ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଶନିବାର ଫିକା ପଡ଼ିଥିଲା ଅମିଷ ମାର୍କେଟ: ରବିବାର ଜମିଲା ଭିଡ଼; ରେଷ୍ଟୁରାଣ୍ଟରେ ମିଳୁଛି ସ୍ବାଦିଷ୍ଟ ଖାଦ୍ୟ ଅଫର

ଶନିବାର ଫିକା ପଡ଼ିଥିଲା ଅମିଷ ମାର୍କେଟ: ରବିବାର ଜମିଲା ଭିଡ଼; ରେଷ୍ଟୁରାଣ୍ଟରେ ମିଳୁଛି ସ୍ବାଦିଷ୍ଟ ଖାଦ୍ୟ ଅଫର

ଶନିବାର ଭୁବନେଶ୍ୱର ବଜାରରେ କିଲୋ ପିଛା ଦେଶୀ କୁକୁଡ଼ା ୪୫୦, କଲର କୁକୁଡ଼ା ୨୫୦ ଟଙ୍କା, ବ୍ରଏଲର ୨୦୦ଟଙ୍କା, ଚିଙ୍ଗୁଡ଼ି ୫୦୦ ଟଙ୍କା, ଇଲିସି ୧,୦୦୦ ଟଙ୍କା, ରୋହି ୧୬୦ ଟଙ୍କା, ଭାକୁର ୨୦୦ ଟଙ୍କା, ଖଇଙ୍ଗା ୩୫୦ ଟଙ୍କା, କଙ୍କଡା ୧,୦୦୦ରୁ ୧,୫୦୦ଟଙ୍କା, ମଟନ ୭୦୦ ଟଙ୍କା, ପାମ୍ପ୍ଲେଟ ୯୦୦ ରୁ ୧,୦୦୦ ଟଙ୍କା ଥିଲା।

ଶନିବାର ଫିକା ପଡ଼ିଥିଲା ଅମିଷ ମାର୍କେଟ: ରବିବାର ଜମିଲା ଭିଡ଼; ରେଷ୍ଟୁରାଣ୍ଟରେ ମିଳୁଛି ସ୍ବାଦିଷ୍ଟ ଖାଦ୍ୟ ଅଫର
ରାଜଧାନୀର ରେଷ୍ଟୁରାଣ୍ଟରେ ମିଳୁଛି ସ୍ବାଦିଷ୍ଟ ଖାଦ୍ୟ ଅଫର
  • News18 Odia
  • Last Updated: November 21, 2021, 4:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମା ଥିଲା । ଏଥି ପାଇଁ ଶନିବାର ଦିନ ପଡ଼ିଥିଲା ଛାଡଖାଇ । ହେଲେ ଅଧିକାଂଶ ଲୋକେ ଶନିବାର ଆମିଷ ଭୋଜନ କରନ୍ତି ନାହିଁ । ଏହି କାରଣରୁ ଆମିଷ ବଜାରେ ଗତ କାଲି ଅଧିକ ଭିଡ଼ ଦେଖିବାକୁ ମିଳିନଥିଲା । ହେଲେ ଆଜି ରବିବାର ଭଲ ବ୍ୟବସାୟ ହେବ ବୋଲି ଆଶା ରଖିଥିଲେ ଆମିଷ ବ୍ୟବସାୟୀମାନେ । ସେହିପରି ଛାଡ଼ଖାଇ ପାଇଁ ଆମିଷର ସ୍ୱତନ୍ତ୍ର ଦାମ ରହିଥିବାବେଳେ ହୋଟେଲ ଗୁଡ଼ିକ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ଆୟୋଜନ। ଟାର୍ଗେଟରେ ସମସ୍ତଙ୍କର ଥିଲା ରବିବାର।

ଶନିବାର ଭୁବନେଶ୍ୱର ବଜାରରେ କିଲୋ ପିଛା ଦେଶୀ କୁକୁଡ଼ା ୪୫୦, କଲର କୁକୁଡ଼ା ୨୫୦ ଟଙ୍କା, ବ୍ରଏଲର ୨୦୦ଟଙ୍କା, ଚିଙ୍ଗୁଡ଼ି ୫୦୦ ଟଙ୍କା, ଇଲିସି ୧,୦୦୦ ଟଙ୍କା, ରୋହି ୧୬୦ ଟଙ୍କା, ଭାକୁର ୨୦୦ ଟଙ୍କା, ଖଇଙ୍ଗା ୩୫୦ ଟଙ୍କା, କଙ୍କଡା ୧,୦୦୦ରୁ ୧,୫୦୦ଟଙ୍କା, ମଟନ ୭୦୦ ଟଙ୍କା, ପାମ୍ପ୍ଲେଟ ୯୦୦ ରୁ ୧,୦୦୦ ଟଙ୍କା ଥିଲା।

