ଦିଲ୍ଲୀ ବିଧାନସଭା ପାଇଁ ସରିଲା ମତଦାନ; ୫୪% ରୁ ଅଧିକ ମତଦାନ, ଏଗଜିଟ୍ ପୋଲରେ ଆପ୍‌କୁ ବହୁମତ

ନ୍ୟୁଜ୍ ଏକ୍ସ ପୋଲ୍ ଷ୍ଟାର୍ଟର ଏକଜିଟ୍ ପୋଲ୍ ସର୍ଭେରେ ଆପକୁ ମୋଟ ୭୦ଟି ଆସନରୁ ଦିଆଯାଇଛି ୫୦ରୁ ୫୬ଟି ଆସନ ଓ ବିଜେପିକୁ ୧୦ରୁ ୧୪ଟି ଆସନ । କଂଗ୍ରେସକୁ ଖାତା ଖୋଲିବାକୁ ଦିଆଯାଇନି ସୁଯୋଗ ଏ ସର୍ଭେରେ ।

ଦିଲ୍ଲୀ ବିଧାନସଭା ପାଇଁ ସରିଲା ମତଦାନ; ୫୪% ରୁ ଅଧିକ ମତଦାନ, ଏଗଜିଟ୍ ପୋଲରେ ଆପ୍‌କୁ ବହୁମତ
ପ୍ରଧାନ ମନ୍ତ୍ରୀ ମୋଦି, କେଜରିୱାଲ୍‌ ଓ ସୋନିଆ ଗାନ୍ଧି
  • News18 Odia
  • Last Updated: February 8, 2020, 7:26 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦିଲ୍ଲୀରେ ବିଧାନ ସଭା ନିର୍ବାଚନ ପାଇଁ ମତଦାନ ଆଜି ୫୪ ପ୍ରତିଶତରୁ ଅଧିକ ଭୋଟିଂ ସହିତ ଶାନ୍ତିପୂର୍ଣ୍ଣଭାବେ ସମ୍ପନ୍ନ ହୋଇଛି । ନିର୍ବାଚ଼ନ ସରିବା ପରେ ଆସିଥିବା ସବୁ ଏଗଜିଟ୍ ପୋଲ ସର୍ଭେରେ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ଆମ୍‌ ଆଦମୀ ପାର୍ଟି ବା ଆପ୍ ଦଳ  ପୁଣି ଥରେ ସରକାର ଗଢ଼ିବ ବୋଲି ଅନୁମାନ କରାଯାଇଛି ।

ସବୁ ସର୍ଭେରେ ଆପ୍‌କୁ ମିଳିଛି ବହୁମତ । ଟାଇମ୍ସ ନାଓ କରିଥିବା ଏଗଜିଟ୍ ପୋଲ୍ ସର୍ଭେ ଅନୁଯାୟୀ ଆପ୍‌କୁ ମିଳିପାରେ ମୋଟ ୭୦ଟି ଆସନରୁ ୪୪ଟି ଆସନ ଓ ବିଜେପି ପାଇପାରେ ୨୬ଟି ଆସନ । କଂଗ୍ରେସ କିମ୍ବା ଅନ୍ୟ ଦଳକୁ ଖାତା ଖୋଲିବାକୁ ସୁଯୋଗ ମିଳିବ ନାହିଁ ବୋଲି ଅନୁମାନ କରିଛି ଟାଇମ୍ସ ନାଓ ସର୍ଭେ ।

ରିପବ୍ଲିକ୍‌ ଟିଭିର ଏଗଜିଟ୍ ପୋଲ୍ ସର୍ଭେ କହୁଛି ଯୋ ଏଥର ଆପ୍‌କୁ ୪୮ରୁ ୬୧ ଆସନ ମିଳିପାରେ ଆଉ ବିଜେପିକୁ ମିଳିପାରେ ୯ରୁ ୨୧ଟି ଆସନ । କଂଗ୍ରେସ ମାତ୍ର ଗୋଟିକରେ ସନ୍ତୁଷ୍ଟ ହୋଇପାରେ ।

ନେତା ନ୍ୟୁଜ ଏକ୍ସର ଏଗଜିଟ୍ ପୋଲ୍ ସର୍ଭେରେ ମଧ୍ୟ ଆପକୁ ମିଳିଛି ବହୁମତ । ନେତା ନ୍ୟୁଜ୍ ଏକ୍ସ ପୋଲ୍ ସର୍ଭେ ଅନୁମାନ କରୁଛି ଯେ ଆପକୁ ମିଳିପାରେ ୫୩ରୁ ୫୭ଟି ଆସନ ଆଉ ବିଜେପି ଖାତାକୁ ଯାଇପାରେ ୧୧ରୁ ୧୭ ସିଟ୍ । କଂଗ୍ରେସକୁ ଶୂନରୁ ଦୁଇଟି ଆସନ ଦେଇଛି ଏହି ସର୍ଭେ ।

