କେମିତି ଆସିଲା ପୁରୀ ଶ୍ରୀମନ୍ଦିର ପାଇଁ NMAର ବିବାଦୀୟ ବାଇ-ଲ? ତଦନ୍ତ ପାଇଁ ଦାବି ବଢ଼ୁଛି
ବିବାଦୀୟ ବାଇ-ଲ ପ୍ରତ୍ୟାହାର ହେବା ପରେ ଏହି ପ୍ରସଙ୍ଗକୁ ଏଇଠି ଶେଷ କରିବାକୁ BJD କହୁଥିଲେ ବି କେଉଁ ଉଦ୍ଦେଶ୍ୟରେ ଏହି ବାଇ-ଲ ଆସିଥିଲା ଓ ଏହା ପଛରେ କିଏ ଅଛି ତା’ର ଖୋଳତାଡ଼ ପାଇଁ ଦାବି କରିଛନ୍ତି ଉଭୟ BJP ଓ କଂଗ୍ରେସ ।

ପୁରୀ ଶ୍ରୀମନ୍ଦିର
- News18 Odia
- Last Updated: February 9, 2021, 10:47 PM IST
ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧୀନସ୍ଥ ଜାତୀୟ ସ୍ମାରକୀ ପ୍ରାଧିକରଣ ବା NMA ଦ୍ୱାରା ପ୍ରକାଶିତ ବିବାଦୀୟ ଅଧିନିୟମ ବା ବାଇ-ଲ ପ୍ରତ୍ୟାହାର ହୋଇଛି ସତ, ହେଲେ ଏହାକୁ ନେଇ ଏବେ ବି ସରିନାହିଁ ରାଜନୈତିକ ହଟ ଚମଟ । ଏହି ବିବାଦୀୟ ବାଇ-ଲ କେଉଁ ଉଦ୍ଦେଶ୍ୟରେ ଆସିଥିଲା ଓ ଏହା ପଛରେ କାହାର ସମ୍ପୃକ୍ତି ଅଛି ତାହାର ଖୋଳତାଡ଼ କରାଯିବାର ଆବଶ୍ୟକତା ଅଛି ବୋଲି ଦାବି ଉଠାଇଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ । ଶାସକ ଦଳ ବିଜେଡି କହିଛି ବାଇ-ଲ ପ୍ରତ୍ୟାହୃତ ହୋଇଥିବା କାରଣରୁ ଏହାକୁ ନେଇ ଆଉ ଘଣ୍ଟା ଚକଟାର ଆବଶ୍ୟକତା ନାହିଁ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ‘ରଙ୍ଗୀଲା ଗର୍ଲ୍’ ଉର୍ମିଳା ମାତୋଣ୍ଡକର୍ ୪୭ ବର୍ଷର ହେଲେ; ଏବେ ବି ତାଙ୍କ ଯାଦୁ ସେମିତି ଅଛି
ଅନେକ ସମୟରେ ନିଜ ଯୁକ୍ତିସଙ୍ଗତ ବୟାନ କାରଣରୁ ଚର୍ଚ୍ଚାରେ ରହୁଥିବା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ପୁଣି ଥରେ NMA କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଥମେ ପ୍ରକାଶିତ ଓ ପରେ ପ୍ରତ୍ୟାହୃତ ବିବାଦୀୟ ଅଧିନିୟମ ଉପରେ ବୟାନ ରଖିଛନ୍ତି । ବିଜୟ କହିଛନ୍ତି, ‘‘ମନ୍ଦିର ପାଇଁ ଲାଗୁ ହୋଇଥିବା ବିବାଦୀୟ ବାଇ-ଲ ପ୍ରତ୍ୟାହୃତ ହେଲା ଭଲ ହେଲା । ହେଲେ ଏହି ପରି ସ୍ପର୍ଶକାତର ପ୍ରସଙ୍ଗରେ ଏମିତି ବିଜ୍ଞପ୍ତି କାହିଁକି ପ୍ରକାଶିତ ହେଲା? ଏହା ପଛରେ କାହାର ହାତ ରହିଥିଲା ତା’ର ଖୋଳତାଡ଼ ହେବା ଆବଶ୍ୟକ। ଏହା ପଛରେ କିଛି ହୀନ ଚକ୍ରାନ୍ତ ଅଛି ବୋଲି ମୁଁ ସନ୍ଦେହ କରୁଛି । କାହା ସାହସରେ NMA ଏହି ନିର୍ଦ୍ଦେଶ ଜାରି କରିଥିଲେ? ଅଧ୍ୟକ୍ଷ ଜାଣି ନାହାନ୍ତି କହିଲେ ବି ଏହା ବିଶ୍ୱାସ ହେଉନି । ପୁରୀକୁ ଶ୍ରୀହୀନ କରିବା ଉଦ୍ୟମର ଏହା ଆଉ ଏକ ପଦକ୍ଷେପ ପରି ଲାଗୁଛି ।’’
ବିଜୟ ମହାପାତ୍ରଙ୍କ ଅଭିଯୋଗ ସହ ସହମତି ପ୍ରକାଶ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର। ସେ କହିଛନ୍ତି, ‘‘ଏ ଭଳି ନିଷ୍ପତ୍ତି ପଛରେ କାହାର ହାତ ଅଛି ତା’ର ତଦନ୍ତ ହେବା ଦରକାର । କାରଣ ଏହା ଏକ ଚର୍ଚ୍ଚିତ ପ୍ରସଙ୍ଗ । ଓଡି଼ଆ ଲୋକଙ୍କ ଭାବାବେଗ ସହିତ ଏହା ଜଡି଼ତ । ତଦନ୍ତ ହେଲେ ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ ।’’

