ବିଳମ୍ବ ହେଉଛି ବାୟୋମାଇନିଂ ପ୍ରକଳ୍ପ କାମ; ପ୍ରକଳ୍ପ ସ୍ଥାନରୁ ମୋରମ ଚୋରି ଅଭିଯୋଗ; ଏତଲା ଦେଲା BMC

ବାୟୋମାଇନିଂ ଜରିଆରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ଆବର୍ଜନମୁକ୍ତ କରିବାକୁ ଯୋଜନା କରିଛି ବିଏମସି। ହେଲେ ପ୍ଲାଣ୍ଟ ସ୍ଥାନରୁ ମୋରମ ଚୋରା ଚାଲାଣ ପ୍ରକଳ୍ପରେ ବାଧା ସୃଷ୍ଟି କରୁଥିବା ନେଇ ବିଏମସି ପକ୍ଷରୁ ଥାନାରେ ଦିଆଯାଇଛି ଏତଲା।

ବିଳମ୍ବ ହେଉଛି ବାୟୋମାଇନିଂ ପ୍ରକଳ୍ପ କାମ

ବିଳମ୍ବ ହେଉଛି ବାୟୋମାଇନିଂ ପ୍ରକଳ୍ପ କାମ

  • Share this:
News18 Odia Digital

ଭୁବନେଶ୍ବର: ବିଳମ୍ବ ହେଉଛି ବହୁ ପ୍ରତୀକ୍ଷିତ ଦାରୁଠେଙ୍ଗ ବାୟୋମାଇନିଂ ପ୍ରକଳ୍ପ କାମ। ବର୍ଷ ପରେ ବର୍ଷ ବିତିଚାଲିଛି। ହେଲେ ଆରମ୍ଭ ହୋଇପାରିନି ପ୍ରକଳ୍ପ କାମ। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି।

ବାୟୋମାଇନିଂ ଜରିଆରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ଆବର୍ଜନମୁକ୍ତ କରିବାକୁ ଯୋଜନା କରିଛି ବିଏମସି। ହେଲେ ପ୍ଲାଣ୍ଟ ସ୍ଥାନରୁ ମୋରମ ଚୋରା ଚାଲାଣ ପ୍ରକଳ୍ପରେ ବାଧା ସୃଷ୍ଟି କରୁଥିବା ନେଇ ବିଏମସି ପକ୍ଷରୁ ଥାନାରେ ଦିଆଯାଇଛି ଏତଲା।

କେତେବେଳେ ଜାଗା ଜବରଦଖଲ ସମସ୍ୟା ତ କେତେ ବେଳେ ଲୋକଙ୍କ ଆକ୍ରୋଶର। ଏହାରି ଭିତରେ ଦାରୁଠେଙ୍ଗ ଡ଼ମ୍ପିଙ୍ଗୟାର୍ଡରେ ବାୟୋମାଇନିଂପ୍ରକଳ୍ପ କାମ ଘୁଞ୍ଚି ଘୁଞ୍ଚି ଚାଲିଛି। ଯଥା ଶୀଘ୍ର ବାୟୋମାଇନିଂ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାକୁ ଯୋଜନା ଥିଲା। ଏଥିପାଇଁ ୧୦୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଜାଗୃତି ଓ ଜନାଗ୍ର ନାମକ ଦୁଇଟି ସଂସ୍ଥାକୁ ପ୍ରକଳ୍ପ ସ୍ଥାପନ କରିବାକୁ ଦାୟିତ୍ୱ ଦିଆଯାଇଛି। ଖୁବ୍ ଶୀଘ୍ର ଏହି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ପ୍ରଚେଷ୍ଟା ଚାଲିଥିବା ବେଳେ ଏଥିରେ ବାଧକ ସାଜିଛି ଡ଼ମ୍ପିଙ୍ଗୟାର୍ଡରୁ ନିୟମିତ ଚାଲିଥିବା ଶହ ଶହ ଟ୍ରିପ ଚୋରା ମୋରମ ଚାଲାଣ।