ଜମ୍ବେଶ୍ୱର ମଲ୍ଲିକ ତଥା ମାଛ ଵ୍ୟଵସାୟୀ ସଙ୍ଘ ସଭାପତି କହିଥିଲେ, "ଆଜି ପାଇଁ ଖାସ ଆନ୍ଧ୍ର ରୁ ୫ ଟ୍ରକ ମାଛ ଆସିଥିଲା। ଆଜି ଶନିବାର ପାଇଁ ବ୍ୟବସାୟ ଟିକେ କମିଛି। କାଲି ରବିବାର ଛାଡ଼ଖାଇ ଜମିବ ।’’

ଶନିବାର ଦିନ ପଡ଼ିଥିଲା ଛାଡଖାଇ


ସେହିପରି ଗ୍ରାହକ ପ୍ରଶାନ୍ତ କୁମାର ମିଶ୍ର କହିଥିଲେ, "ଆଜି ଛାଡ଼ଖାଇ ସମସ୍ତେ ଆଇଁଶ ଟିକେ ଖାଇବେ ବୋଲି ଆଜି ଦିନକୁ ଅନେଇ ବସିଥାନ୍ତି। ମୁଁ ବି ସକାଳୁ ଆସିଛି ମାଛ ନେବାକୁ। ମାଛ ଖାଇ ଛାଡ଼ଖାଇ ପାଳିବୁ ।’’

ରାଜଧାନୀ ଭୁବନେଶ୍ବରର ବିଭିନ୍ନ ରେଷ୍ଟୁରାଣ୍ଟରେ ଛାଡ଼ଖାଇ ପାଇଁ ହୋଇଛି ସ୍ୱତନ୍ତ୍ର ଆୟୋଜନ। କେଉଁଠି ସ୍ୱତନ୍ତ୍ର ଆମିଷ ଥାଳି ଅଫର ରଖାଯାଇଥିଲା ତ ଆଉ କେଉଁଠି ଛାଡ଼ଖାଇ ସ୍ପେଶାଲ ନନ୍-ଭେଜ ରୋଷେଇ ହୋଇଛି। ଖାସି ମାଂଶ, ଚିକେନ୍ କସା, ଚିଙ୍ଗୁଡ଼ି ଘାଣ୍ଟ, ଚିଙ୍ଗୁଡ଼ି ଛେଚା, ବଡ଼ ମାଛ ଭଜା, ପୋହଳା ମାଛ, କଙ୍କଡା ଭଳି ଅନେକ ଆଇଟମ ହୋଟେଲରେ ଖାସ୍ ଶନିବାର ଦିନ ପାଇଁ ପ୍ରସ୍ତୁତ ହୋଇଛି। ଗ୍ରାହକଙ୍କୁ ଆକୃଷ୍ଟ କରିବା ଓ ସୁଆଦିଆ ଖାଦ୍ୟ ପରସି ଦେବାକୁ ଦୁଇ ଦିନିଆ ଅଫର ରଖାଯାଇଛି। ଶନିବାର ବ୍ୟବସାୟ ସାମାନ୍ୟ ମାନ୍ଦା ରହିଥିବାବେଳେ ରବିବାର ମଧ୍ୟ ଏହି ଅଫର ଦିଆଯାଇଛି ।

ଓଡ଼ିଶା ହୋଟେଲ୍ ପ୍ରମୋଟର ରାଜୀବ ସ୍ବାଇଁ କହିଥିଲେ, "ଛାଡ଼ଖାଇ ଏବେ ଘରେ ଘରେ ଲୋକେ କରୁଛନ୍ତି। ଯେଉଁମାନେ ଏହାକୁ ସେଲିବ୍ରେଟ କରିବାକୁ ଚାହାଁନ୍ତି ଆମେ ତାଙ୍କ ପାଇଁ ସ୍ୱତନ୍ତ୍ର ଅଫର ରଖିଛୁ। ଗୋଟିଏ ଥାଳିରେ ମଟନ, ରୋହି, ଚିଙ୍ଗୁଡ଼ିର ମଜା ନେଇ ପାରିବେ ତା ପୁଣି ଅଳ୍ପ ଟଙ୍କାରେ।’’

ଶନିବାର ଫିକା ପଡ଼ିଥିଲା ଅମିଷ ମାର୍କେଟ


ଆମିଷ ମୋର ସବୁଠୁ ପ୍ରିୟ। ଯେହେତୁ ମାସେ କାଳ ଆମିଷ ବନ୍ଦ ରହିଥିଲା ତା' ପରେ ଆମିଷ ଖାଇବାର ମଜା ନିଆରା। ହୋଟେଲ ଆସି ଆମିଷ ଖାଇବା ଆଜି ଦିନରେ ବେଶ୍ ଭଲ ଲାଗିଲା ବୋଲି ରାଜଧାନିବାସୀ ସୁରଞ୍ଜନ କହିଥିଲେ।
Published by: Lipina Das
First published: November 21, 2021, 4:18 PM IST