ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ରାଜ୍ଯର ସ୍ପଞ୍ଜ ଆଇରନ କାରଖାନ ପାଇଁ କଞ୍ଚାମାଲ ସଂରକ୍ଷଣ ପାଇଁ ଦାବି; ବିଜ୍ଞାପନ ଜରିଆରେ ସରକାରଙ୍କୁ ନିବେଦନ

ରାଜ୍ଯର ସ୍ପଞ୍ଜ ଆଇରନ କାରଖାନ ପାଇଁ କଞ୍ଚାମାଲ ସଂରକ୍ଷଣ ପାଇଁ ଦାବି; ବିଜ୍ଞାପନ ଜରିଆରେ ସରକାରଙ୍କୁ ନିବେଦନ

ରାଜ୍ୟରେ ଥିବା ସ୍ପଞ୍ଜ ଆଇରନ କାରଖାନା ପାଇଁ ୫୦ ପ୍ରତିଶତ କଞ୍ଚାମାଲ ସଂରକ୍ଷିତ ରଖିବା ନେଇ ସରକାରଙ୍କ ପାଖରେ ନିଜର ଦାବି ଜଣାଇଛି ଉତ୍କଳ ଚ୍ୟାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ଓ ଓଡ଼ିଶା ସ୍ପଞ୍ଜ ଆଇରନ ମ୍ୟାନୁଫେକଚର୍ସ ଆସୋସିଏସନ ।

ରାଜ୍ଯର ସ୍ପଞ୍ଜ ଆଇରନ କାରଖାନ ପାଇଁ କଞ୍ଚାମାଲ ସଂରକ୍ଷଣ ପାଇଁ ଦାବି; ବିଜ୍ଞାପନ ଜରିଆରେ ସରକାରଙ୍କୁ ନିବେଦନ
ସ୍ପଞ୍ଜ ଆଇରନ କାରଖାନା ପାଇଁ କଞ୍ଚାମାଲ ପାଇଁ ସରକାରଙ୍କୁ ଦାବି କରୁଛନ୍ତି ଉଦ୍ଯୋଗୀ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 6, 2021, 8:11 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଥିବା ସ୍ପଞ୍ଜ ଆଇରନ କାରଖାନା ପାଇଁ ୫୦ ପ୍ରତିଶତ କଞ୍ଚାମାଲ ସଂରକ୍ଷିତ ରଖିବା ନେଇ ସରକାରଙ୍କ ପାଖରେ ନିଜର ଦାବି ଜଣାଇଛି ଉତ୍କଳ ଚ୍ୟାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ଓ ଓଡ଼ିଶା ସ୍ପଞ୍ଜ ଆଇରନ ମ୍ୟାନୁଫେକଚର୍ସ ଆସୋସିଏସନ । ପ୍ରି ଏମ୍ପସନ ପଲିସି ଅନୁସାରେ ସଂରକ୍ଷିତ ରଖିବାକୁ ଦାବି କରିଛି ମିଳିତ ସଂଘ ।

ସରକାର ରାଜସ୍ୱ ସହିତ ଶିଳ୍ପ ଉଦ୍ୟୋଗୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେବା ଦରକାର ବୋଲି ଶିଳ୍ପ ଉଦ୍ଯୋଗୀମାନେ ଦାବି କରିଛନ୍ତି । ଓଡିଶାରେ ଶିଳ୍ପ ସଂସ୍ଥାଗୁଡ଼ିକ ପାଇଁ ଲୁହା ପଥର ଅଭାବ ରହିଛି। ଶିଳ୍ପ ଚଳାଇବା ପାଇଁ ଓଡ଼ିଶାରେ ପର୍ଯ୍ଯାପ୍ତ ଲୁହା ପଥର ନାହିଁ। କଞ୍ଚାମାଲ ଅଭାବ ଯୋଗୁଁ ରାଜ୍ୟର ଅନେକ ଏମଏସଏମଇ ଷ୍ଟିଲ ପ୍ଲାଣ୍ଟ ବନ୍ଦ ହେବା ପରିସ୍ଥିତି ରହିଛି। ସ୍ଥାନୀୟ ଶିଳ୍ପ ସଂସ୍ଥାମାନଙ୍କର ପ୍ରତିବାଦ ସତ୍ତ୍ଵେ ୬୦ ପ୍ରତିଶତ ଲୁହା ପଥର ରାଜ୍ୟ ବାହାରକୁ ରପ୍ତାନୀ ହୋଇଯାଉଛି । ଖଣି ମାଲିକ ମାନଙ୍କ ମନମୁଖି କାର୍ଯ୍ୟ ପାଇଁ ଓଡ଼ିଶାରେ ଲୁହାପଥର ଦର ଏବେ ଆକାଶ ଛୁଆଁ ହୋଇଛି ।