ପ୍ରକଳ୍ପ ସ୍ଥାନରୁ ମୋରମ ଚୋରି ଅଭିଯୋଗ


ଏହାଦ୍ୱାରା କେବଳ ରାଜସ୍ୱ ହାନି ହେଉଛି ତାହା ନୁହଁ ବରଂ ଖାଲଖମା ହୋଇ ପ୍ରକଳ୍ପରେ ବାଧା ସୃଷ୍ଟି ହୋଇଛି। ଯାହାକୁ ନେଇ ବିଏମସି ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ପ୍ଲାଣ୍ଟ ପାଇଁ ମେସିନ ସ୍ଥାପନ ହେବାକୁ ଥିବା ଜାଗାରୁ ମୋରମ ଚୋରି ହୋଇଛି। ଫଳରେ ମେସିନ ବସାଇବାକୁ ସମସ୍ୟା ଦେଖାଦେଇଛି। ଏନେଇ ଥାନା ଆଇଆଇସିଙ୍କ ପାଖରେ ଏତଲା ଦିଆଯାଇଛି। ତହସିଲଦାର ଓ ସବ-କଲେକ୍ଟରଙ୍କୁ ମଧ୍ୟ କପି ଦିଆଯାଇଛି। ଆଗକୁ ଯେପରି ଚୋରା ଚାଲାଣ ନ ହୁଏ ସେ ନେଇ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି ବୋଲି କହିଛନ୍ତି ବିଏମସି ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ।

ଭୁବନେଶ୍ୱର ସହରରୁ ଦୈନିକ ବାହାରୁଥିବା ଅଳିଆ ଅବର୍ଜନା ସହର ଉପକଣ୍ଠ ଭୁଆଶୁଣି ଡ଼ମ୍ପିଙ୍ଗୟାର୍ଡରେ ଜମା କରାଯାଉଛି। ଏହାଯୋଗୁଁ ସୃଷ୍ଟି ହେଉଥିବା ପରିବେଶ ପ୍ରଦୂଷଣକୁ ନେଇ ଅଞ୍ଚଳବାସୀ ବିରୋଧ କରିଆସିଛନ୍ତି। ବାୟୋମାଇନିଂ ପ୍ଲାଣ୍ଟ ସ୍ଥାପନ ନେଇ ବିଏମସିର ନିଷ୍ପତ୍ତି ପରେ ଆଶ୍ବସ୍ଥି ଲାଭ କରିଥିଲେ ଗ୍ରାମବାସୀ। ତେବେ ପ୍ରକଳ୍ପ ବିଳମ୍ବ ହେବା ସହିତ ଦୈନିକ ଶତାଧିକ ଟ୍ରିପ ଅଳିଆ ପଡୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧୁଛି।

"ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପରିବର୍ତ୍ତେ ବିଏମସି ମୋରମ ଚୋରା ଚାଲାଣକାରୀଙ୍କ ବିରୋଧରେ ଏତଲା ଦେଇ ହାତ ବାନ୍ଧି ବସିଲେ ହେବନି। କାମ କିଭଳି ଆଗେଇବ ସେ ଦିଗରେ ଧ୍ୟାନ ଦେବା ଜରୁରୀ,’’ କହିଛନ୍ତି ଦାରୁଠେଙ୍ଗ ସରପଞ୍ଚ ତପନ କୁମାର ଚକ୍ରବର୍ତ୍ତୀ।

ପ୍ରାୟ ୬୦ ଏକର ଜାଗାରେ ଲକ୍ଷ ଲକ୍ଷ ଟନର ଆବର୍ଜନା ଗଦା ହୋଇରହିଛି। ବାୟୋମାଇନିଂ ଜରିଆରେ ତାକୁ ଅବର୍ଜନା ମୁକ୍ତ କରିବାକୁ ଲକ୍ଷ ରହିଛି। ଆଗକୁ ବର୍ଷା ଦିନ ଆସୁଛି। ତୁରନ୍ତ କାମ ଆରମ୍ଭ ନ ହେଲେ ସମସ୍ୟା ଆହୁରି ଜଟିଳ ହେବାର ଆଶଙ୍କା ରହିଛି। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ବୁଧବାର ବିଏମସିର ଏକ ଜରୁରୀ ବୈଠକ ଡକାଯାଇଥିବା ସୂଚନା ମିଳିଛି।
Published by:Lipina Das
First published: