News 18 Odia Digital
ବ୍ରହ୍ମପୁର; ଭାଙ୍ଗିଗଲା ଟେଣ୍ଟ, ସାହି ବାସିନ୍ଦାଙ୍କ ବିରୋଧ ଏବଂ ଲଗାଣ ବର୍ଷା ଜାରି ତଥାପି ମଧ୍ୟ ହାରିନାହାନ୍ତି ଦୀପିକା । ଆଜିକୁ ୧୨ ଦିନ ହେଲାଣି ତଥାପି ସ୍ତ୍ରୀର ହକ ଦାବି କରି ଧାରଣାରେ ବସି ରହିଛନ୍ତି ।
ଗତ ଗୁରୁବାର ଦୀନେଶଙ୍କ ପରିବାର ଲୋକେ ଦୀପିକାଙ୍କ ଟେଣ୍ଟ ଭାଙ୍ଗି ଦେବା ପରେ ଏବେ ସେ ଖୋଲା ଆକାଶ ତଳେ ଧାରଣାରେ ବସି ରହିଛନ୍ତି । ଏହାକୁ ଦେଖି ସ୍ଥାନୀୟ କିଛି ଲୋକେ ଦୀପିକାଙ୍କ ପାଇଁ ପାଲ ଟାଣିବା ଉଦ୍ୟମ କରିଥିଲେ । ଏହାକୁ ଦେଖି ଦୀନେଶଙ୍କ ମା ବିରୋଧ କରିବା ଫଳରେ ପାଲ ଟଣା ହୋଇପାରିନଥିଲା । ଯାହାଫଳରେ ସେ ବର୍ଷାରେ ଓଦା ହୋଇ ବସିଥିଲେ ।
ସେ କହିଥିଲେ ଯେ ଏତେ ବର୍ଷାରେ ମଧ୍ୟ କିଭଳି ଦୀନେଶଙ୍କ ପରିବାର ଲୋକଙ୍କ ମନ ବଦଳୁନାହିଁ । ଏହାଛଡ଼ା ଯେଉଁମାନେ ଗୁରୁବାର ଦିନ ଟେଣ୍ଟ ଭାଙ୍ଗିଥିଲେ ଏବଂ ଦୁର୍ବ୍ୟବହାର କରିଥିଲେ ସେମାନଙ୍କ ବିରୁଦ୍ଧରେ ଗତକାଲି ବଡ଼ବଜାର ଥାନାରେ ଲିଖିତ ଅଭିଯୋଗ ହୋଇଛି । ତେଣୁ ତୁରନ୍ତ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଦାବି କରିଛନ୍ତି,‘‘ କେ.ଦୀପିକା ।
ଦୀପିକାଙ୍କ ଧାରଣାକୁ ନେଇ ଗଣମାଧ୍ୟମରେ ଦେଖିବା ପରେ ଆଜି ଜଣେ ସହରର ଏକ ଘରୋଇ କଲେଜର ଜଣେ ଅଧ୍ୟାପକ ତାଙ୍କ ନିକଟରେ ପହଞ୍ଚିଥିଲେ । ସେ କହିଛନ୍ତି ଯେ ଏହାଛଡ଼ା ଗତ ଗୁରୁବାର ଯେଭଳି ପରିବାର ଲୋକେ ଦୀପିକାଙ୍କ ସହ ବ୍ୟବହାର କଲେ ତାହା ଗ୍ରହଣୀୟ ନୁହେଁ । ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ଏଭଳି ସେ ତାଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି,‘‘ ଅଧ୍ୟାପକ ସତ୍ୟବ୍ରତ ପାଣିଗ୍ରାହୀ ।
ବରିଷ୍ଠ ଆଇନଜୀବୀ ନିର୍ମଳ ସାହୁଙ୍କ କହିବା ଅନୁଯାୟୀ,"ବର୍ତ୍ତମାନ ଦୀନେଶଙ୍କ ନାମରେ ଫୌଜଦାରୀ ମାମଲା ରହିଛି । ଯଦି ଘରୋଇ ମାମଲା ରୁଜୁ ହୁଏ ତେବେ ସେ ଘରକୁ ମଧ୍ୟ ପ୍ରବେଶ କରିପାରିବେ ନାହିଁ ,କିନ୍ତୁ ତାଙ୍କ ଠାରୁ ଦୀପିକା ଓ ତାଙ୍କ ପୁଅଙ୍କୁ କିଛି ସହାୟତା ମିଳିପାରିବ"। ଲଗାଣ ବର୍ଷାରେ ମଧ୍ୟ ଦୀପିକା ନିଜର ଜିଦରେ ଅଟଳ ରହିଥିବା ବେଳେ କେବେ ତାଙ୍କୁ ନିଜର ହକ ମିଳୁଛି ଏବେ ତାହାକୁ ହିଁ ଅପେକ୍ଷା ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।