ପୁରୀ ଆଳବାରେ ଚାଲିଛି ହରିଣ ଶିକାର; ୬ କେ.ଜି ମାଂସ ଜବତ

ପୁରୀ ଜିଲ୍ଲାର ବାଲୁଖଣ୍ଡ ଅଭୟାରଣ୍ୟ ସନ୍ନିକଟ ଗ୍ରାମ ମାନଙ୍କରେ ଫାସ ବସାଇ କରାଯାଉଛି ଅବାଧରେ ହରିଣ ଶିକାର। ନା ବନବିଭାଗ ପକ୍ଷରୁ ନିଆଯାଉଛି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନା କରାଯାଉଛି ସଚେତନ।

ହରିଣ ମାଂସ

ହରିଣ ମାଂସ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ପୁରୀ: ପୁରୀ ଜିଲ୍ଲାର ବାଲୁଖଣ୍ଡ ଅଭୟାରଣ୍ୟ ସନ୍ନିକଟ ଗ୍ରାମ ମାନଙ୍କରେ ଫାସ ବସାଇ କରାଯାଉଛି ଅବାଧରେ ହରିଣ ଶିକାର। ନା ବନବିଭାଗ ପକ୍ଷରୁ ନିଆଯାଉଛି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନା କରାଯାଉଛି ସଚେତନ। ବିଭିନ୍ନ ସମୟରେ ଗାଁ ଭିତରକୁ ପଶି ଆସୁଥିବା ହରିଣକୁ ମାରି ଖାଇଦେଉଥିବା ଆସୁଛି ସାଂଘାତିକ ଅଭିଯୋଗ, ଯାହା ପଶୁପ୍ରେମୀଙ୍କୁ ବେଶ୍ ଆଘାତ ଦେଇଛି। ଗତକାଲି ସେହିଭଳି ଏକ ଅଭାବନୀୟ ଘଟଣା ଘଟିଛି ପୁରୀ ସଦର ଥାନା ଯୋଡାଲିଙ୍ଗ ଅଞ୍ଚଳରେ ଫାସବସାଇ ଗୋଟିଏ ହରିଣକୁ ମାରି ଖାଇଦେଇଥିବା ଅଭିଯୋଗ ଆସିଛି।

କିଛିଦିନ ତଳେ ପୁରୀ ବାଲିକପିଳେଶ୍ୱରପୁର ନିକଟରେ ହରିଣ ଶିକାର ହୋଇଥିବା ବେଳେ ଗତକାଲି ସଦର ଥାନା ନିକଟ ଆଳବା ଗ୍ରାମରେ ହରିଣ ମାରି ଖାଇଯାଇଛନ୍ତି। ସ୍ଥାନୀୟ ଗ୍ରାମରକ୍ଷୀ ଏହି ଘଟଣାକୁ ବନବିଭାଗର ଦୃଷ୍ଟି ଆକର୍ଷଣ କରିବା ପରେ ଏକ ମାମଲା ରୁଜୁ କରାଯିବା ସହ ହରିଣ ମାଂସ ଜବତ କରାଯାଇଛି। ଗ୍ରାମରକ୍ଷୀଙ୍କ ଅଭିଯୋଗ ଅନୁଯାୟୀ ଗତ ତିନିଦିନ ତଳେ ଆଳବା ଗାଁର କିଛି ଲୋକ ଯୋଡାଲିଙ୍ଗ ନିକଟ ବଢିଆସରଠାରେ ବିଦ୍ଯୁତ ତାର ଗୁଡାଇ ଫାସ ବସାଇଥିଲେ। ଗତକାଲି ଏକ ହରିଣ ଏହି ଫାସରେ ପଡିଥିଲା। ହରିଣକୁ ମାରି ମାଂସ ପ୍ରସ୍ତୁତ କରାଯାଇଥିଲା, ପରେ ଭାଗ ବଣ୍ଟା ହେଇଥିଲା ।

ହରିଣ ମାଂସ


ଗ୍ରାମରକ୍ଷୀ ରାଧାଶ୍ଯାମ ମଲ୍ଲିକ ଏହା ଜାଣିବା ପରେ ଘଟଣାସ୍ଥଳକୁ ଯାଇ ହରିଣ ମାଂସ ନେଇ ପଳାଉଥିବା ତିନିଜଣଙ୍କୁ ଧରିଥିଲେ। ସେମାନଙ୍କ ଠାରୁ ମାଂସ ରଖିଥିଲେ ଏବଂ ଏନେଇ ତୁରନ୍ତ ସଦର ଥାନାକୁ ଜଣାଇଥିଲେ। ପୁଲିସ ବନବିଭାଗକୁ ଏ ସମ୍ପର୍କରେ ଅବଗତ କରିବା ପରେ ବାଲୁଖଣ୍ଡ ବନଖଣ୍ଡ ଅଧିକାରୀ ଓ କର୍ମଚାରୀ ଅପରାହ୍ନ ପ୍ରାୟ ତିନିଟା ବେଳେ ଘଟଣାସ୍ଥଳରେ ପହଞ୍ଚିବା ପରେ ଗ୍ରାମରକ୍ଷୀ ହରିଣ ମାଂସ ବନବିଭାଗକୁ ହସ୍ତାନ୍ତର କରିଥିଲେ।

ବନବିଭାଗ ପକ୍ଷରୁ ମଧ୍ୟ ଜଣଙ୍କ ଘରୁ ଆଉ କିଛି ମାଂସ ଜବତ କରାଯାଇଥିଲା। ତେବେ ମାଂସ ନେଇ ପଳାଇଥିବା ବ୍ଯକ୍ତି ମାନଙ୍କୁ ବନବିଭାଗ କାର୍ଯ୍ଯାଳୟକୁ ଆସି ହାଜର ହେବାକୁ କୁହାଯାଇଛି। ସେପଟେ ଜବତ ହୋଇଥିବା ହରିଣ ମାଂସର ଓଜନ ପ୍ରାୟ ୬କେଜିରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ତେବେ ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ଯମ କରାଯାଉଥିବା ଅଭିଯୋଗ ହେଉଛି। ବନବିଭାଗର ରେଞ୍ଜ ଅଧିକାରୀ ଘଟଣା ସ୍ଥଳକୁ ଯାଇ ମାଂସ ସଂଗ୍ରହ କରିଥିବା ବେଳେ ଗ୍ରାମରକ୍ଷୀଙ୍କ ଠାରୁ ସମସ୍ତ ତଥ୍ଯ ପାଇଥିଲେ ମଧ୍ୟ ମାଂସ ନେଇଥିବା ବ୍ଯକ୍ତି ରାସ୍ତାକୁ ଫିଙ୍ଗିଦେଇ ପଳାଇଥିବା କହିଛନ୍ତି।
Published by:Soumyashree Mishra
First published: