ଦିନେଶଙ୍କ ମା' ଟେଣ୍ଟ ଓ ଆସବାବପତ୍ର ଜାଳିବାକୁ ନେଇଁ ଏସପିଙ୍କୁ ସାକ୍ଷାତ କଲେ ଦୀପିକା

ଦିନେଶଙ୍କ ମା' ଟେଣ୍ଟ ଓ ଆସବାବପତ୍ର ଜାଳିବାକୁ ନେଇଁ ଏସପିଙ୍କୁ ସାକ୍ଷାତ କରି ଅଭିଯୋଗ ଜଣାଇଲେ ଦୀପିକା। ସେପଟେ ତିନି ଦିନ ପୂର୍ବରୁ ଦୀପିକା ଦିନେଶଙ୍କ ବାରଣ୍ଡାରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଭାଙ୍ଗିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ଦିନେଶଙ୍କ ମା'।

ଦିନେଶଙ୍କ ମା' ଟେଣ୍ଟ ଓ ଆସବାବପତ୍ର ଜାଳିବାକୁ ନେଇଁ ଏସପିଙ୍କୁ ସାକ୍ଷାତ କଲେ ଦୀପିକା

ଦିନେଶଙ୍କ ମା' ଟେଣ୍ଟ ଓ ଆସବାବପତ୍ର ଜାଳିବାକୁ ନେଇଁ ଏସପିଙ୍କୁ ସାକ୍ଷାତ କଲେ ଦୀପିକା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ବ୍ରହ୍ମପୁର: ସ୍ତ୍ରୀର ହକ ଓ ପୁଅ ତା'ର ବାପାର ପରିଚୟ ପ୍ରଦାନ ଦାବିରେ ବ୍ରହ୍ମପୁର ଦେଶୀ ବେହେରା ସାହିରେ ପ୍ରାୟ ୪ ମାସରୁ ଅଧିକ ଦିନ ହେଲା ଧାରଣାରେ ବସିଛନ୍ତି କେ.ଦୀପିକା।

ଦିନେଶଙ୍କ ବାରଣ୍ଡାରେ ଅସ୍ଥାୟୀ ଟେଣ୍ଟ କରି ଦିନ ରାତି ଏକ କରି ଦୀପିକା ବସୁଥିବା ବେଳେ ଗତକାଲି ଅପରାହ୍ନରେ ଦୀପିକାଙ୍କ ଟେଣ୍ଟ ଓ ଅସବାବପତ୍ରକୁ ଜାଳିଦେବା ସହିତ ଅନ୍ୟାନ୍ୟ ସାମଗ୍ରୀକୁ ଫୋପାଡ଼ି ଦେଇଛନ୍ତି ଦିନେଶଙ୍କ ପରିବାର ଲୋକେ।

ଏଭଳି ଅଭିଯୋଗକୁ ନେଇ ଆଜି ବ୍ରହ୍ମପୁର ଏସପଙ୍କ ଦ୍ବାରସ୍ଥ ହୋଇଛନ୍ତି ଦୀପିକା। ଦିନେଶଙ୍କ ପରିବାର ଲୋକଙ୍କ ବିରୁଦ୍ଧରେ ନିଜର ଲିଖିତ ଅଭିଯୋଗ ପତ୍ର ଦେବା ସହିତ ଘଟଣାରେ ଯେଉଁମାନେ ସଂଶ୍ଳିଷ୍ଟ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ଦୀପିକା। ସେପଟେ ଲଖିତ ଅଭିଯୋଗ ପାଇବା ପରେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। ବଡ଼ବଜାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି।

ଦିନେଶଙ୍କ ମା' ଟେଣ୍ଟ ଓ ଆସବାବପତ୍ର ଜାଳିବାକୁ ନେଇଁ ଏସପିଙ୍କୁ ସାକ୍ଷାତ କରି ଅଭିଯୋଗ ଜଣାଇଲେ ଦୀପିକା


ଖୋଲା ଆକାଶ ତଳେ ଦୀପିକା। ଦିନ ରାତି ଏକ କରି ଶୀତ କାକରରେ ସେଭଳି ନ୍ୟାୟ ପାଇବା ଆଶାରେ ଏକୁଟିଆ ଦିନେଶଙ୍କ ଘର ବାରଣ୍ଡାରେ ଧାରଣାରେ ବସିଛନ୍ତି ଦୀପିକା। ସ୍ତ୍ରୀର ହକ ଓ ପୁଅକୁ ତାର ବାପାର ପରିଚୟ ପ୍ରଦାନ ଦାବିରେ ଦିନେଶଙ୍କ ଘର ବାରଣ୍ଡାରେ ବସିଥିବା ଦୀପିକାଙ୍କ ଧାରଣା ବର୍ତ୍ତମାନ ପ୍ରାୟ ୪ ମାସରୁ ଅଧିକ ଦିନ ହୋଇଗଲାଣି। ବର୍ତ୍ତମାନ ସୁଦ୍ଧା ତାଙ୍କୁ ନ୍ୟୟ ନ ମିଳିଥିବା ବେଳେ ଧାରଣାସ୍ଥଳରୁ ତାଙ୍କୁ ହଟାଇବା ନିମନ୍ତେ ବିଭିନ୍ନ ମସୁଧା ଚାଲୁଥିବା ନେଇ ଅଭିଯୋଗ କରିଛନ୍ତି ଦୀପିକା।