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର
ଜାତୀୟ ସ୍ମାରକୀ ପ୍ରଧିକରଣର ଅଧିନିୟମ ପ୍ରତ୍ୟାହାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି, ‘‘ଏହାକୁ ବିଜେଡି କିମ୍ବା ବିଜେପି ସରକାର ଖାରଜ କରିନାହାନ୍ତି । ସ୍ୱୟଂ ମହାପ୍ରଭୁ ଜଗନ୍ନାଥ ନିଜେ ଏହାକୁ ଖାରଜ କରିଛନ୍ତି । ମନ୍ଦିରକୁ କୌଣସି କଂଗ୍ରେସ, ବିଜେଡି ବା ବିଜେପି କିମ୍ବା କମ୍ୟୁନିଷ୍ଟ ପାର୍ଟି କରିନାହାନ୍ତି । ଏହାକୁ ରାଜାମାନେ କରିଥିଲେ। ଫାଇବ୍-ଟି (5T) ନେତୃତ୍ୱରେ ଏହାର ବିକାଶ ହୋଇଛି । ମନ୍ଦିର ସୁନ୍ଦର ଦିଶୁଛି । ଏ ନେଇ ଆମେ ନବୀନବାବୁଙ୍କ ଧନ୍ୟବାଦ ଦେଉଛୁ । ଯେମିତି ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀ ମିଶି ରଥଯାତ୍ରା କଲେ, ସେମିତି ଏବେ ମନ୍ଦିରର ବିକାଶ ହେବ । ମହାପ୍ରଭୁ ନିଜେ ଏହି ଅଧିନିୟମ ହଟାଇଲେ । ତେଣୁ ମହାପ୍ରଭୁ ଜଗନ୍ନାଥଙ୍କୁ ଅଭିନନ୍ଦନ ଜଣାଉଛୁ ।’’
ଏହା ବି ପଢ଼ନ୍ତୁ | Valentine Day 2021: ଭାଲେଣ୍ଟାଇନ୍ ଡେ’ରେ ଭୁଲରେ ବି ଦିଅନ୍ତୁ ନାହିଁ ଏହି ସବୁ ଉପହାର; ସମ୍ପର୍କ ବିଗିଡ଼ିଯିବ

ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ
‘‘ବିବାଦୀୟ ବାଇ-ଲ ପ୍ରତ୍ୟାହୃତ ହେବା ପରେ ଏହାକୁ ନେଇ ଆଉ ପ୍ରଶ୍ନ ଉଠାଇବା ଅନାବଶ୍ୟକ । ଓଡ଼ିଶାର ସ୍ବାର୍ଥ ପ୍ରସଙ୍ଗରେ ସବୁ ଲୋକ ଏକତ୍ରିତ ହେବା ଭଲ କଥା । ବିଜେଡି ଓ ନିଜେ ମୁଖ୍ୟ ମନ୍ତ୍ରୀ ଏହି ପ୍ରସଙ୍ଗରେ ସ୍ପଷ୍ଟ ଆଭିମୁଖ୍ୟ ରଖିସାରିଛନ୍ତି । ତେଣୁ ଏହି ପ୍ରସଙ୍ଗକୁ ଏଇଠି ଶେଷ କରାଯିବା ଦରକାର,’’ କହିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅମର ଶତପଥୀ ।
ବୁଦ୍ଧିଜୀବୀମାନଙ୍କ ମତରେ ଏହି ପ୍ରସଙ୍ଗରେ ବିଭିନ୍ନ ରାଜନୈତିକ ଦଳ ରାଜ୍ୟର ସ୍ୱାର୍ଥ ପାଇଁ ମିଳିତ ଭାବେ ଉଦ୍ୟମ ରଖିବା ଖୁବ୍ ଭଲ କଥା, ହେଲେ ଏହା ସବୁ ମାମଲାରେ ପ୍ରତିଫଳିତ ହେବାର ଆବଶ୍ୟକତା ରହିଛି ।