ଲୁହା ପଥର ଅଭାବ ଯୋଗୁଁ ଅନେକ ସ୍ପଞ୍ଜ ଆଇରନ କାରଖାନା ବନ୍ଦ ହୋଇଯାଇଥିବା ବେଳେ ହଜାର ହଜାର କର୍ମଚାରୀ ଚାକିରୀ ହରାଇଛନ୍ତି । କେବଳ ପ୍ରି-ଏମ୍ପସନ ପଲିସି ଦ୍ଵାରା ହିଁ ଓଡିଶାର ଶିଳ୍ପଗୁଡ଼ିକର ଭାଗ୍ୟ ନିର୍ଭର କରୁଛି । ପ୍ରି-ଏମ୍ପସନ ପଲିସି ଲାଗୁ ହେଲେ, ରାଜ୍ୟ ରାଜକୋଷକୁ ଅଧିକ ରାଜସ୍ଵ ମିଳିବା ସହ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ । ଖବରକାଗଜ ବିଜ୍ଞାପନ ମାଧ୍ୟମରେ ଓଡ଼ିଶାର ଶିଳ୍ପ ସଂସ୍ଥାମାନେ ଏଭଳି ଅଭିନବ ଢଙ୍ଗରେ ସରକାରଙ୍କୁ ଜଣାଇଛନ୍ତି ଦାବି ।

ୟୁସିସିଆଇ ସଭାପତି ବ୍ରହ୍ମାନନ୍ଦ ମିଶ୍ର କହିଛନ୍ତି," ଅଧିକ ଦାମରେ ବଡ଼ ବଡ଼ ଷ୍ଟିଲ କମ୍ପାନି କ୍ୟାପଟିଭ ମାଇନ୍ସ ଅକ୍ସନରେ ନେଉଛନ୍ତି । ଫଳରେ ଯେଉଁ ଲୁହା ପଥର ଟନ ପିଛା ୨ ହାଜର ଟଙ୍କାରେ ମିଳୁଥିଲା । ତାହାର ଦର ଏବେ ୮ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ି ଯାଇଛି । ସେପଟେ ଛୋଟ ଛୋଟ ସ୍ପଞ୍ଜ ଆଇରନ ୟୁନିଟ ଗୁଡ଼ିକର ନିଜସ୍ୱ ଖଣି ନାହିଁ । ତେଣୁ ସେମାନେ ପ୍ରଭାବିତ ହେବା ସହ କ୍ଷତି ସହୁଛନ୍ତି । କୋଭିଡ଼ ଜନିତ କ୍ଷତି ସହି ଉପରକୁ ଉଠୁଥୁବା ବେଳେ ଷ୍ଟିଲ ଉତ୍ପାଦନ ଛୋଟଛୋଟ କମ୍ପାନି ମାନଙ୍କୁ ଆଇରମ ଓର ଦର ବୃଦ୍ଧି ମେରୁଦଣ୍ଡ ଭାଙ୍ଗିଦେଇଛି। ଯେଉଁମାନେ ବାହାରୁ ଆସି ନିବେଶ କରିଛନ୍ତି ସେମାନଙ୍କ ଆଶା ଆଇରନ ଓର ଶସ୍ତାରେ ମିଳିବ । ହେଲେ ସେଗୁଡ଼ିକ ଏବେ ବନ୍ଦ ହେବା ଉପରେ ବସିଛି ।"

“ସରକାରଙ୍କୁ ଦୁଇଟି ଦିଗ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ରାଜସ୍ବ ଦରକାର ଯାହା ବିଭିନ୍ନ ଉନ୍ନୟନ ମୂଳକ କାମରେ ଖର୍ଚ୍ଚ ହେବ। ତାହା ସହିତ ସ୍ଥାନୀୟ ଶିଳ୍ପ ଉଦ୍ୟୋଗୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେବା ଦରକାର। ୫୦ ପ୍ରତିଶତ ସଂରକ୍ଷଣର ଆବଶ୍ୟକତା ଅଛି। ସରକାର ଏ ଦିଗରେ ଗୁରୁତ୍ୱ ଦେବା ଦରକାର।.ଖଣି ମନ୍ତ୍ରୀଙ୍କ ନଜରକୁ ଏହି ଘଟଣା ଆସିଛି। ଏନେଇ ସରକାରୀ ସ୍ତରରେ ଶିଳ୍ପ ଉଦ୍ୟୋଗୀଙ୍କ ସହ ଆଲୋଚନା କରିବେ,” କହିଛନ୍ତି ଶିଳ୍ପ ବିଶେଷଜ୍ଞ ଭବାନୀ ଶଙ୍କର ପାଣି ।

୨୦୧୪ରୁ ପ୍ରି-ଏମ୍ପସନ ପଲିସି ଓଡ଼ିଶାରେ ଅଛି। ଏହି ପଲିସି ଲାଗୁ ହେଲେ ରାଜ୍ୟରେ ଥିବା ଶିଳ୍ପଗୁଡ଼ିକ ପାଇଁ ୫୦ ପ୍ରତିଶତ କଞ୍ଚାମାଲ ସଂରକ୍ଷିତ ରହିବ । ଏହା ସହ ଇଣ୍ଡିଆନ ବ୍ୟୁରୋ ଅଫ ମାଇନସ ଦ୍ଵାରା ଧାର୍ଯ୍ୟ ହୋଇଥିବା ଦରରେ ଲୁହା ପଥର ଯୋଗାଇ ଦେବା ପାଇଁ ଦାବି କରିଛି ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ ।
Published by: Soumya Das
First published: September 6, 2021, 7:47 PM IST