କାଲି କେଜରୀୱାଲ୍‌ ପତ୍ନୀ ସୁନୀତାଙ୍କ ଜନ୍ମ ଦିନ ପାଳିଥିଲେ; ଦିଲ୍ଲୀର ମୁକୁଟ ପୁଣି ମିଳିଲା ତାଙ୍କୁ

ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସ୍ପଷ୍ଟ ବହୁମତ ଆଡ଼କୁ ମୁହାଁଉଥିବା ବେଳେ ମୁଖ୍ୟ ମନ୍ତ୍ରୀ ଓ ଆପର ମୁଖ୍ୟ ଅରବିନ୍ଦ କେଜରୀୱାଲ ନିଜ ସ୍ତ୍ରୀ ସୁନୀତାଙ୍କ ଜନ୍ମ ଦିନ ଦଳର କାର୍ଯ୍ୟକର୍ତ୍ତାମାନଙ୍କ ସହ ଏକ ନିରାଡ଼ମ୍ବର ସମାରୋହରେ ପାଳନ କରିଥିଲେ ।

କାଲି କେଜରୀୱାଲ୍‌ ପତ୍ନୀ ସୁନୀତାଙ୍କ ଜନ୍ମ ଦିନ ପାଳିଥିଲେ; ଦିଲ୍ଲୀର ମୁକୁଟ ପୁଣି ମିଳିଲା ତାଙ୍କୁ
ଅରବିନ୍ଦ କେଜରୀୱାଲ ପତ୍ନୀ ସୁନିତାଙ୍କ ହାତରୁ ଜନ୍ମ ଦିନର ମିଠା ଖାଉଛନ୍ତି ।
  • News18 Odia
  • Last Updated: February 12, 2020, 2:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦିଲ୍ଲୀ ବିଧାନ ସଭା ନିର୍ବାଚ଼ନର ଭୋଟ ଗଣତି ଆଗେଇ ଚ଼ାଲିଥିଲା ଓ ଶାସକ ଦଳ ଆମ୍‌ ଆଦମୀ ପାର୍ଟି ସ୍ପଷ୍ଟ ବହୁମତ ଆଡ଼କୁ ମୁହାଁଉଥିବା ଦେଖିବାକୁ ମିଳୁଥିଲା । ଏତିକି ବେଳେ ଦିଲ୍ଲୀର ମୁଖ୍ୟ ମନ୍ତ୍ରୀ ଓ ଆପ୍‌ର ମୁଖ୍ୟ ଅରବିନ୍ଦ କେଜରୀୱାଲ ଗୋଟେ ପାରିବାରିକ ସୁଖଦ ମୁହୂର୍ତ୍ତ ନିଜ ଦଳର କାର୍ଯ୍ୟକର୍ତ୍ତାମାନଙ୍କ ସହ ପାଳନ କରିଥିଲା । ତାହା ଥିଲା ତାଙ୍କ ସ୍ତ୍ରୀ ସୁନୀତାଙ୍କ ଜନ୍ମ ଦିନ ।

ନିଜ ଆବାସରେ ଏହି ଜନ୍ମ ଦିନ ପାଳନ ଅବସରରେ ଆପର ପାଖାପାଖି ୧,୦୦୦ ସାଧାରଣ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ସମସ୍ତେ ଦଳର ବିରାଟ ବିଜୟ ହେବାକୁ ଯାଉଛି ବୋଲି ଆଶା ଓ ବିଶ୍ୱାସରେ ଉତ୍ଫୁଲ୍ଲିତ ଥିଲେ । ସବୁ ଦିନ ପରି ଅରବିନ୍ଦ ନିଜ ଶାନ୍ତ ସ୍ୱଭାବରେ ହସ ହସ ମୁହଁରେ ପତ୍ନୀଙ୍କ ଜନ୍ମ ଦିନର ନିରାଡମ୍ବର ସମାରୋହରେ ଭାଗ ନେଇଥିଲେ ଓ କାର୍ଯ୍ୟକର୍ତ୍ତାମାନଙ୍କୁ ଅଭିନନ୍ଦନ ଜଣେଇଥିଲେ ।

ଏ ସମାରୋହର ଅଳ୍ପ କିଛି ଘଣ୍ଟା ପରେ ଖବର ମିଳିଥିଲା ଯେ ଆମ୍‌ ଆଦମୀ ପାର୍ଟି ବହୁମତ ପାଇଛି ଓ କେଜରୀୱାଲ୍‌ ପୁଣି ଆଉ ଥରେ ଦିଲ୍ଲୀର ମୁଖ୍ୟ ମନ୍ତ୍ରୀ ହେବେ ।

ମୋଟ ୭୦ଟି ଆସନରୁ ୬୨ଟି ଆସନରେ ବିଜୟୀ ହୋଇ ଆମ ଆଦମୀ ପାର୍ଟି ହ୍ୟାଟ୍ରିକ କଲା । ପୁଣି ଥରେ ମୁଖ୍ୟ ମନ୍ତ୍ରୀ କେଜରିୱାଲଙ୍କ ଉପରେ ଭରସା କଲେ ଦିଲ୍ଲୀ ବାସିନ୍ଦା ।