ଗତ ୨୮ ତାରିଖରେ ବିଳମ୍ବିତ ରାତିରେ ଦୀପିକା ଦିନେଶଙ୍କ ଘର ବାରଣ୍ଡାରେ ଧାରଣାରେ ବସିଥିବା ସମୟରେ ଦୀନେଶଙ୍କ ମା' ଘର ଭିତର ପଟୁ ପାଣି ଫିଙ୍ଗିଥିଲେ। ଯାହାଫଳରେ ଦୀପିକାଙ୍କ ଧାରଣାସ୍ଥଳରେ ଶୋଇବା ନିମନ୍ତେ ରହିଥିବା ପଟି, କମଳ, ମୋବାଇଲ ସହ କିଛି ଅସବାବପତ୍ର ପାଣିରେ ଓଦା ହୋଇଯାଇଥିଲା। ସେହିଦିନ ପୂର୍ବରୁ ଦିନେଶଙ୍କ ପରିବାର ଲୋକେ ପ୍ରଥମେ ଗୁଣ୍ଡା ପଠାଇ ଦୁର୍ଘଟଣା କରିବା ନିମନ୍ତେ ଯୋଜନା କରିଥିଲେ। ଦୁର୍ଘଟଣାରେ କୌଣସି ଆଘାତ ନ ହେବାରୁ ଘଟଣାସ୍ଥଳରେ ପାଟିତୁଣ୍ଡ କରିଥିଲେ ଦୁର୍ବୁତ୍ତମାନେ।

ଗତକାଲି ଧାରଣାସ୍ଥଳରେ ନଥିବା ବେଳେ ଦୀନେଶଙ୍କ ପରିବାର ଲୋକେ ଟେଣ୍ଟ ସହ ଅନ୍ୟ ଆସବାବପତ୍ରରେ ନିଆଁ ଲଗାଇବା ସହିତ ଅନ୍ୟ କିଛି ସାମଗ୍ରୀକୁ ମଧ୍ୟ ବାହାରେ ଫୋପାଡ଼ି ଦେଇଥିଲେ। ଧାରଣାସ୍ଥଳରୁ ଉଠାଇବା ନିମନ୍ତେ ଦିନେଶଙ୍କ ଶାଶୁଘର ଲୋକେ ଏଭଳି କରିଥିବା ଯୋଗୁଁ ଆଜି ଏସପିଙ୍କୁ ସାକ୍ଷାତ କରିବା ସହିତ ଯେଉଁମାନେ ଏଭଳି କରିଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ମଧ୍ୟ ଏସପିଙ୍କୁ ନିବେଦନ କରିଛନ୍ତି କେ. ଦୀପିକା।

‘‘ଦିନେଶଙ୍କ ଶାଶୁ ଓ ତାଙ୍କ ପରିବାର ଲୋକଙ୍କ ବିରୁଦ୍ଧରେ ଦୀପିକା ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ଅଭିଯୋଗକୁ ଭିତ୍ତି କରି ତଦନ୍ତ କରାଯିବ। ଗତକାଲି ହୋଇଥିବା ଘଟଣାର ତଦନ୍ତ ନିମନ୍ତେ ବଡ଼ବଜାର ଥାନା ଅଧିକାରୀଙ୍କୁ ଦାୟତ୍ବ ଦିଆଯିବ। ଏହାସହିତ ଗତକାଲି ଅପରାହ୍ନରେ ଏଭଳି ଘଟଣା ହୋଇଥିବା ବେଳେ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରାଯିବ। ତେବେ ଗତ ତିନି ଦିନ ପୂର୍ବରୁ ଦୀନେଶଙ୍କ ବାରଣ୍ଡାରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଦୀପିକା ଭାଙ୍ଗିଥିବା ନେଇ ଅଭିଯୋଗ କରିଥିଲେ ଦିନେଶଙ୍କ ମା'। ତାହାର ମଧ୍ୟ ତଦନ୍ତ କରାଯାଉଛି। ଉଭୟ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଆଇନ ଅନୁଯାୟୀ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,’’ ବ୍ରହ୍ମପୁର ଏସପି ଡ଼ଃ. ଶ୍ରବଣା ବିବେକ ଏମ।

ଗତକାଲି ଦୀପିକାଙ୍କ ଟେଣ୍ଟ ଓ ଆସବାବପତ୍ରରେ ନିଆଁ ଲଗାଇ ପୋଡ଼ିବା ସମୟରେ ଯଦିଓ ପୋଲିସ କର୍ମଚାରୀ ମାନେ ରହିଥିଲେ ତେବେ ସେମାନେ କାହିଁକି ଏହାକୁ ଅଟକାଇଲେ ନାହିଁ। ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀ ସଠିକ୍‌ ଭାବେ ସେମାନଙ୍କ କାର୍ଯ୍ୟ କରୁନଥିବା ନେଇ ମଧ୍ୟ ଏସପିଙ୍କୁ ଅଭିଯୋଗ କରିଛନ୍ତି ଦୀପିକା।
Published by:Lipina Das
First published: