ଏକ ସର୍ଭେ ଅନୁସାରେ ୭୦% ଲୋକେ ଅନଲାଇନରେ ଭିଡିଓ ଦେଖୁଛନ୍ତି । ବିଜ୍ଞାପନ ଦୃଷ୍ଟିରୁ ବି ବଡ଼ କମ୍ପାନୀମାନେ ଏବେ ଓଟିଟି ପ୍ଲାଟଫର୍ମ ଆଡ଼କୁ ମୁହାଁଉଛନ୍ତି । ଓଟିଟି ପ୍ଲାଟଫର୍ମରେ ଫୋକସ୍‌ଡ ଦର୍ଶକ ବିଜ୍ଞାପନଦାତାଙ୍କର ସବୁ ଠାରୁ ବଡ଼ ଗ୍ରାହକ ପାଲଟିଯାଇଛନ୍ତି । ସିନେମେଟୋଗ୍ରାଫି ଆକ୍ଟ ଭଳି ଏବେ OTT ପ୍ଲାଟଫର୍ମ ପାଇଁ ବି ସେନସର ସାର୍ଟିଫିକେସନର ଦାବି କରାଯାଉଛି । ସୂତ୍ରଙ୍କ ଅନୁସାରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ନିରୀକ୍ଷଣରେ ଥିବା OTT ପ୍ଲାଟଫର୍ମ ଉପରେ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି ।

ଏହା ବି ପଢ଼ନ୍ତୁ | ପୁରୀର ପରିଚିତି: ଲେଖାଶ୍ରୀ ସାମନ୍ତସିଂହାରଙ୍କୁ କୌଣସି ମନ୍ଦିରରେ ପୂରେଇ ଦେବନି ବୋଲି କହିଲା ସେବାୟତ ସଙ୍ଘ

କଥା ହେଲା ଫିଲ୍ମ ପାଇଁ ଯେଉଁ ସେନସର ବୋର୍ଡ଼ ସାର୍ଟିଫିକେସନର କାମ କରେ, ସେଥିରେ ଏବେ କର୍ମଚାରୀଙ୍କ ଘୋର ଅଭାବ ଅଛି । OTT ପ୍ଲାଟଫର୍ମର କଣ୍ଟେଣ୍ଟ ଉପରେ ଲଗାମ ଲଗାଇବାକୁ ସରକାର ଏବେ ବି ରୋଡ଼ମ୍ୟାପ୍‌ ଉପରେ କାମ କରୁଛନ୍ତି ।



OTT ପ୍ଲାଟଫର୍ମ କମ୍ପାନୀଗୁଡ଼ିକୁ ସରକାର ପୂର୍ବରୁ ହିଁ ସେଲଫ୍‌ ସେନସରସିପର ସୁଯୋଗ ଦେଇସାରିଛନ୍ତି । ଏବେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ସାମ୍ନାରେ ଅନଲାଇନ୍‌ ଅଶ୍ଳୀଳ ଓ ହିଂସକ କଣ୍ଟେଣ୍ଟକୁ ରୋକିବା ଏକ ବଡ଼ ଚ୍ୟାଲେଞ୍ଜ ହୋଇ ଠିଆ ହୋଇଛି ।
Published by: Anand Shankar Thankur Das
First published: December 7, 2020, 8:28 PM IST
corona virus btn
corona virus btn
Loading