ସେହିପରି ନ୍ୟୁଜ୍ ଏକ୍ସ ପୋଲ୍ ଷ୍ଟାର୍ଟର ଏକଜିଟ୍ ପୋଲ୍ ସର୍ଭେରେ ଆପକୁ ଦିଆଯାଇଛି ୫୦ରୁ ୫୬ ଆସନ ଓ ବିଜେପିକୁ ୧୦ରୁ ୧୪ଟି ଆସନ । କଂଗ୍ରେସକୁ ଖାତା ଖୋଲିବାକୁ ଦିଆଯାଇନି ସୁଯୋଗ ଏ ସର୍ଭେରେ । ସେମିତି ଟିଭି ୯ର ଏଗଜିଟ୍‌ ପୋଲ୍‌ ଅନୁସାରେ ଆପ୍‌କୁ ୫୪, ବିଜେପିକୁ ୧୫ ଓ କଂଗ୍ରେସକୁ ମାତ୍ର ଗୋଟିଏ ଆସନ ମିଳିପାରେ ବୋଲି କୁହାଯାଇଛି ।

ଏବିପି ସି-ଭୋଟରର ଏକଜିଟ୍ ପୋଲ୍ ସର୍ଭେ ଅନୁଯାୟୀ ଆପ୍‌କୁ ମିଳିପାରେ ୪୯ରୁ ୬୩ ଆସନ । ବିଜେପି ଖାତାକୁ ଯାଇପାରେ ୫ରୁ ୧୯ଟି ଆସନ । ଏବିପି ସି-ଭୋଟର ସର୍ଭେରେ କଂଗ୍ରେସକୁ ମିଳିପାରେ ସର୍ବାଧିକ ଚ଼ାରିଟି ଆସନ ।

ଏହି ନିର୍ବାଚ଼ନରେ ମୋଟ ୫୪ ପ୍ରତିଶତ ଭୋଟିଂ ହୋଇଛି । ୬୭୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି । ଏହି ନିର୍ବାଚ଼ନ ୧.୪୭ କୋଟି ମତଦାତାଙ୍କୁ ଭୋଟ୍‌ ଦେବାର ଅଧିକାର ଦେଇଥିଲା । ଆସନ୍ତା ୧୧ ତାରିଖରେ ଫଳ ପ୍ରକାଶ ପାଇବ ।

ଦିଲ୍ଲୀ ବାସୀ ଉତ୍ସାହର ସହ ଭୋଟ୍‌ ଦେଇଥିବା ଦେଖିବାକୁ ମିଳିଛି । ରାଜପୁରାରେ ନିଜର ପରିବାର ସହ ଯାଇ ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ନିଜେ ଭୋଟ୍ ଦେବା ସହ ଲୋକମାନଙ୍କୁ ଭୋଟ ନିଶ୍ଟିତ ଦେବା ପାଇଁ ନିବେଦନ କରିଥିଲେ କେଜରିୱାଲ ।

କେଜରିୱାଲ ଏଥର ମଧ୍ୟ ନୂଆଦିଲ୍ଲୀ ଆସନରୁ ଲଢୁଛନ୍ତି ।  ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ଯିଏକି ପ୍ରତାପଗଞ୍ଜ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି, ସେ ନିଜ ପରିବାର ସହ ଆସି ପାଣ୍ଡବ ନଗର ଏମ୍‌.ସି.ଡି. ସ୍କୁଲରେ ନିଜ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି ।

ସେହିପରି ଔରଙ୍ଗଜେବ୍ ଲେନରେ ଥିବା ବୁଥରେ ମତଦାନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ଭଦ୍ରା ଲୋଧି ଇଷ୍ଟେଟରେ ଥିବା ବୁଥ ନଂ ୧୧୪ ମତଦାନ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ହର୍ଷବଦ୍ଧନ ନିଜ ପରିବାର ସହ ସକାଳୁ ମତଦାନ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ନିଜ ପତ୍ନୀଙ୍କ ସହ ଆସି ଭୋଟ୍ ଦେଇଛନ୍ତି ।
First published: February 8, 2020, 7:26 PM IST