କୋହିନୂର ହୀରା ଫେରାଇବାକୁ ଦାବି; ବ୍ରିଟେନ ରାଜାଙ୍କ ପୁରୀ ଲିଙ୍କ୍

ମହାରାଜା ଚାର୍ଲସଙ୍କୁ ପୁଣି ଥରେ ଦାନ ହୀରାକୁ ମହାପ୍ରଭୁଙ୍କୁ ଫେରାଇବାକୁ ଚିଠି କରାଯିବା ସହ ଭାରତ ସରକାର ଓ ରାଜ୍ୟ ସରକାର ମିଳିତ ଭାବେ ହୀରା ଫେରାଇ ଆଣିବାରେ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି ଗବେଷକ ଓ ଶ୍ରୀମନ୍ଦିର ସେବାୟତ ।

କୋହିନୂର ହୀରା ବ୍ରିଟେନ ରାଜପରିବାର ଫେରାଇବାକୁ ଦାବି; ବ୍ରିଟେନ ରାଜଙ୍କର ପୁରୀ ଲିଙ୍କ୍

କୋହିନୂର ହୀରା ବ୍ରିଟେନ ରାଜପରିବାର ଫେରାଇବାକୁ ଦାବି; ବ୍ରିଟେନ ରାଜଙ୍କର ପୁରୀ ଲିଙ୍କ୍

  • News18 Odia
  • Last Updated :
  • Share this:
News 18 Odia Digital

ପୁରୀ; ବ୍ରିଟିଶ ମହାରାଣୀଙ୍କୁ ୨୦୧୬ରେ କେତେକ ଅନୁଷ୍ଠାନ ଚିଠି ଲେଖିଥିଲେ । ସେତେବେଳେ ବିଟ୍ରିଶ ପ୍ରଶାସନ ପକ୍ଷରୁ ଏହାର ଉତ୍ତରରେ ଏକ ଚିଠି ଆସିଥିଲା । ଚିଠିରେ ଲେଖାଥିଲା, ମହାରଣୀ ଚାହିଁଲେ ଏହି ହୀରାକୁ ଫେରାଇ ପାରିବେ ନାହିଁ । ବ୍ରିଟେନ୍‌ ପାର୍ଲାମେଣ୍ଟ ଏହି ହୀରା ନେଇ ନିଷ୍ପତ୍ତି ନେଇ ପାରିବ ।



"ଏବେ ମହାରାଣୀଙ୍କ ଦେହାନ୍ତ ପରେ ଯୁବରାଜ ଚାର୍ଲସ ବିଟ୍ରେନର ମହାରାଜା ଦାୟିତ୍ୱ ନେଇଛନ୍ତି । ତେଣୁ ମହାରାଜା ଚାର୍ଲସଙ୍କୁ ପୁଣି ଥରେ ଦାନ ହୀରାକୁ ମହାପ୍ରଭୁଙ୍କୁ ଫେରାଇବାକୁ ଚିଠି କରାଯିବା ସହ ଭାରତ ସରକାର ଓ ରାଜ୍ୟ ସରକାର ମିଳିତ ଭାବେ ହୀରା ଫେରାଇ ଆଣିବାରେ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି ଗବେଷକ ଓ ଶ୍ରୀମନ୍ଦିର ସେବାୟତ ।
ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ବ୍ରିଟେନ୍‌ ସରକାରଙ୍କ ରାଷ୍ଟ୍ରଦୂତଙ୍କୁ ଚିଠି କରିଥିଲେ । ହେଲେ ଏହି ହୀରା ରାଣୀଙ୍କ ସମ୍ପତ୍ତି ଫେରାଇବା ସମ୍ଭବ ନୁହେଁ ବୋଲି ଚିଠିର ଉତ୍ତର ଆସିଥିଲା ।



