ପୁଣି ଚର୍ଚ୍ଚାରେ ଦୀପିକା; କହିଲେ ମୋ ଉପରକୁ ପାଣି ବାଲ୍ଟି ଅଜାଡ଼ି ଦେଲେ, ତମ୍ବୁ ପୋଡ଼ିଦେଲେ
- News18 Odia
- Last Updated :
- Brahmapur (Berhampur), India
News 18 Odia Digital
ବ୍ରହ୍ମପୁର; ଗତ ୪ ମାସ ଧରି ନିଜର ହକ ପାଇଁ ଅହୋରାତ୍ର ଧାରଣାରେ ବସିଥିବା ଦୀପିକା ପୁଣି ଚର୍ଚ୍ଚାକୁ ଆସିଛନ୍ତି । କିଛି ଦିନ ଗଣମାଧ୍ୟମଠାରୁ ଦୀପିକା ଦୂରରେ ଥିବା ବେଳେ ଆଜି ପୁଣି ତାଙ୍କୁ ଦେଖିବାକୁ ମିଳିଛି । ଦୀପିକା ଅଭିଯୋଗ ଆଣିଛନ୍ତି ପୋଲିସ ଉପସ୍ଥିତିରେ ଯେତେବେଳେ ସେ ଶଶୁର ଘର ବାରଣ୍ଡାରେ ଧାରଣାରେ ବସିଥିଲେ ଦିନେଶ ଙ୍କ ମା (ଶାଶୁ ) ପାଣି ଆଣି ତାଙ୍କ ଉପରେ ଢାଳି ଦେଇଥିଲେ । ରାତିରେ ପାଣି ଢାଳି ତାଙ୍କୁ ଉଠେଇଦେଲେ । ତାଙ୍କର ଶାଢୀ, କମ୍ୱଳଯାହା ଜିନିଷ ଥିଲା ସବୁ ଓଦା ହୋଇଗଲା । ମୋ ଚୁଟି ଓଦା କରିଦେଲେ, ଶୀତ ଦିନରେ ମତେ ଏମିତି ହଇରାଣ କରୁଛନ୍ତି । ପରେ ପୋଲିସକୁ ଜଣେଇବା ସହ ଥାନାକୁ ଯାଇ ଆଇଆଇସି ସାରଙ୍କ ନିକଟରେ ଅଭିଯୋଗ କରିଥିଲି । ପରେ ରାସ୍ତାରେ ଫେରିବା ବେଳେ ମତେ ଗୋଟେ ପିଲାଟେ ଧକା ଦେଇଥିଲା , ପରେ ମୁଁ ଜାଣିବାକୁ ପାଇଲି ଯେ, ଜାଣିଶୁଣି ମତେ ଗାଡ଼ି ମଡ଼େଇ ଦେବାକୁ ସେମାନେ ପଠେଇଛନ୍ତି ।
ଦୀପିକା କହିଛନ୍ତି , ରାତି ୧୨ ଟାରେ ଯେହେତୁ ମୋ ଉପରେ ପାଣି ଢ଼ାଳି ଦେଇଥିଲେ ମୁଁ ଶୀତରେ ବସିପାରିଲିନି । ମୋ ଷ୍ଟାଫ୍ କୁ ବସେଇ ମୁଁ ଶାଢ଼ୀ ବଦଳିବା ପାଇଁ ଘରକୁ ଯାଇଥିଲି । ମୋ ଷ୍ଟାଫ୍ ଆଉ ପୁଲିସ ଉପସ୍ଥିତିରେ ମୋର ଖାଇବା ଜିନିଷ ଫିଙ୍ଗି ଦେବା ସହ ପାଲ ଜାଳି ଦେଇଛନ୍ତି ।
ଏହା ସହ ଦୀପିକା ନିଜେ ମଧ୍ୟ ଭିଡିଓ କରି ସାହାର୍ଯ୍ୟ ମାଗିଛନ୍ତି । କହିଛନ୍ତି ପାଣି ଓ ନିଆଁ ପକେଇ ଅତିଷ୍ଠ କରୁଛନ୍ତି ଦିନେଶର ମା' । ଦୀର୍ଘ ୪ ମାସ ଧରି ପତ୍ନୀର ଅଧିକାର ସହ ପୁଅକୁ ବାପାର ହକ ମିଳିବା ଦାବିରେ ଧାରଣା ଦେଇ ଆଶୁଛନ୍ତି ଦୀପିକା । ଦିନେଶଙ୍କ ଆଜି ଯାଏଁ କୌଣସି ଖୋଜ ଖବର ନ ଥିବା ବେଳେ ଦୀପିକା ତାଙ୍କ ଅପେକ୍ଷାରେ ରହିଛନ୍ତି । ଉଭୟ ଦୀପିକା ଓ ଦିନେଶଙ୍କ ପରିବାର ନିଜ ନିଜ ଜିଦରେ ଅଟଳ ଥିବାରୁ ପରିସ୍ଥିତି ଜଟିଳ ହେବାରେ ଲାଗିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।