ନିର୍ବାଚ଼ନ ପ୍ରଚ଼ାର ସମୟରେ କେଜରୀୱାଲ


ଗତ (୨୦୧୫) ବିଧାନ ସଭା ନିର୍ବାଚ଼ନରେ ଆମ୍‌ ଆଦମୀ ପାର୍ଟି ୫୪.୩ ପ୍ରତିଶତ ଭୋଟ୍‌ ପାଇ ଶାସନକୁ ଆସିଥିଲା । ଦଳ ଏଥର ସେମିତି ଫଳ ଆଶା କରୁଛି । ଗତ ବର୍ଷ ମଇ ମାସରେ ହୋଇଥିବା ସାଧରଣ ନିର୍ବାଚ଼ନରେ ବି.ଜେ.ପି. ଦିଲ୍ଲୀର ସାତଟି ଯାକ ଲୋକ ସଭା ଆସନ ଜିତିଥିଲା । ୨୦୧୫ର ଦିଲ୍ଲୀ ବିଧାନ ସଭା ନିର୍ବାଚ଼ନରେ ବି.ଜେ.ପି. ୩୨ ପ୍ରତିଶତ ଭୋଟ୍‌ ପାଇଥିଲା । ସେହି ନିର୍ବାଚ଼ନରେ କଂଗ୍ରେସକୁ ମିଳିଥିଲା ମାତ୍ର ୯.୬ ପ୍ରତିଶତ ଭୋଟ୍‌, ହେଲେ ଗୋଟେ ବି ଆସନ ମିଳି ନ ଥିଲା । ଗତ ଲୋକ ସଭା ନିର୍ବାଚ଼ନରେ କଂଗ୍ରେସର ଭୋଟ୍‌ ଅଂଶ କିନ୍ତୁ ବଢ଼ିଥିଲା ।

ଏଥର ଦିଲ୍ଲୀରେ ମୁଖ୍ୟତଃ ତ୍ରିକୋଣୀୟ ପ୍ରତିଦ୍ୱନ୍ଦିତା ହୋଇଥିଲା । ମୁଖ୍ୟ ମନ୍ତ୍ରୀ ତଥା ଶାସକ ଆମ୍‌ ଆଦମୀ ପାର୍ଟିର ନେତା ଅରବିନ୍ଦ କେଜରିୱାଲଙ୍କୁ ପୁଣି ଥରେ ମୁଖ୍ୟ ମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିଥିଲା ଦଳ । ବିପକ୍ଷରେ ଥିବା ବିଜେପି ଓ କଂଗ୍ରେସ କାହାରିକୁ ମୁଖ୍ୟ ମନ୍ତ୍ରୀ ପ୍ରାର୍ଥୀ କରି ନ ଥିଲେ ।

ଭୋଟ୍ ଦେବା ପରେ ଅରବିନ୍ଦ କେଜରୀୱାଲ୍ ନିଜ କାଳି ଚ଼ିହ୍ନ ଥିବା ଆଙ୍ଗୁଳି ଦେଖାଉଛନ୍ତି । (ପି.ଟି.ଆଇ. ଫଟୋ)


ଆମ୍ ଆଦମୀ ପାର୍ଟି ଅନ୍ୟ କୌଣସି ଦଳ ସହିତ ମେଣ୍ଟ ନ କରି ସବୁ ୭୦ଟି ଆସନରେ ପ୍ରାର୍ଥୀ ଦେଇଥିଲା । କେଜରିୱାଲ ଏଥର ମଧ୍ୟ ନୂଆ ଦିଲ୍ଲୀ ଆସନରୁ ଲଢ଼ିଥିଲେ । ବିଜେପି ୭୦ଟି ଆସନ ମଧ୍ୟରୁ ୬୭ଟିରେ ନିଜର ପ୍ରାର୍ଥୀ ଦେଇଥିଲା ଓ ବାକି ତିନିଟି ଆସନ ତା’ର ବିହାର ସହଯୋଗୀ ଜେଡିୟୁ ଓ ଏଲ୍‌.ଜେ.ପି. ପାଇଁ ଛାଡ଼ିଦେଇଥିଲା । ଜେଡିୟୁ ଦୁଇଟି ଓ ଏଲ୍‌.ଜେ.ପି. ଗୋଟିଏ ଆସନରେ ଲଢ଼ୁଥିଲେ ।

କଂଗ୍ରେସ ୬୬ଟି ଆସନରେ ଲଢୁଥିଲା ବେଳେ ନିଜ ବିହାର ସହଯୋଗୀ ଆର.ଜେ.ଡି. ସହ ମେଣ୍ଟ କରି ବାକି ଚ଼ାରିଟି ଆସନରେ ତା’ ପ୍ରାର୍ଥୀଙ୍କୁ ଠିଆ କରିଥିଲା । ସବୁ ୭୦ଟି ଆସନରେ ପ୍ରାର୍ଥୀ ଦେଇଥିଲା ଉତ୍ତର ପ୍ରଦେଶର ମାୟାବତୀଙ୍କ ନେତୃତ୍ୱାଧୀନ ଦଳ ବି.ଏସ୍‌.ପି. ।
First published: February 12, 2020, 2:18 PM IST