ଭାରତ ସରକାର ୨୦୧୬ ଅକ୍ଟୋବର ମାସ ୧୯ ତାରିଖରେ ବକିଂହାମ ପ୍ୟାଲେସ ଲେଖିଥିବା ଚିଠିର ନିଷ୍ପତ୍ତିକୁ ବଦଳାଇବା ଏବଂ ବ୍ରିଟେନ୍‌ ସରକାରଙ୍କୁ ହୀରା ଫେରାଇବାକୁ ଚିଠି ଲେଖିବାକୁ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ, ସେବାୟତ, ଐତିହାସିକମାନେ ଦାବି କରିଛନ୍ତି । ବ୍ରିଟେନ ରାଣୀ ଏଲିଜାବେଥଙ୍କ ଦେହାନ୍ତ ପରେ ଏବେ ମହାରାଜା ପଦ ଅଳଙ୍କୃତ କରିବେ ବଡପୁଅ ଯୁବରାଜ ଚାର୍ଲସ। ସେ ରାଜଗାଦି ଅଳଙ୍କୃତ କରିବା ଖବର ସାରା ବିଶ୍ୱରେ ଖେଳିଯିବା ପରେ ପୁରୀ ଜିଲ୍ଲାବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ୧୯୮୦ ମସିହାରେ ପୁରୀ ଜିଲ୍ଲା ଗସ୍ତ ସମୟରେ ନିମାପଡାର ହରିପୁର ଆଦର୍ଶ ଗ୍ରାମପଞ୍ଚାୟତ ଭ୍ରମଣ କରିଥିଲେ। ପିପିଲି ପାଖରେ ଯେତେବେଳେ ଗଜପତି ମହାରାଜାଙ୍କ ହାତୀ ଲକ୍ଷ୍ମୀ ଶୁଣ୍ଢରେ ପ୍ରୀନସଙ୍କୁ ଫୁଲତୋଡା ଦେଇ ଆଶିର୍ବାଦ ଦେଇଥିଲେ ଖୁସି ହୋଇଯାଇଥିଲେ ଯୁବରାଜ । ଆଉ ଏହି ଫଟୋଟି ଉଠାଇ ବ୍ରିଟେନ ରାଜପରିବାରର ଅତି ପ୍ରିୟ ପାଲଟିଥିଲେ ପୁରୀର ବରିଷ୍ଠ କ୍ୟାମେରା ମ୍ୟାନ ଦେବୀ ପ୍ରସାଦ ଗାଙ୍ଗୁଲି । ଆଉ ଏଥିପାଇଁ ତାଙ୍କୁ ବ୍ରିଟେନ ରାଜପ୍ରାସାଦକୁ ଯିବା ପାଇଁ ନିମନ୍ତ୍ରଣ ଆସିଥିଲା । ସେପଟେ ଖାସକରି ଓଡ଼ିଶା ଲିଙ୍କ ପାଇଁ ପ୍ରିନ୍ସ ଚାର୍ଲସଙ୍କୁ ଜଗନ୍ନାଥଙ୍କ କୋହିନୂର ହୀରା ଫେରାଇ ଆଣିବାକୁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ପ୍ରସ୍ତାବ ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ।

" ବ୍ରିଟେନ ଯୁବରାଜଙ୍କ ପାଇଁ ଦୀପଦାନ କରି ପୂଜାର୍ଚ୍ଚନା କରିଛନ୍ତି ନିମାପଡ଼ା ହରିପୁର ଗ୍ରାମବାସୀ । ପୁଣିଥରେ ନିଜ ଗ୍ରାମକୁ ଆସିବା ପାଇଁ ଦେଲେ ନିମନ୍ତ୍ରଣ । ୧୯୮୦ ମସିହା ଡିସେମ୍ବର ୪ ତାରିଖରେ ଆଦର୍ଶ ଗ୍ରାମ ପରିଭ୍ରମଣ କରିଥିଲେ ବିଟ୍ରେନ ଯୁବ ରାଜ ପ୍ରିନ୍ସ ଚାଲସ । ତତ୍କାଳୀନ ପୁରୀ ଜିଲ୍ଲାପାଳଙ୍କ ତତ୍ତ୍ବାବଧନ ବ୍ରିଟେନ ଯୁବରାଜ ପ୍ରିନ୍ସ ଚାଲସ ପୁରୀ ଜିଲ୍ଲା ନିମାପଡା ବ୍ଲକର ହରିପୁର ଆଦର୍ଶ ପଂଚାୟତକୁ ବୁଲି ଆସିଥିଲେ । ଭାରତକୁ ବୁଲି ଆସିବା ସମୟରେ ସ୍ଵତନ୍ତ୍ର ଭାବରେ ପୁରୀ ଜିଲ୍ଲା ହରିପୁର ବୁଲି ଆସିଥିଲେ ଯୁବରାଜ । ହରିପୁରର ଗ୍ରାମୀଣ ଚଳଣି ତାଙ୍କୁ ବେଶ ପ୍ରଭାବିତ କରିଥିଲା । ବିଶେଷ କରି ହରିପୁର ଆରାଧ୍ୟ ଦେବତା ଗୋପୀନାଥ ଦେଵ ମନ୍ଦିର ଦର୍ଶନ କରିବା ସହିତ ହରିପୁର ଶାସନର ବାହ୍ମଣ ସାହି, ଦଳିତ ସାହି, ବୁଲି ଦେଖିବା ସମୟରେ ହରିପୁର ଗ୍ରାମର ମହିଳାଙ୍କ ଦ୍ଵାରା ଘର କାନ୍ଥ ଓ ଦାଣ୍ଡରେ ପଡିଥିବା ଝୋଟି, ଢ଼ିଙ୍କି, ଦକ୍ଷିଣ ଆଟୁ ଘର, ଟୋକେଇ ବୁଣା, ଖଳା ବାଡିରେ ଧାନ ଅମଳ ଦେଖି ବେଶ ଉତ୍ସାହିତ ହୋଇଥିଲେ ଯୁବରାଜ । ଗାଁରେ ଥିବା ନଡ଼ିଆ ଗଛରୁ ପଇଡ଼ ତୋଳି ଯୁବରାଜଙ୍କୁ ଆପାୟିତ କରିଥିଲେ ଗ୍ରାମବାସୀ । ବ୍ରିଟେନ ରାଣୀ ଏଲିଜବେଥଙ୍କ ବିୟୋଗ ପରେ ଯୁବରାଜ ଚାଲସ ରାଜା ହେବାର ଆଶା କରି ହରିପୁର ଗ୍ରାମବାସୀଙ୍କ ଦ୍ଵାରା ଗୋପୀନାଥ ଦେଵଙ୍କ ପାଖରେ ଦୀପ ଦାନ କରି ତାଙ୍କର ଉତ୍ତରତ୍ତୋର ଶୁଭକାମନା କରିଛନ୍ତି ଗ୍ରାମବାସୀ । ସେପଟେ ପ୍ରୀନ୍ସ ଚାର୍ଲସ ରାଜପଦ ଅଧିକାର କରିବାକୁ ଯାଉଥିବାରୁ ମହାପ୍ରଭୁଙ୍କ କୋହିନୂର ହୀରା ଫେରିବା ନେଇ ସମସ୍ତେ ଆଶା ପ୍ରକଟ କରିଛନ୍ତି । ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଦୁର୍ମୁଲ୍ୟ କୋହିନୁର ହୀରାକୁ ପଞ୍ଜାବର ତତ୍କାଳୀନ ରାଜା ରଣଜିତ ସିଂ ଉଇଲ କରିଥିଲେ ତାକୁ ଫେରାଇ ଆଣିବାକୁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଉଦ୍ୟମ କରନ୍ତୁ । ଏଭଳି ଦୁର୍ମୁଲ୍ୟ କୋହିନୁର ହୀରା ମଥାରେ ଲଗାଇଲେ ଅନିଷ୍ଟ ହୁଏ ମାତ୍ର ମହାପ୍ରଭୁ ମସ୍ତକରେ ଧାରଣ କଲେ ଶୋଭନୀୟ ହୋଇଥାଏ । ମହାରାଜା ନିଶ୍ଚିତ ଏଭଳି ପ୍ରସ୍ତାବକୁ ସ୍ୱୀକାର କରିବେ ବୋଲି ଆଶା ରଖିଛନ୍ତି ଶ୍ରୀଜଗନ୍ନାଥ ପ୍ରେମୀ ତଥା ଗବେଷକ ଡକ୍ଟର ନରେଶ ଚନ୍ଦ୍ର ଦାସ । ତେବେ ପ୍ରୀନ୍ସ ଚାର୍ଲସଙ୍କ ସହ ପୁରୀ ଲିଙ୍କ କେତେଦୂର ଫଳପ୍ରଦ ହେବ ଆଉ ଫେରିବ ମହାପ୍ରଭୁଙ୍କ ଦୁର୍ମୁଲ୍ୟ କୋହିନୂର ହୀରା ତାହା ଉପରେ ସଭିଙ୍କ ନଜର ରହିଛି ।
Published by:Soubhagya Mishra
First published: